IPL 2020: ଅବିରତ ଅଭ୍ୟାସ କରୁଛନ୍ତି MI ଅଧିନାୟକ, ଖୁବଶୀଘ୍ର କରିପାରନ୍ତି ଦଳକୁ ପ୍ରତ୍ୟାବର୍ତ୍ତନ

Published By : Prameya-News7 Bureau | October 28, 2020 IST

ଆବୁଧାବି ୨୮/୧୦:  ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ରୋହିତ ଶର୍ମାଙ୍କ ଆଣ୍ଠୁରେ ଲାଗିଥିବା ଆଘାତ ଓ ସେ ଆଇପିଏଲରେ ଦୁଇଟି ମ୍ୟାଚ୍‌ ଖେଳିନଥିବା ନେଇ ଚର୍ଚ୍ଚା ଜୋର ଚାଲିଛି । ଏହି ଚର୍ଚ୍ଚା ସେତେବେଳେ ଅଧିକ ହେଲା ଯେତେବେଳ ଅଷ୍ଟ୍ରେଲିଆ ଗସ୍ତ ପାଇଁ ଭାରତୀୟ ଚୟନକର୍ତ୍ତାମାନେ ତାଙ୍କୁ ସ୍କ୍ବାର୍ଡରୁ ବାଦ ଦେବାକୁ ନିଷ୍ପତ୍ତି ନେଲେ। କିନ୍ତୁ ଏହା ହିଟ୍‌ ମ୍ୟାନଙ୍କୁ ଅଟକାଇ ନାହିଁ ଏବଂ ସେ କେବଳ ଅଷ୍ଟ୍ରେଲିଆ ସିରିଜ୍ ପାଇଁ ନୁହେଁ, ଇଣ୍ଡିଆନ୍ ପ୍ରିମିୟର ଲିଗର ବାକି ମ୍ୟାଚ୍‌ ପାଇଁ ମଧ୍ୟ ଫିଟ୍ ହେବାକୁ କଠିନ ପରିଶ୍ରମ କରୁଛନ୍ତି ।

ଏଏନଆଇରେ ପ୍ରକାଶିତ ଖବର ଅନୁସାରେ ବୁଧବାର ଆରସିବି ବିପକ୍ଷ ମ୍ୟାଚ୍‌ରେ ଖେଳିବେନି ରୋହିତ। ଦଳକୁ ଖୁବଶୀଘ୍ର ଫେରିବା ପାଇଁ ଅଭ୍ୟାସ ଓ ମାଂଶପେଶୀ ସୁଦୃଢ଼ କରିବା  ଉପରେ ସେ ଗୁରୁତ୍ବ ଦେଉଥିବା ଦେଖିବାକୁ ମିଳିଛି। ମଝିରେ ଗୋଟିଏ ଦିନ ବିଶ୍ରାମ ନେବା ପରେ ଏମଆଇ ଯେତେବେଳେ ଅଭ୍ୟାସ କରୁଛି ରୋହିତ ହାଜର ହୋଇ ଯାଉଛନ୍ତି ଓ ଅଭ୍ୟାସ କରୁଛନ୍ତି। ଧିରେଧିରେ ତାଙ୍କ ଗୋଡ଼ ସ୍ବଭାବିକ ହେଉଥିବା ବେଳେ ସେ ନେଟ୍‌ରେ ବ୍ୟାଟିଂ କରୁଥିବା ଜଣାପଡ଼ିଛି। ଫିଟ୍‌ନେସ୍‌ ଫେରାଇ ଆଣିବା ପାଇଁ ଦୃଢ଼ ଭାବେ ରୋହିତ ଚେଷ୍ଟା କରୁଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି।

