Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଡିସେମ୍ବର ୩୧ ଯାଏଁ ଅନ୍ତରାଷ୍ଟ୍ରୀୟ ବିମାନ ସେବା ବନ୍ଦ, କରୋନା ପ୍ରଭାବ
  • ||
  • କଟକ : ବସ୍‌ ଷ୍ଟାଣ୍ଡରେ ଠିଆ ହୋଇଥିବା ବସ୍‌ରେ ଲାଗିଗଲା ନିଆଁ, କେଇ ମିନିଟ୍‌ରେ ଜଳିଗଲା ସମ୍ପୂର୍ଣ୍ଣ ବସ୍
  • ||
  • କନ୍ଧମାଳ : ଜଗାକୁ ଏକା କରି ଚାଲିଗଲା କାଳିଆ, ମା’ ଆଖିରୁ ଶୁଖୁନି ଲୁହ : ମରଶରୀର ପହଞ୍ଚିବା ପରେ ଗାଁରେ ଶୋକାକୂଳ ପରିବେଶ
  • ||
  • କୋରାପୁର : କୋରାପୁର ବସ୍ ଷ୍ଟାଣ୍ଡରୁ ୩ଲକ୍ଷରୁ ଅଧିକ ଟଙ୍କାର ନକଲି ନୋଟ୍ ଜବତ, ଜଣେ ଗିରଫ
  • ||
  • କଟକ : ବାହା ବେଦୀରୁ ବ୍ୟାଙ୍କ୍ ମ୍ୟାନେଜରଙ୍କୁ ଉଠାଇନେଲା ପୋଲିସ, IIFL ଲୁଟ୍ ଘଟଣାରେ ରହିଛି ଲିଙ୍କ୍
  • ||
  • ସୋର : ପାଣିରୁ ଉଦ୍ଧାର ହେଲା ବୃଦ୍ଧଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ପୁରୀ : ପଞ୍ଚୁକର ଦ୍ବିତୀୟ ଦିନ, ବାଙ୍କଚୁଡା ବେଶରେ ବିଭୂଷିତ ମହାପ୍ରଭୁ
  • ||
  • ଚଣ୍ଡିଖୋଲ : ନିର୍ମାଣଧୀନ ପାଣି ଟାଙ୍କି ଉପରେ ଚଢି ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ, ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ
  • ||
  • କୋରାପୁଟ : କୋରାପୁଟ ଜିଲ୍ଲାରୁ ୮୫ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଅଭିଯୁକ୍ତ ଫେରାର
  • ||
  • ଚାକିରୀଆଙ୍କ ପାଇଁ ବଡ ଖବର: ୮ଘଣ୍ଟା ବଦଳରେ ହୋଇପାରେ ୧୨ ଘଣ୍ଟା ସିଫ୍ଟ
  • ||

କେରଳ ସୁନା ଚୋରାଚାଲାଣ ମାମଲାର ହେବ NIA ଯାଞ୍ଚ, ଗୃହମନ୍ତ୍ରାଳୟରୁ ଜାରି ହେଲା ଆଦେଶ

9/07/2020 at 8:44 PM

ନୂଆଦିଲ୍ଲୀ ୯।୭: କେରଳ ତିରୁଅନନ୍ତପୁରମ ବିମାନ ବନ୍ଦର ଚୋରା ସୁନା କାରବାର ମାମଲାର ଜାତୀୟ ତଦନ୍ତକାରୀ ସଂସ୍ଥାନ (ଏନଆଇଏ) ଯାଞ୍ଚ ହେବ। ଏ ନେଇ କେନ୍ଦ୍ର ଗୃହମନ୍ତ୍ରାଳୟ ଗୁରୁବାର ଆଦେଶ ଜାରିକରିଛନ୍ତି। ଗୃହମନ୍ତ୍ରାଳୟ ମୁଖପାତ୍ର ତାଙ୍କ ଟ୍ୱିଟର ହ୍ୟାଣ୍ଡଲରେ ଏ ସମ୍ପର୍କରେ ସୂଚିତ କରିଥିବା ବେଳେ ‘ଏହା ଏକ ସଙ୍ଗଠିତ ତସ୍କରୀ ଅଭିଯାନ ଓ ଜାତୀୟ ସୁରକ୍ଷା ପ୍ରତି ବିପଦ ହୋଇପାରେ’ ବୋଲି ଆଶଙ୍କା କରିଛନ୍ତି। ଏଣୁ ମାମଲାର ତଦନ୍ତ ନିର୍ଦ୍ଦେଶ ଏନଆଇଏକୁ ପ୍ରଦାନ କରାଯାଇଛି ବୋଲି ଉଲ୍ଲେଖ କରିଛନ୍ତି।

