Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେରଳରେ ଭୀଷଣ ବର୍ଷା: ୫ ଜିଲ୍ଲାରେ ବନ୍ୟା ପରିସ୍ଥିତି, ଭୂସ୍ଖଳନରେ ଜଣେ ମୃତ, ୧୨ ନିଖୋଜ
  • ||
  • ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ଡେଙ୍ଗୁ, ସ୍ବାସ୍ଥ୍ୟବସ୍ଥାରେ ଆସୁଛି ସୁଧାର
  • ||
  • କାମେଶ୍ୱର ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୫୮ କୋଭିଡ୍ ପଜିଟିଭ୍
  • ||
  • ନବୀନ @ ୭୬, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
  • ||
  • ୭୬ ବର୍ଷରେ ପାଦ ଦେଲେ ନବୀନ, କରୋନା ମହାମାରୀ ପାଇଁ ପାଳିବେନି ଜନ୍ମଦିନ
  • ||
  • ଶାରଦୀୟ ଦୁର୍ଗାପୂଜା ଶେଷ, ଶନିବାର ଧରାପୃଷ୍ଠରୁ ବିଦାୟ ନେବେ ମା
  • ||
  • ହାଟରୁ ଫେରୁଥିବା ବେଳେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ, ଘରେ ଛାଡିଦେବେ କହି ଇଜ୍ଜତ ଲୁଟିଲେ ୮ ସଇତାନ
  • ||
  • କଟକ : କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଆହତ
  • ||

ଆଇପିଏଲ ୨୦୨୧ : ଆଜି ମୁମ୍ବାଇକୁ ଭେଟିବ ହାଇଦ୍ରାବାଦ, ପଞ୍ଚମ ବିଜୟ ଲକ୍ଷ୍ୟରେ ଇଣ୍ଡିଆନ୍ସ

4/05/2021 at 11:55 AM

ନୂଆଦିଲ୍ଲୀ,୦୪/୦୫ : ଚଳିତ ଆଇପିଏଲ୍‌ର ୩୧ତମ ଲିଗ୍‌ ମ୍ୟାଚ୍‌ରେ ମୁହାଁମୁହିଁ ହେବେ ଡିଫେଣ୍ଡିଂ ଚାମ୍ପିଅନ୍‌ ମୁମ୍ବାଇ ଇଣ୍ଡିଆନ୍ସ ଓ ସନରାଇଜର୍ସ ହାଇଦ୍ରାବାଦ । ପଏଣ୍ଟ ତାଲିକାର ଅନ୍ତିମ ସ୍ଥାନରେ ରହିଥିବା ସନରାଇଜର୍ସ ପାଇଁ ଏହି ମ୍ୟାଚ୍‌ ବେଶ୍‌ ଗୁରୁତ୍ୱପୂର୍ଣ୍ଣ । ଡିଫେଣ୍ଡିଂ ଚାମ୍ପିଅନ୍‌ ଦଳ ପଞ୍ଚମ ବିଜୟ ଲକ୍ଷ୍ୟରେ ରହିଛି । ଫଳରେ ମଙ୍ଗଳବାର ଏକ ସଂଘର୍ଷପୂର୍ଣ୍ଣ ମୁକାବିଲା ଦେଖିବାକୁ ମିଳିବ ।

ମୁମ୍ବାଇ ଇଣ୍ଡିଆନ୍ସ ଶନିବାର ଅନୁଷ୍ଠିତ ଏକ ରୋମାଞ୍ଚକର ମୁକାବିଲାରେ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଚେନ୍ନାଇ ସୁପରକିଙ୍ଗ୍‌ସକୁ ପରାସ୍ତ କରିଥିଲା । ଏହି ମ୍ୟାଚ୍‌ରେ ସୁପରକିଙ୍ଗ୍‌ସ ୨୧୯ ରନ୍‌ର ଲକ୍ଷ୍ୟ ଧାର୍ଯ୍ୟ କରିଥିଲା । କିରେନ ପୋଲାର୍ଡଙ୍କ ଧୂଆଁଧାର ବ୍ୟାଟିଂ ବଳରେ ମୁମ୍ବାଇ ଇଣ୍ଡିଆନ୍ସ ୪ ୱିକେଟ୍‌ରେ ବିଜୟ ହାସଲ କରିଥିଲା । ଏହି ମ୍ୟାଚ୍‌ ଅନେକ ରେକର୍ଡ ଭଙ୍ଗ କରିଥିଲା । ମୁମ୍ବାଇ ଇଣ୍ଡିଆନ୍ସ ପ୍ରଥମ ଥର ପାଇଁ ଏତେ ବଡ଼ ବିଜୟ ଲକ୍ଷ୍ୟର ପିଛା କରି ବିଜୟୀ ହୋଇଥିଲା । ପୋଲାର୍ଡ ସିଜନର ଦ୍ରୁତତମ ଅର୍ଦ୍ଧଶତକ ଅର୍ଜନ କରିଥିଲେ । ଏହିଭଳି ଅନେକ ରେକର୍ଡ ଏବେ ଇତିହାସ ହୋଇସାରିଛି । ଟାଇଟଲ ବଜାୟ ରଖିବାକୁ ହେଲେ ଚାମ୍ପିଅନ୍‌ ଦଳ ଭଳି ପ୍ରଦର୍ଶନ କରିବାକୁ ପଡ଼ିବ । ଏଣିକି ବିଜୟ ଧାରା ଜାରି ରଖିବାକୁ ମୁମ୍ବାଇ ଇଣ୍ଡିଆନ୍ସ ଦଳ ବଦ୍ଧ ପରିକର । ଦଳର ଦୁଇ ପ୍ରମୁଖ ଖେଳାଳି ରୋହିତ ଶର୍ମା ଓ କ୍ୱିଣ୍ଟନ ଡି କକ୍‌ ଫର୍ମକୁ ଫେରିଛନ୍ତି । ପୋଲାର୍ଡଙ୍କ ମନୋବଳ ଦ୍ୱିଗୁଣିତ ରହିଛି । ପାଣ୍ଡ୍ୟା ଭ୍ରାତା ମଧ୍ୟ ଆବଶ୍ୟକତା ମୁତାବକ ଆକ୍ରମଣାତ୍ମକ ବ୍ୟାଟିଂ କରିବାକୁ ପ୍ରସ୍ତୁତ ।

