miର ୩୦ହଜାର ଟଙ୍କିଆ ଇଲେକ୍ଟ୍ରିକ ବାଇକ୍‌, ଥରେ ଚାର୍ଜରେ ଯିବ ୧୨୦ କିଲୋମିଟର

Published By : Prameya-News7 Bureau | October 15, 2019 IST

ନୂଆଦିଲ୍ଲୀ - ଚୀନ୍‌ର ଲୋକପ୍ରିୟ ମୋବାଇଲ୍‌ ଓ ଇଲେକ୍ଟ୍ରୋନିକସ୍‌ କମ୍ପାନୀ ଏମ୍‌ଆଇ mi ଶାଓମୀ ଏବେ ଏକ ଇଲେକ୍ଟ୍ରିକ ସ୍କୁଟର ଲଞ୍ଚ କରିଛି । ଏହାର ଶସ୍ତାରେ ଅଧିକ ଫିଚର୍‌ ଥିବା ଫୋନ୍‌ ଦେଉଥିବାରୁ ଅଧିକ ଲୋକପ୍ରିୟ । ଏବେ ଏହାର ଇଲେକ୍ଟ୍ରିକ୍‌ ବାଇକ୍‌ ପାଇଁ ଚର୍ଚ୍ଚାକୁ ଆସିଛି ।
ଶାଓମୀ ସ୍ମାର୍ଟଫୋନ୍‌ ସହ ବିଭିନ୍ନ ଗ୍ୟାଜେଟ୍‌ ଓ ସ୍ମାର୍ଟ ଟିଭି ଭାରତରେ ଲଞ୍ଚ କରିଛି । ଏବେ ଏହା ଏକ ଇଲେକ୍ଟ୍ରିକ୍‌ ବାଇକ୍‌କୁ ଚୀନ୍‌ ବଜାରରେ ପ୍ରବେଶ କରାଯାଇଛି । ଏହାର ନାମ ହିମୋ-ଟିଓ୍ୱାନ (Himo T1) ସବୁଠାରୁ ବଡ କଥା ହେଉଛି ଏହାର ଦର୍‌ ବା ମୂଲ୍ୟ ବେଶୀ ନୁହେଁ । ଏହାର ଦର ମାତ୍ର ୨,୯୯୯ ଚାଇନିଜ୍‌ୟେନ୍‌ , ଭାରତୀୟ ମୁଦ୍ରାରେ ପ୍ରାୟ ୩୦,୭୦୦ ଟଙ୍କା । ଏଥିରେ ଲିଥିଅମ୍‌ ଆୟନ ବ୍ୟାଟେରୀ ରହିଛି। ଥରେ ଚାର୍ଜ କଲେ ଏହା ୧୨୦ କିଲୋମିଟର ଯାଇପାରିବ ।

{"id":170387}


ସବୁଠାରୁ ବଡ କଥା ହେଉଛି ଏହା ବିନା ପେଟ୍ରୋଲ ବା ତେଲରେ ଚାଲୁଥିବାରୁ ପ୍ରଦୂଷଣ ହେବ ନାହିଁ । ଲୋକଙ୍କୁ ତେଲ ଦର ବୃଦ୍ଧି ସହ ସମ୍ପର୍କ ବି କିଛି ରହିବ ନାହିଁ । ଇଞ୍ଚନର ମେଣ୍ଟାନାସ୍‌ ଓ ଅଏଲ୍‌ ଚେଞ୍ଜର ଆବଶ୍ୟକତା ନାହିଁ । ଲିଥିଅମ୍‌ ଆୟନ ବ୍ୟାଟରୀ ପଡିଥିବାରୁ ଏବା ଦୀର୍ଘ ଦିନ ପର୍ଯ୍ୟନ୍ତ କାମ କରିବ ।

{"id":170388}

ଏହା ହିମୋର ତୃତୀୟ ଇଲେକ୍ଟ୍ରିକ ବାଇକ୍‌ , ପୂର୍ବରୁ ହିମୋ ଭି ୧ ଓ ହିମେ ସି ୨୦କୁ ଚୀନ୍‌ ବଜାରରେ ଲଞ୍ଚ କରାଯାଇଛି ।
ଏହା ଇଲେକ୍ଟେରିକ ଷ୍ଟାର୍ଟ ବା ସ୍ୱିଚ୍‌ ଚିପି ଷ୍ଟାର୍ଟ, ଇଲେକ୍ଟ୍ରେନିକ ଡିସପ୍ଲେ ,ମଲ୍ଟି ଫଙ୍କସନ୍‌ କମ୍ବସନ୍‌ ସ୍ୱିଚ୍‌ ରହିଛି ।
ଆଗ ଚକରେ ଡିସ୍କ ବ୍ରେକ୍‌ ଓ ପଛ ଚକରେ ଡ୍ରମ ବ୍ରେକ୍‌ ରହିଛି ।

୪୮ ଭୋଲ୍ଟ ୧୪,୦୦୦ ଏମ୍‌ଏଚ୍‌ ଲିଥିଅମ୍‌ ଆୟନ ବ୍ୟାଟେରୀ ରହିଛି । ଏହା ୨୮ ଏଏଚ୍‌ ଭର୍ସନ ଥରେ ଚାର୍ଜ କଲେ ୧୨୦ କିଲୋମିଟର ଯାଇପାରିବ । ୧୪ ଏଏଚ୍‌ ଭର୍ସନ ବି ରହିଛି । ଏହାର ଓଜନ ମାତ୍ର ୫୩ କିଲୋଗ୍ରାମ ।
ଏବେ ତିନୋଟି ରଙ୍ଗରେ ଏହା ଉପଲବ୍ଝ । ମାତ୍ର କେବେ ଏହାକୁ ଭାରତରେ ଲଞ୍ଚ କରାଯିବ କମ୍ପାନୀ ପକ୍ଷରୁ କୌଣସି ସୂଚନା ଦିଆାଇନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.