IPL 2021 : କର ବା ମର ମ୍ୟାଚରେ ମୁମ୍ବାଇର ଘାତକ ବୋଲିଂ ଆଗରେ ଚାଲିଲାନି ରାଜସ୍ଥାନ ବ୍ୟାଟ୍‌, ବିଜୟ ଲକ୍ଷ ମାତ୍ର ୯୧

Published By : Prameya-News7 Bureau | October 05, 2021 IST

ଶାରଜାହ ୦୫/୧୦ : ଆଇପିଏଲର ଆଜିର ମ୍ୟାଚ୍‌ରେ ସାମ୍ନାସାମ୍ନୀ ହୋଇଛନ୍ତି ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରାଜସ୍ଥାନ ରୟାଲ୍ସ । ଉଭୟ ଟିମ ପାଇଁ ଆଜିର ଏହି ମ୍ୟାଚ୍‌ କର ବାର ମର ହୋଇଥିବା ବେଳେ ଦମ ଲଗାଇଦେଇଛି ମୁମ୍ବାଇ । ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିବା ଏମ୍‌ଆଇ ପାଇଁ ଲାଭଦାୟକ ହୋଇଛି । ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ୯ ଓ୍ବିକେଟ ହରାଇ ୯୦ ରନ ସଂଗ୍ରହ କରିଛି ରାଜସ୍ଥାନ ରୟାଲ୍ସ । ମୁମ୍ବାଇକୁ ଜିତିବାକୁ ହେଲେ ୯୧ ରନ କରିବାକୁ ହେବ ।

ରାଜସ୍ଥାନର ବ୍ୟାଟ୍ସମ୍ୟାନମାନେ ମୁମ୍ବାଇ ଇଣ୍ଡିଆନ୍ସ ଆଗରେ ସମ୍ପୂର୍ଣ୍ଣ ଆତ୍ମ ସମର୍ପଣ କରିଦେଇଛନ୍ତି । କୌଣସି ଜଣେ ବି ବ୍ୟାଟ୍ସମ୍ୟାନ ବଡ ସ୍କୋର କରିବାକୁ ସକ୍ଷମ ହୋଇନାହାନ୍ତି । ଓପନର ଇଭିନ୍ ଲୁଇସ ଭଲ ଆରମ୍ଭ କରିଥିଲେ ସୁଦ୍ଧା ବଡ ସ୍କୋରରେ ବଦଳାଇପାରିନଥିଲେ । ବ୍ୟକ୍ତିଗତ ଭାବେ ସେ ୨୪ ରନ କରି ଆଉଟ ହୋଇଥିବା ବେଳେ ଯଶସ୍ବୀ ଜୟସ୍ବାଲ ୧୨ରନ, ସଞ୍ଜୁ ସାମସନ ୩, ଶିବମ ଦୁବେ ୩ ରନ, ଗ୍ଲେନ୍‌ ଫିଲିପ୍ସ ୪ ରନ, ଡେଭିଡ ମିଲର ୧୫, ରାହୁଲ ତେଓ୍ବାତିୟା ୧୨, ଶ୍ରେୟସ ଗୋପାଳ ଖାତା ଖୋଲିବା ପୂର୍ବରୁ ଆଉଟ ହୋଇଛନ୍ତି । ଚେତନ୍‌ ସକାରିୟା ୬ ରନ କରି ଆଉଟ ହୋଇଛନ୍ତି । ମୁସ୍ତଫିଜୁର ରେହମାନ ୮ ରନ ଏବଂ କୁଳଦୀପ ଯାଦବ ୦ ରନ କରି ନଟ୍‌ ଆଉଟ ଅଛନ୍ତି ।

ଜେମସ୍‌ ନିସାମ ଏବଂ ନାଥାନ କ୍ବିଲ୍ଟର ନାଇଲ୍‌ ଦମଦାର ବୋଲିଂ କରି ରାଜସ୍ଥାନ ରୟାଲ୍ସର ବ୍ୟାଟିଂ ମେରୁଦଣ୍ଡ ଭାଙ୍ଗିଦେଇଛନ୍ତି । ନିସାମ ୪ ଓଭରରେ ମାତ୍ର ୧୨ ରନ ଦେଇ ୩ ଓ୍ବିକେଟ ନେଇଥିବା ବେଳେ, ଯଶପ୍ରୀତ ବୁମରାହ ୪ ଓଭରରେ ୧୪ ରନ ଦେଇ ୨ ଓ୍ବିକେଟ ନେଇଛନ୍ତି । ସେହିଭଳି ଜୟନ୍ତ ଯାଦବ ୨ ଓଭରରେ ୧୭ରନ, କିରଣ ପୋଲାର୍ଡ ୨ ଓଭରରେ ୯ରନ, ଟ୍ରେଣ୍ଟ ବୋଲ୍ଟ ୪ ଓଭରରେ ୨୪ ରନ, ନାଥାନ କ୍ବିଲ୍ଟର ନାଇଲ୍‌ ୪ ଓଭରରେ ୧୪ ରନ ୪ ଓ୍ବିକେଟ ନେଇଛନ୍ତି ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.