ଗତ ରବିବାର ସୀମାଶୁଳ୍କ ଅଧିକାରୀମାନେ ତିରୁଅନନ୍ତପୁର ବିମାନ ବନ୍ଦରରୁ ୩୦ କେଜି ସୁନା ଜବତ କରିଥିଲେ। ଦେଶର କୌଣସି ବିମାନ ବନ୍ଦରରେ ଏତେ ପରିମାଣର ସୁନା ଏକକାଳୀନ ଜବତ କରାଯିବାରେ ଏହା ପ୍ରଥମ ଘଟଣା ଥିଲା। ଜବତ ସୁନାର ମୂଲ୍ୟ ଅନ୍ତର୍ଜାତୀୟ ବଜାରରେ ଅନୁନ୍ୟ ୧୩କୋଟି ୫୦ ଲକ୍ଷ ଟଙ୍କାରୁ ବି ଅଧିକ ହେବ ବୋଲି ଆକଳନ କରାଯାଉଛି। ଏହି ସୁନା କୂଟନୈତିକ ଚ୍ୟାନେଲରେ ରାଜନୈତି ମୁଣାରେ ପଶି ଭାରତ ଆସିଥିଲା।

ତେବେ ଏହି ମାମଲା ଏବେ ଏତେ ଜଟିଳ ହେଲାଣି ଲୋକେ ରାଜ୍ୟରେ କରୋନା ସଂକ୍ରମଣ କଥା ଭୁଲି ଯାଇଛନ୍ତି। ଏହି ସୁନା ଆଣିବାକୁ ଯେଉଁ ବ୍ୟକ୍ତି ଏୟାରପୋର୍ଟ ଯାଇଥିଲେ ସେ ଜଣେ ରହସ୍ୟମୟୀ ତଥା କ୍ଷମତା ସମ୍ପନ୍ନ ମହିଳାଙ୍କ ନାମ ନେଇଛନ୍ତି।  ଯାହାଙ୍କ ପାଇଁ ମୁଖ୍ୟମନ୍ତ୍ରୀ ତାଙ୍କ ମୁଖ୍ୟ ଶାସନ ସଚିବଙ୍କୁ ପଦରୁ ହଟାଇବାକୁ ବାଧ୍ୟ ହୋଇଛନ୍ତି। ଏଥିରୁ ମାମଲା କେତେ ଗୁରୁତର ତାହା ସହଜରେ ଅନୁମାନ କରାଯାଇପାରେ। ଗତ ଦୁଇବର୍ଷ ହେଲା କଂଗ୍ରେସ ନେତୃତ୍ୱାଧୀନ ମେଣ୍ଟ ୟୁଡିଏଫ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରୁଛି। ଏଣୁ ମୁଖ୍ୟମନ୍ତ୍ରୀଙ୍କ ଶାସନ ସଚିବଙ୍କ ସହ ରହସ୍ୟମୟୀ ମହିଳାଙ୍କ ନିକଟ ସମ୍ପର୍କ ଲାଗି କଂଗ୍ରେସ ମାମଲାର ସିବିଆଇ ତଦନ୍ତ ଦାବି କରିଥିଲା।

ପୁରା ପ୍ରକରଣର ସିଧା ପ୍ରଭାବ ଏବେ କେରଳ ମୁଖ୍ୟମନ୍ତ୍ରୀଙ୍କ  ଦପ୍ତର ଉପରେ ପଡୁଛି। ତେବେ ମାମଲାରେ ମୁଖ୍ୟ ଶାସନ ସଚିବଙ୍କ ନାମ ଆସିବାରୁ ତାଙ୍କୁ ପଦରୁ ହଟାଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି। ମୁଖ୍ୟ ଶାସନ ସଚିବଙ୍କୁ ପଦରୁ ହଟାଯାଇଥିଲେ ମଧ୍ୟ ଉପୁଜିଥବା ବିବାଦର ଏତେ ଶୀଘ୍ର ସମାଧାନ ସମ୍ଭ ନୁହେଁ ବୋଲି ଜଣାପଡିଲାଣି।

   Related Posts