ରେଳଯାତ୍ରା ଲାଗି ଜାରି ହେଲା ଗୃହମନ୍ତ୍ରାଳୟଙ୍କ Guide line, ସାମାଜିକ ଦୂରତା ଉପରେ ଗୁରୁତ୍ୱ

Published By : Prameya-News7 Bureau | May 11, 2020 IST

ନୂଆଦିଲ୍ଲୀ ୧୧।୫: କେନ୍ଦ୍ର ରେଳମନ୍ତ୍ରାଳୟ ରାଜଧାନୀ ଦିଲ୍ଲୀରୁ ଦେଶର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସହରକୁ ରେଳ ଚଳାଇବାକୁ ଘୋଷଣା କରିଛନ୍ତି। ଏଥିଲାଗି ସୋମବାର ଅପରାହ୍ଣ ୪ଟାରୁ ଆଇଆରସିଟିସିରେ ବୁକିଂ ହେବ।  ରେଳମନ୍ତ୍ରାଳୟଙ୍କ ସ୍ୱତନ୍ତ୍ର ଟ୍ରେନ  ଲାଗି ବୁକିଂ ଆରମ୍ଭ କରିବା ପୂର୍ବରୁ ଗୃହମନ୍ତ୍ରାଳାୟ (ଏମଏଚଏ) ଏକ ମାର୍ଗଦର୍ଶନ ଜାରିକରିଛନ୍ତି। ଯେଉଁଥିରେ ଦିଲ୍ଲୀରୁ ବିଭିନ୍ନ ସହରକୁ ଯିବାକୁ ଥିବା ଯାତ୍ରୀଙ୍କୁ ରେଳ ଯାତ୍ରା ଲାଗି କ’ଣ କରିବାକୁ ହେବ ସେ ନେଇ ସ୍ପଷ୍ଟ କରିଦେଇଛନ୍ତି।

{"id":268148,"sizeSlug":"large"}

ଏମଏଚଏ ରେଳଯାତ୍ରୀଙ୍କ ଲାଗି ତାଙ୍କ ମାର୍ଗଦର୍ଶନରେ କେବଳ କନଫର୍ମ ଟିକେଟ୍‌ ଥିବା ଯାତ୍ରୀଙ୍କୁ ହିଁ ଷ୍ଟେସନପର୍ଯ୍ୟନ୍ତ ଯିବାର ସୁବିଧା ପ୍ରଦାନ କରାଯିବ ବୋଲି ସ୍ପଷ୍ଟ କରିଦେଇଛନ୍ତି। ଅନ୍ୟଥା ଅନ୍ୟ ଲୋକେ ଷ୍ଟେସନରେ ପହଞ୍ଚି ପ୍ଲାଟଫର୍ମରେ ଗହଳି କରିବାର କୌଣସି କାରଣ ନାହିଁ ବୋଲି କୁହାଯାଇଛି। ସେହିପରି ଇ-ଟିକେଟ୍ କନଫର୍ମ ଥିବା ଯାତ୍ରୀଙ୍କୁ କ୍ୟାବ୍‌ ଷ୍ଟେସନ ପର୍ଯ୍ୟନ୍ତ ପହଞ୍ଚାଇବ। କନଫର୍ମ ରେଳ ଟିକେଟ୍ ଥିବା ଯାତ୍ରୀଙ୍କ କ୍ୟାବ୍‌କୁ ପୋଲିସ ଅଟକାଇବ ନାହିଁ ବୋଲି ଏମଏଚଏ ସ୍ପଷ୍ଟ କରିଦେଇଛନ୍ତି।

{"id":268150,"sizeSlug":"large"}

ରେଳ ଷ୍ଟେସନରେ ଯାତ୍ରୀଙ୍କ ସ୍କ୍ରିନିଂ ହେବ। ଯେଉଁମାନେ ସୁସ୍ଥ ଥିବେ କେବଳ ସେମାନଙ୍କୁ ରେଳ ଯାତ୍ରା ଲାଗି ଅନୁମତି ମିଳିବ। ରେଳ ଯାତ୍ରା ଲାଗି ଯାତ୍ରୀ ସାମାଜିକ ଦୂରତା ସାଙ୍ଗକୁ ମାସ୍କ ବ୍ୟବହାର ଜରୁରି। ଷ୍ଟେସନରେ ହ୍ୟାଣ୍ଡ ସାନିଟାଇଜର ଉପଲବ୍ଧ କରିବା ଲାଗି ଏମଏଚଏ ତାଙ୍କ ମାର୍ଗଦର୍ଶନରେ ଜଣାଇ ଦେଇଛନ୍ତି। ଟ୍ରେନର ଚଢିବା ଓ ଓହ୍ଲାଇବା ବେଳେ ଯାତ୍ରୀ ନିଜ ଆଡୁ ସୋସିଆଲ ଡିଷ୍ଟାନସିଂ ନିଶ୍ଚିତ ପାଳନ କରିବେ।

{"id":268149,"sizeSlug":"large"}

ଟ୍ରେନ ଗନ୍ତବ୍ୟରେ ପହଞ୍ଚିବା ପରେ ସବୁ ଯାତ୍ରୀଙ୍କୁ ସମ୍ପୃକ୍ତ ରାଜ୍ୟ ସରକାରଙ୍କୁ ସହଯୋଗ କରିବା ଜରୁରି। ଯାତ୍ରୀମାନେ ସମ୍ପୃକ୍ତ ରାଜ୍ୟର ନିୟମ ପାଳନ କରିବା ସହ ରାଜ୍ୟ ସରକାରଙ୍କ ଅଧିକାରୀଙ୍କ ନିର୍ଦ୍ଦେଶମାନିବା ଜରୁରି ବୋଲି ଏମଏଚଏ ସ୍ପଷ୍ଟ କରିଦେଇଛନ୍ତି। ସେହିପରି ଟ୍ରେନର ଟାଇମିଂ, ଇ-ଟିକେଟ୍ ବୁକିଂ କିପରି ହେବ ଷ୍ଟେସନରେ ଓ ଟ୍ରେନରେ ଯାତ୍ରୀଙ୍କ ପ୍ରବେଶ ଆଦି ସମ୍ପର୍କରେ ରେଳମନ୍ତ୍ରାଳୟ ମାର୍ଗଦର୍ଶନ ଜାରି କରିବେ। ସେହିପରି ଟ୍ରେନ କେଉଁ ରୁଟରେ ଚାଲିବ, କେଉଁଦିନ ଚାଲିବ ତାହା ରେଳମନ୍ତ୍ରାଳୟଙ୍କ ନିଷ୍ପତ୍ତି ଉପରେ ନିର୍ଭର କରେ ବୋଲି ଏମଏଚଏ ତାଙ୍କ ଗାଇଡଲାଇନରେ ଉଲ୍ଲେଖ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.