ନିଜ ଘରକୁ ଫେରି ପାରିବେ ଲକ୍‌ଡାଉନ୍‌ରେ ଫସିଥିବା ଲୋକ, କେନ୍ଦ୍ର ସରକାର ଜାରି କଲେ ଗାଇଡ୍‌ଲାଇନ୍‌

Published By : Prameya-News7 Bureau | April 29, 2020 IST

ନୂଆଦିଲ୍ଲୀ ୨୯।୦୪: କରୋନା କାରଣରୁ ପୂରା ଦେଶ ଲକ୍‌ଡାଉନ୍‌ରେ। ଦେଶର ବିଭିନ୍ନ ଭାଗରେ ଅନେକ ଲୋକ ଘରଠୁ ଦୂରରେ ଫସି ରହିଛନ୍ତି। ଫସି ରହିଥିବା ପ୍ରବାସୀ  ଶ୍ରମ ଜୀବୀ, ପର୍ଯ୍ୟଟକ, ଛାତ୍ର ଏବଂ ଅନ୍ୟ ଲୋକଙ୍କୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ବୁଧବାର ବଡ ନିଷ୍ପତ୍ତି ନେଇଛନ୍ତି। ଏହାକୁ ନେଇ ନୂତନ ଗାଇଡ୍‌ଲାଇନ୍‌ ଜାରି କରାଯାଇଛି। ନୂତନ ଗାଇଡ୍‌ଲାଇନ୍‌ ଅନୁସାରେ ଫସିଥିବା ଲୋକ ଏବେ ନିଜ ଘରକୁ ଯାଇ ପାରିବେ।

wp:core-embed/twitter {"url":"https://twitter.com/PIBHomeAffairs/status/1255471592798330888?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1255471592798330888\u0026ref_url=https%3A%2F%2Fwww.indiatv.in%2Findia%2Fnational-mha-allows-movement-of-stranded-migrant-workers-students-tourists-across-india-706966","type":"rich","providerNameSlug":"twitter","className":""}
https://twitter.com/PIBHomeAffairs/status/1255471592798330888?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1255471592798330888&ref_url=https%3A%2F%2Fwww.indiatv.in%2Findia%2Fnational-mha-allows-movement-of-stranded-migrant-workers-students-tourists-across-india-706966
/wp:core-embed/twitter

ଗୃହ ମନ୍ତ୍ରଣାଳୟ ନିଜର ଜାରି ଆଦେଶରେ କହିଛନ୍ତି ଯେ, ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ନିଜ ରାଜ୍ୟରେ ଫସିଥିବା ଅନ୍ୟ ରାଜ୍ୟର ଲୋକଙ୍କୁ ପଠାଇବାର ବ୍ୟବସ୍ଥା କରିବା ଏବଂ ଅନ୍ୟ ରାଜ୍ୟରୁ ନିଜ ଲୋକଙ୍କୁ ଆଣିବା ପାଇଁ ପ୍ରଟୋକୋଲ ପ୍ରସ୍ତୁତ କରନ୍ତୁ। ଅର୍ଥାତ ଏବେ ପ୍ରତ୍ୟେକ ରାଜ୍ୟ ଅନ୍ୟ ରାଜ୍ୟରୁ ନିଜ ନିଜ ନାଗରିକଙ୍କୁ ନେଇ ପାରିବେ ଏବଂ ନିଜ ରାଜ୍ୟରେ ଥିବା ପ୍ରବାସୀ ନାଗରିକଙ୍କୁ ସେମାନଙ୍କ ରାଜ୍ୟକୁ ପଠାଇ ପାରିବେ।

ଗୃହ ମନ୍ତ୍ରଣାଳୟ ଦ୍ଵାରା ଜାରି ଗାଇଡ୍‌ଲାଇନ୍‌…

୧ – ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ଏହି କାମ ପାଇଁ ନୋଡାଲ୍‌ ପ୍ରଶାସନ ନାମିତ କରିବେ। ପ୍ରଶାସନ ନିଜ ନିଜ ଅଞ୍ଚଳରେ ଫସିଥିବା ଲୋକଙ୍କ ରେଜିଷ୍ଟ୍ରେସନ୍‌ କରିବେ। ଯେଉଁ ରାଜ୍ୟ ମଧ୍ୟରେ ଲୋକଙ୍କ ଗମନା ଗମନ ହେବ ସେଠାକାର ପ୍ରଶାସନ ପରସ୍ପରକୁ ଯୋଗାଯୋଗ କରି ସଡକ ଜରିଆରେ ଲୋକଙ୍କ ଯାତାୟାତ ସୁନିଶ୍ଚିତ କରିବେ।

୨ – ଯେଉଁ ଲୋକ ଯିବାକୁ ଚାହିଁବେ ତାଙ୍କର ସ୍କ୍ରିନିଂ କରାଯିବ। ଯଦି କୋଭିଡ୍-୧୯ର ଲକ୍ଷଣ ମିଳେ ନାହିଁ ତେବେ ତାଙ୍କୁ ଯିବାକୁ ଅନୁମତି ମିଳିବ।

୩ – ଲୋକଙ୍କୁ ନିଜ ନିଜ ରାଜ୍ୟରେ ପହଞ୍ଚାଇବା ପାଇଁ ବସ୍‌ର ବ୍ୟବହାର କରାଯିବ। ବସ୍‌କୁ ସାନିଟାଇଜର କରିବା ପରେ ସାମାଜିକ ଦୂରତ୍ଵ ନିୟମ ମୁତାବକ ବସ୍‌ରେ ଲୋକଙ୍କୁ  ବସାଯିବ।

୪ – କୌଣସି ବି ରାଜ୍ୟ ଏହି ବସ୍‌କୁ ନିଜ ସୀମାରେ ପଶିବା ବେଳେ ରୋକି ପାରିବେ ନାହିଁ ଏବଂ ଯିବାକୁ ଅନୁମତି ଦେବେ।

୫ – ଗନ୍ତବ୍ୟସ୍ଥଳରେ ପହଞ୍ଚିବା ପରେ ଲୋକଙ୍କୁ ସ୍ଥାନୀୟ ସ୍ଵାସ୍ଥ୍ୟ ପ୍ରଶାସନ ପକ୍ଷରୁ ଯାଞ୍ଚ କରାଯିବ। ବାହାରୁ ଆସିଥିବା ଲୋକଙ୍କୁ କ୍ଵାରେଣ୍ଟାଇନ୍‌ରେ ରଖାଯିବ। ଆବଶ୍ୟକ ପଡିଲେ ସେମାନଙ୍କୁ ହସ୍ପିଟାଲ/ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇପାରେ। ସମୟ ସମୟରେ ସେମାନଙ୍କର ସ୍ଵାସ୍ଥ୍ୟ ପରୀକ୍ଷା କରାଯିବ।

୬ – ଏମିତି ଲୋକଙ୍କୁ ଆରୋଗ୍ୟ ସେତୁର ବ୍ୟବହାର କରିବାକୁ ପଡିବ ଯଦ୍ଵାରା ସେମାନଙ୍କର ସ୍ଵାସ୍ଥ୍ୟ ଉପରେ ନଜର ରଖାଯାଇ ପାରିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.