ବୋଲିଂ ବିଭାଗକୁ ନେଇ ଦଳର ଚିନ୍ତା ରହିଛି । ସୁପରକିଙ୍ଗ୍‌ସ ବିପକ୍ଷରେ ଜଶପ୍ରୀତ ବୁମରା ଓ ଟ୍ରେଣ୍ଟ ବୋଲ୍ଟଙ୍କ ଭଳି ବୋଲର ବ୍ୟୟବହୁଳ ସାବ୍ୟସ୍ତ ହୋଇଥିଲେ । ତଥାପି ଏମାନଙ୍କ ବିନା ଦଳ ଗ୍ରାଉଣ୍ଡକୁ ଓହ୍ଲାଇବାର ପ୍ରଶ୍ନ ଉଠୁନି । କେବଳ ଡେଥ୍‌ ଓଭର ବୋଲିଂ ସୁଧାରିବାକୁ ଦଳ ପ୍ରୟାସ କରିବ ।

ମଙ୍ଗଳବାର ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସର ପଲା ଭାରି ରହିବ । ଉଭୟ ଦଳ ମଧ୍ୟରେ ଅନୁଷ୍ଠିତ ଶେଷ ୫ଟି ମ୍ୟାଚ୍‌ ମଧ୍ୟରୁ ମୁମ୍ବାଇ ଇଣ୍ଡିଆନ୍ସ ୪ଟି ବିଜୟ ହାସଲ କରିଛି । ଚଳିତ ସିଜନରେ ଉଭୟ ଦଳ ଗତ ୧୭ ତାରିଖରେ ପରସ୍ପରକୁ ଭେଟିଥିଲେ । ମୁମ୍ବାଇ ଇଣ୍ଡିଆନ୍ସ ୧୩ ରନ୍‌ରେ ଉକ୍ତ ମ୍ୟାଚ୍‌ ଜିତିଥିଲା । ବର୍ତ୍ତମାନ ପ୍ରତିଶୋଧ ନେବାର ସମୟ । ନୂଆ ଅଧିନାୟକ କେନ ୱିଲିୟମସନଙ୍କୁ ସ୍ୱତନ୍ତ୍ର ରରନୀତି ପ୍ରସ୍ତୁତ କରିବାକୁ ପଡ଼ିବ । ମଧ୍ୟକ୍ରମ ବ୍ୟାଟିଂ ବିଭାଗ ସୁଦୃଢ ହେଲେ ସନରାଇଜର୍ସର ବିଜୟ ସମ୍ଭବ ହୋଇପାରିବ । ବିଶେଷ କରି ବିରାଟ ସିଂହଙ୍କ ସ୍ଥାନରେ ପ୍ରିୟମ ଗର୍ଗଙ୍କୁ ଏକାଦଶରେ ସୁଯୋଗ ମିଳିବା ଆବଶ୍ୟକ । ଭୁବନେଶ୍ୱର କୁମାରଙ୍କ ଉପରେ ବୋଲିଂ ବିଭାଗ ନିର୍ଭର କରିବ ।

କୋଟଲା ଗ୍ରାଉଣ୍ଡ ପିଚ୍‌କୁ ନେଇ ପୂର୍ବାନୁମାନ କରିବାର ଆବଶ୍ୟକତା ନାହିଁ । ଛୋଟ ବାଉଣ୍ଡାରୀ, ଦ୍ରୁତ ଆଉଟ୍‌ ଫିଲ୍ଡ ଓ ବ୍ୟାଟିଂ ଉପଯୋଗୀ ପିଚ୍‌ । ମଙ୍ଗଳାବର ଏକ ବିଶାଳ ସ୍କୋର ଦେଖିବାକୁ ମିଳିପାରେ । ଟସ୍‌ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେବା ଏକ ପ୍ରକାର ନିଶ୍ଚିତ ।

   Related Posts