ରାଜ୍ୟରେ ଫସିଥିବା ଶ୍ରମିକଙ୍କ ପାଇଁ ସରକାରଙ୍କ ଯୋଜନା, ଏପ୍ରିଲ ୨୦ରୁ ମିଳିବ କାମ ଓ ପଇସା

Published By : Prameya-News7 Bureau | April 19, 2020 IST

ନୂଆଦିଲ୍ଲୀ ୧୯।୦୪: କରୋନା ଭାଇରସ୍‌ କାରଣରୁ ସଂପ୍ରତି ଦେଶ ଲକ୍‌ଡାଉନ୍‌ରେ ଅଛି। ଏହି ଲକ୍‌ଡାଉନ୍ ଯୋଗୁଁ ହଜାର ହଜାର ସଂଖ୍ୟାରେ ପ୍ରବାସୀ ଶ୍ରମିକ ନିଜ ଘରଠୁ ଦୂରରେ ବାହାର ରାଜ୍ୟରେ ଫସି ଯାଇଛନ୍ତି। ଅନେକ ତ ଚାଲି ଚାଲି ଘର ଅଭିମୁଖେ ବାହାରିଥିଲେ ହେଲେ, ସେମାନଙ୍କୁ ସୀମାରେ ଅଟକାଇ କ୍ଵାରେଣ୍ଟାଇନରେ ରଖାଯାଇଛି। ଗୃହ ମନ୍ତ୍ରଣାଳୟ ସମସ୍ତ ରାଜ୍ୟରେ ଫସି ରହିଥିବା ଶ୍ରମିକଙ୍କ ଯିବାଆସିବା ନେଇ କିଛି ଗାଇଡ୍‌ଲାଇନ୍‌ କିମ୍ବା କହିବାକୁ ଗଲେ ଷ୍ଟାଣ୍ଡାର୍ଡ ଅପରେଟିଂ ସିଷ୍ଟମ(ଏସଓପି) ଜାରି କରିଛନ୍ତି। ଏହି ଅନୁସାରେ ରାଜ୍ୟରେ ଶ୍ରମିକଙ୍କ ପାଇଁ କୋହଳ ଘୋଷଣା କରଯାଇଛି। କୌଣସି ବି ଶ୍ରମ ଜୀବୀଙ୍କୁ ରାଜ୍ୟ ବାହାରକୁ ଯିବାରେ ଅନୁମତି ମିଳିବ ନାହିଁ, ମାତ୍ର ରାଜ୍ୟ ଭିତରେ କିଛି ନିୟମ ସହିତ ଯିବା ଆସିବା କରି ପାରିବେ।

ସରକାର ଏହି ନିଷ୍ପତ୍ତି ନେଇଛନ୍ତି ଯେ, ରାଜ୍ୟଗୁଡିକରେ ଫସି ରହିଥିବା ଶ୍ରମିକଙ୍କୁ ଶିଳ୍ପ, କୃଷି, ନିର୍ମାଣ ଓ ଅନ୍ୟ କାମରେ ନିୟୋଜିତ କରାଯାଇପାରିବ। ଏପ୍ରିଲ ୨୦ ପରେ ସଂକ୍ରମଣ ଜୋନ୍ ବାହାରେ ସବୁ ପ୍ରକାରର କାମ କରିବାକୁ ଅନୁମତି ମିଳି ସାରିଛି। ତେଣୁ ଲୋକଙ୍କୁକ ଏହି ଶ୍ରମ ଜୀବୀଙ୍କ ଆବଶ୍ୟକତା ରହିଛି ଏବଂ ଶ୍ରମଜୀବୀଙ୍କୁ ମଧ୍ୟ ରୋଜଗାର ଦରକାର। ଏହି ସବୁ ଶ୍ରମ ଜୀବୀଙ୍କୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ନେବା ପାଇଁ କିଛି ଗାଇଡ୍ ଲାଇନ ମଧ୍ୟ ଜାରି କରାଯାଇଛି।

wp:core-embed/twitter {"url":"https://twitter.com/ANI/status/1251803372006629376?ref_src=twsrc%5Etfw%7Ctwcamp%5Etweetembed\u0026ref_url=https%3A%2F%2Fnavbharattimes.indiatimes.com%2Findia%2Fmha-standard-operating-system-for-the-movement-of-stranded-labourers-within-the-state-or-union-territory%2Farticleshow%2F75232468.cms","type":"rich","providerNameSlug":"twitter","className":""}
https://twitter.com/ANI/status/1251803372006629376?ref_src=twsrc%5Etfw%7Ctwcamp%5Etweetembed&ref_url=https%3A%2F%2Fnavbharattimes.indiatimes.com%2Findia%2Fmha-standard-operating-system-for-the-movement-of-stranded-labourers-within-the-state-or-union-territory%2Farticleshow%2F75232468.cms
/wp:core-embed/twitter

