CRPF ଯବାନଙ୍କ ଲାଗି କିଣାଯିବ ୪୦ ହଜାର ବୁଲେଟ୍ ପ୍ରୁଫ ଜ୍ୟାକେଟ୍, ୧୭୦ ସଶସ୍ତ୍ର ଯାନ, ଗୃହ ମନ୍ତ୍ରଣାଳୟ ଦେଲା ମଞ୍ଜୁରୀ
31/05/2020 at 8:45 PM

ନୂଆଦିଲ୍ଲୀ ୩୧।୦୫: କେନ୍ଦ୍ର ଗୃହ ମନ୍ତ୍ରଣାଳୟ କେନ୍ଦ୍ରୀୟ ରିଜର୍ଭ ପୋଲିସ୍ ବଳ ପାଇଁ ୪୦ ହଜାରରୁ ଅଧିକ ବୁଲେଟ୍ ପ୍ରୁଫ ଜ୍ୟାକେଟ୍ ଓ ସୈନ୍ୟ ଦଳକୁ ନେଇ ଯିବା ଲାଗି ୧୭୦ ସଶସ୍ତ୍ର ଯାନ କ୍ରୟକୁ ମଞ୍ଜୁରୀ ଦେଇଛି। ଅଧିକାରୀ କହିଛନ୍ତି ସିଆରପିଏଫ କାଶ୍ମୀରରେ ନିଜର ଯବାନଙ୍କୁ ଗୁଳିମାଡ, ଗ୍ରେନେଡ୍ ହମଲା ଏବଂ ପଥରମାଡ ଘଟଣାରୁ ସୁରକ୍ଷା ଦେବା ଲାଗି ପ୍ରାୟ ୮୦ ମାରୁତି ଜିପ୍ ବାହାନ ପୁନର୍ବାର ପ୍ରସ୍ତୁତ କରିଛି। ଜିପ୍ରେ ପଥରମାଡ ଆକ୍ରମଣରୁ ସେନାଙ୍କୁ ସୁରକ୍ଷିତ ରଖିବା ଲାଗି ଦୃଢ ପରସ୍ତ ଲଗାଯିବ।
ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ସୁରକ୍ଷାକର୍ମୀ ପାଇଁ ବୁଲେଟ୍ ପ୍ରୁଫ ଆକାରର ମୋଟ୍ ୧୭୬ ଗାଡି କିଣାଯିବା ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ପ୍ରତି ଗାଡିରେ ୫ ରୁ ୬ ଯବାନ ବସି ପାରିବେ। ଏହି ଗାଡି ସବୁ ପ୍ରକାରର ଆକ୍ରମଣକୁ ପ୍ରତିହତ କରିବାରେ ସକ୍ଷମ। ଉଲ୍ଲେଖଯୋଗ୍ୟ, ଏହି ବୁଲେଟ୍ ପ୍ରୁଫ ଗାଡି କାଶ୍ମୀର ଘାଟିରେ ଆତଙ୍କବାଦୀ ମିଶନ ଏବଂ ବିଭିନ୍ନ ରାଜ୍ୟରେ ନକ୍ସଲ ବିରୋଧୀ ଅଭିଯାନ ପାଇଁ ମୁତୟନ ସିଆରପିଏଫ ଯବାନଙ୍କୁ ଉପଲବ୍ଧ କରାଯିବ।
କେନ୍ଦ୍ର ସରକାର ନିଜର ଆଧୁନିକିକରଣ ଯୋଜନା ଆଧାରରେ ଦେଶର ସବୁଠୁ ବଡ ଅର୍ଦ୍ଧସୈନିକ ବଳ ପାଇଁ ପ୍ରାୟ ୪୨,୦୦୦ ହାଲୁକା ବୁଲେଟ୍ ପ୍ରୁଫ ଜ୍ୟାକେଟ୍ କିଣିବାକୁ ଅନୁମତି ଦେଇଛନ୍ତି। ଏହାର ଓଜନ ବର୍ତ୍ତମାନ ବ୍ୟବହାର ହେଉଥିବା ବୁଲେଟ୍-ପ୍ରୁଫ ଜ୍ୟାକେଟ୍ରୁ ୪୦ ପ୍ରତିଶତ କମ ହେବ। ପୁରୁଣା ଜ୍ୟାକେଟ୍ର ଓଜନ ୭ ରୁ ୮ କିଲୋଗ୍ରାମ ଥିଲା।