MI ଇଣ୍ଡିଆର ବଡ଼ ସଫଳତା, ୭ ଦିନିଆ ଫେଷ୍ଟିଭ୍‌ ସେଲ୍‌ରେ ବିକିଛି ୫୦ ଲକ୍ଷ ସ୍ମାର୍ଟଫୋନ୍‌

Published By : Prameya-News7 Bureau | October 24, 2020 IST

ନୂଆଦିଲ୍ଲୀ ୨୪/୧୦: ପାର୍ବଣ ଋତୁରେ ଅନଲାଇନ୍‌ ସପିଂ ବୃଦ୍ଧିପାଇଛି। ଫ୍ଳିପ୍‌କାର୍ଟ, ଆମାଜନ୍‌ରେ ଫେଷ୍ଟିଭ୍‌ ସିଜ୍‌ନ ଅବସରରେ ଜୋରଦାର ବ୍ୟବସାୟ ହୋଇଛି। ବିଶେଷ କରି ମୋବାଇଲ୍‌ ଫୋନ୍‌ର ଚାହିଦା ବଢ଼ିଛି। ଏହି ସମୟରେ ସ୍ମାର୍ଟଫୋନ୍‌ ବ୍ରାଣ୍ଡ ଏମଆଇ(MI) ୫୦ ଲକ୍ଷ ଫୋନ୍‌ ବିକ୍ରି କରିଛି। ଫ୍ଳିପ୍‌କାର୍ଟ, ଆମାଜନ୍‌ ଓ ଏମଆଇ  ଡଟ୍‌ କମ୍‌ ପ୍ଲାଟଫର୍ମରେ କେବଳ ୭ ଦିନରେ ୫୦ ଲକ୍ଷ ଏମଆଇ ସ୍ମାର୍ଟଫୋନ୍‌ ବିକ୍ରି ହୋଇଥିବା ନେଇ ଶୁକ୍ରବାର କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି।

ଦେଶରେ ୧୫ ହଜାର ରିଟେଲର ପାର୍ଟନରଙ୍କ ସହାୟତାରେ ଏମଆଇ ଇଣ୍ଡିଆର ବ୍ୟବସାୟ ଦୁଇଗୁଣା ବୃଦ୍ଧି ପାଇଛି। ଏହି ସମୟରେ ରିଟେଲର ଓ ପାର୍ଟନର ଏକାଠି କାମ କରିଥିଲେ। ଯାହାକି ଏହି ପାର୍ବଣ ଋତୁରେ କମ୍ପାନୀର ବ୍ୟବସାୟକୁ ବହୁ ଆଗକୁ ନେଇଛି। ଆମକୁ ଅଭୂତପୂର୍ବ ସଫଳତା ଦେଇଛି ବୋଲି ଏମଆଇ ଇଣ୍ଡିଆର ବ୍ୟବସାୟ ମୁଖ୍ୟ ରଘୁ ରେଡ୍ଡୀ କହିଛନ୍ତି।

{"id":350214,"sizeSlug":"large"}

ସେପଟେ ପୂଜା ସିଜ୍‌ନରେ ଏମଆଇ ଏମ ୧୦କୁ ବାଜାରକୁ ଛାଡ଼ିଛି। ଦୁଇଟି ଭାରିଏଣ୍ଟରେ ଉପଲବ୍ଧ ହୋଇଥିବା ଏମ ୧୦ର ଦାମ  ଯଥାକ୍ରମେ ୪୪,୯୯୯ ଓ ୪୯,୯୯୯ ଟଙ୍କା ରହିଛି। ଏହାସହ ଲୋକପ୍ରିୟ ନୋଟ୍‌ ମଡେଲ୍‌ ଉପରେ କମ୍ପାନୀ ବିଶେଷ ରିହାତି ଦେଉଛି। ନୋଟ୍‌ ୯ ଓ ନୋଟ୍‌ ୯ ପ୍ରୋ ମାକ୍ସରେ ୧୦୦୦ ଟଙ୍କା ଲେଖାଁଏ ରିହାତି ମିଳୁଥିବା ବେଳେ ନୋଟ୍‌ ୯ ପ୍ରୋ ଉପରେ ୧୫୦୦ ଟଙ୍କା ରିହାତି ମିଳୁଛି।

ଗୁରୁବାର ଏମଆଇ ଇଣ୍ଡିଆ ଦୁର୍ଗାପୂଜା ସେଲିବ୍ରେସନ୍‌ ସମୟରେ ‘ରେ ଅଫ୍‌ ହୋପ୍‌’ ନାଁରେ ବିଶ୍ବର ସବୁଠୁ ବଡ଼ ଅଏଲ୍‌ ଲ୍ୟାମ୍ପ ଜାଳି ଗିନିଜ୍‌ ବୁକ୍‌ ଅଫ ଓ୍ବାର୍ଲଡ୍‌ ରେକର୍ଡରେ ସ୍ଥାନ ପାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.