Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମିବାରେ ଲାଗିଛି କରୋନା ପ୍ରଭାବ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୭୦୭ ଆକ୍ରାନ୍ତ
  • ||
  • ବିରାଟ ବାହିନୀ ଚିତ୍‌ପଟାଙ୍ଗ, ଭାରତକୁ ୫୧ ରନରେ ହରାଇ ସିରିଜ୍ ହାତେଇଲା ଅଷ୍ଟ୍ରେଲିଆ
  • ||
  • କାର୍ତ୍ତିକ ପୂର୍ଣ୍ଣିମାରେ ପବିତ୍ର ଗଙ୍ଗା ସ୍ନାନକୁ ନେଇ ଦୁଇ ଦିନ ପାଇଁ ହରିଦ୍ୱାର ସୀମା ସିଲ୍
  • ||
  • ହାଡଭଙ୍ଗା ଶୀତ ଯୋଗୁଁ ମନାଲିରେ ଜଣକର ମୃତ୍ୟୁ, ଜିରୋ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଡାଲିରେ ୧୫ ଟଙ୍କା ରିହାତି ଦେବେ ସରକାର
  • ||
  • ଭୁବନେଶ୍ୱର : କମିଲା କୋଭିଡ୍ ମୃତ୍ୟୁ ସଂଖ୍ୟା : ଗତ ୨୪ ଘଣ୍ଟାରେ ଯାଇଛି ୪ ମୁଣ୍ଡ, ୧୭୩୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୫୧୮ କରୋନା ସଂକ୍ରମିତ, ୩୧୮୩୦୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ସୋର : ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ : ୪ ଗୁରୁତର, ଜଣେ ଗିରଫ
  • ||
  • ନୂଆଦିଲ୍ଲୀ : ଭାରତରେ କମୁଛି ସଂକ୍ରମଣ, ଗତ ୨୪ଘଣ୍ଟାରେ ୪୧୮୧୦ କରୋନା ଆକ୍ରାନ୍ତ ଚିହ୍ନଟ
  • ||
  • ଉଦଳା : ଜମିବାଡି ବିବାଦକୁ କେନ୍ଦ୍ରକରି ଡବଲ ମର୍ଡର ! ସଂମ୍ପର୍କୀୟ ଭାଇ ଓ ପୁତୁରାକୁ ହତ୍ୟା କଲା ଭାଇ
  • ||

କେନ୍ଦ୍ର ଗୃହମନ୍ତ୍ରାଳୟ ସ୍ପଷ୍ଟ କଲେ, ଏବେ ଚାଲିବନି ଟ୍ରେନ୍

30/04/2020 at 5:06 PM

ନୂଆଦିଲ୍ଲୀ ୩୦।୪:  ସାରା ଦେଶରେ ଏବେ କରୋନା ଲକଡାଉନ୍ ଜାରି ରହିଛି। ଏଥିରେ ବିଭିନ୍ନ ରାଜ୍ୟ ସରକାର ଦେଶର ଭିନ୍ନ ଭିନ୍ନ ସ୍ଥାନରେ ଅଟକି ରହିଥିବା ସେମାନଙ୍କ ରାଜ୍ୟବାସୀଙ୍କୁ ଫେରାଇ ନେବାକୁ ଟ୍ରେନ୍ ଚଳାଚଳ ଆରମ୍ଭ କରିବା ଲାଗି କେନ୍ଦ୍ରକୁ ନିବେଦନ କରୁଛନ୍ତି। ଏଥିରେ କେନ୍ଦ୍ର ଗୃହମନ୍ତ୍ରାଳୟ ଗୁରୁବାର ଟ୍ରେନ ଚଳାଚଳ ନେଇ ସକାରଙ୍କ ନୀତି ସ୍ପଷ୍ଟ କରିଦେଇଛନ୍ତି। ଏଠାରେ କୋଭିଡ-୧୯ ନେଇ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ଗୃହମନ୍ତ୍ରାଳୟ ଉପୁଜିଥିବା ପରିସ୍ଥିତିରେ ଟ୍ରେନ ଚଳାଇବା ସମ୍ଭବ ନୁହେଁ ବୋଲି ସ୍ପଷ୍ଟ କରିଦେଇଛନ୍ତି।

ବିଭିନ୍ନ ରାଜ୍ୟରେ ଅଟକି ରହିଥିବା ଲୋକଙ୍କୁ ରାଜ୍ୟ ସରକାରମାନେ ବସ୍‌ରେ ନିଜନିଜ ରାଜ୍ୟଙ୍କୁ ଫେରାଇ ନେବା ଉଚିତ ହେବ ବୋଲି ମନ୍ତ୍ରାଳୟ କହିଛନ୍ତି। ଲକଡାଉନ୍‌ ଯୋଗୁ ସାରା ଦେଶରେ ପ୍ରାୟ ୨କୋଟି ଲୋକ ଏଣେତେଣେ ଫଶି ରହିଛନ୍ତି। ଏଥିରେ ତେଲେଙ୍ଗାନା ମନ୍ତ୍ରୀ ତାଲାସାନୀ ଶ୍ରୀନିବାସ ଯାଦବ ଏପରି ଲୋକଙ୍କୁ ସେମାନଙ୍କ ଘରେ ପହେଞ୍ଚାଇବା ଲାଗି ଟ୍ରେନ ଚଲାଇବାକୁ ଦାବି କରିଛନ୍ତି।

କେବଳ ତେଲେଙ୍ଗାନା ନୁହେଁ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋତ୍ ମଧ୍ୟ ଉପୁଜିଥିବା ପରିସ୍ଥିତିରେ କେନ୍ଦ୍ରସରକାରଙ୍କୁ ଏପରି ଲୋକଙ୍କ ଘରକୁ ଫେରିବା ଲାଗି ତୁରନ୍ତ ଭାରତ ସରକାର ସ୍ୱତନ୍ତ୍ର ଟ୍ରେନ ଚଳାଚଳର ବ୍ୟବସ୍ଥା କରନ୍ତୁ ବୋଲି ଦାବି କରିଥିଲେ। ଏଥିଲାଗି ସେ ପ୍ରଧାନମନ୍ତ୍ରୀଙ୍କୁ ପତ୍ର ମଧ୍ୟ ଲେଖିଥିଲେ। ହେଲେ ନିକଟ ଭବିଷ୍ୟତରେ ଟ୍ରେନ ଚଳାଇବା ସମ୍ଭବ ନୁହେଁ ବୋଲି କେନ୍ଦ୍ର ଗୃହମନ୍ତ୍ରାଳୟ ସ୍ପଷ୍ଟ କରିଦେଇଛନ୍ତି।

   Related Posts