ଏହା ହେଉଛି କେନ୍ଦ୍ର ସରକାରଙ୍କ ଗାଇଡ୍ ଲାଇନ୍‌

୧ - କୌଣସି ରାଜ୍ୟ କିମ୍ବା କେନ୍ଦ୍ର ଶାସିତ ରାଜ୍ୟରେ ରହୁଥିବା ପ୍ରବାସୀ ଶ୍ରମିକ ଯେଉଁଠି ବି ରହିଛନ୍ତି, ସେମାନଙ୍କୁ ସ୍ଥାନୀୟ ପ୍ରଶାସନ ପାଖରେ ପଞ୍ଜୀକୃତ କରିବା ଜରୁରୀ। ଏହା ସହିତ ସେମାନଙ୍କର ଦକ୍ଷତା ପରଖାଯିବ, ଯଦ୍ଵାରା ସେମାନଙ୍କ ହିସାବରେ ସେମାନଙ୍କୁ କାମ ଯୋଗାଇ ଦିଆଯିବ।

୨ - ଯଦି ପ୍ରବାସୀ ଶ୍ରମିକଙ୍କ ଏକ ଗୋଷ୍ଠୀ ନିଜ କାମ କରୁଥିବା ଜାଗାକୁ ଫେରିବାକୁ ଚାହୁଁଛନ୍ତି ଏବଂ ସେମାନେ ସେହି ରାଜ୍ୟର କୌଣସି ଅନ୍ୟ ସ୍ଥାନରେ ଅଛନ୍ତି ତେବେ ସେମାନଙ୍କର ପ୍ରଥମେ ସ୍କ୍ରିନିଂ ହେବ। ସୁସ୍ଥ ଥିଲେ କାମ ପାଇଁ ସେମାନଙ୍କୁ ତାଙ୍କ ସ୍ଥାନରେ ପହଞ୍ଚାଇ ଦିଆଯିବ।

୩ – ଏହାକୁ ଦୃଷ୍ଟିରେ ରଖିବା ଜରୁରୀ ଯେ, କୌଣସି ବି ଶ୍ରମିକଙ୍କୁ ସେମାନେ ରହୁଥିବା ରାଜ୍ୟ କିମ୍ବା କେନ୍ଦ୍ର ଶାସିତ ରାଜ୍ୟ ବାହାରକୁ ଯିବାକୁ ଅନୁମତି ମିଳିବ ନାହିଁ।

୪ – ବସରେ ଯାତ୍ରା ସମୟରେ ସାମାଜିକ ଦୂରତ୍ଵର ସମସ୍ତ ନିୟମ ପାଳନ କରିବା ଜରୁରୀ। ଏହା ସହିତ ଯେଉଁ ବସ୍‌ ଜରିଆରେ ସେମାନେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବେ, ସେମାନଙ୍କୁ ସ୍ଵାସ୍ଥ୍ୟ ଅଧିକାରୀଙ୍କ ଗାଇଡ୍‌ଲାଇନ୍‌ ଅନୁଯାୟୀ ସାନିଟାଇଜ୍ କରିବାକୁ ପଡିବ।

୫ – ଏପ୍ରିଲ ୧୫ରେ କୋଭିଡ୍-୧୯ ମ୍ୟାନେଜ୍‌ମେଣ୍ଟ୍ ପାଇଁ ଜାରି ଗାଇଡ୍‌ଲାଇନ୍‌କୁ କଡାକଡି ଭାବେ ପାଳନ କରାଯିବ।

୬ – ସ୍ଥାନୀୟ ପ୍ରଶାସନର ଦାୟିତ୍ଵ ଏହା ଯେ, ସେମାନେ ଶ୍ରମିକଙ୍କୁ ସେମାନଙ୍କ ଯାତ୍ରା ସମୟରେ ଖାଦ୍ୟପେୟର ବ୍ୟବସ୍ଥା କରିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.