{"id":294355,"sizeSlug":"large"}

ଅକ୍ଟୋବର ୧୮ରେ କିଙ୍ଗସ୍‌ ଇଲେଭେନ ପଞ୍ଜାବ ବିପକ୍ଷରେ ଟ୍ବିନ୍‌ ସୁପରଓଭର ଖେଳୁଥିବା ବେଳେ ତାଙ୍କ ଆଣ୍ଠୁରେ ଆଘାତ ଲାଗିଥିଲା। ଯେଉଁଥିପାଇଁ ପୂର୍ବ ଦୁଇଟି ଏମଆଇ ମ୍ୟାଚ୍‌ରେ ତାଙ୍କୁ ବିଶ୍ରାମ ଦିଆଯାଇଥିଲା। ରୋହିତ ଖେଳିନଥିବା ଦୁଇଟି ମ୍ୟାଚ୍‌ ମଧ୍ୟରୁ ଗୋଟିଏ ଜିତିଛି ମୁମ୍ବାଇ ଇଣ୍ଡିଆନ୍ସ। ଚେନ୍ନାଇ ସୁପରକିଙ୍ଗସ୍‌କୁ ୧୦ ଓ୍ବିକେଟ୍‌​‌ରେ ହରାଇଥିଲା ଦ୍ବିତୀୟ ମ୍ୟାଚ୍‌ରେ ରାଜସ୍ଥାନ ପାଖରୁ ୮ ଓ୍ବିକେଟ୍‌ରେ ହାରିଥିଲା ଏମଆଇ। ୧୧ ଟି ମ୍ୟାଚ୍‌ରୁ ୧୪ ପଏଣ୍ଟ ସହ MI ପଏଣ୍ଟ ଟେବୁଲର ଶୀର୍ଷରେ ରହିଛି। କିନ୍ତୁ  ନଭେମ୍ବର ୨୭ ରେ ସିଡନୀରେ ପ୍ରଥମ ODI ସହିତ ଆରମ୍ଭ ହେବାକୁ ଥିବା ଅଷ୍ଟ୍ରେଲିଆ ସିରିଜ୍‌ରେ ଚୟନକର୍ତ୍ତା ଚୟନ କରିଥିବା ସ୍କ୍ବାର୍ଡ ଖେଳପ୍ରେମୀଙ୍କୁ ନିରାଶ କରିଛି।  

ସୁନୀଲ ଯୋଶୀଙ୍କ ନେତୃତ୍ବାଧୀନ ଚୟନ କମିଟିକୁ ଜାତୀୟ ଦଳର ଡାକ୍ତର ସୂଚନା ଦେଇଥିଲେ ଯେ, ରୋହିତଙ୍କୁ ସୁସ୍ଥ ହେବାକୁ ଆହୁରି ୨-୩ ସପ୍ତାହ ଲାଗିବ। ତେଣୁ ଚୟନକର୍ତ୍ତା ଅଷ୍ଟ୍ରେଲିଆ ସିରିଜ୍‌ରୁ ରୋହିତଙ୍କୁ ବାଦ ଦେଇଥିଲେ । ପରେ ବିସିସିଆଇ ଡାକ୍ତରୀ ଦଳ ଦ୍ବାରା ତାଙ୍କ ସ୍ବାସ୍ଥ୍ୟବସ୍ଥା ଯାଞ୍ଚ କରିବାକୁ ନିର୍ଦେଶ ଦେଇଥିଲେ। କିନ୍ତୁ ଆଶ୍ଚର୍ଯ୍ୟ କଥା ଡାକ୍ତର ଦେଇଥିବା​‌ ୨୧ ଦିନ ମଧ୍ୟରୁ ୧୦ ଦିନ ଯାଇସାରିଛି। ତେଣୁ ରୋହିତଙ୍କୁ ଆଗାମୀ ସିରିଜ୍‌ରୁ ବାଦ ଦେବାକୁ ନେଇ ଖେଳପ୍ରେମୀ ଅସନ୍ତୋଷ ପ୍ରକାଶ କରିଥିବା ଦେଖିବାକୁ ମିଳିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.