MG Hector SUV ଏମ୍ଜି ହେକ୍ଟର ଏସ୍ୟୁଭି ଲଞ୍ଚ ହେଲା ଭାରତରେ, ଜାଣନ୍ତୁ ମୁଲ୍ୟ
27/06/2019 at 5:02 PM

ଏମ୍ଜି ମଟର୍ସ ଏମ୍ଜି ହେକ୍ଟର ଏସ୍ୟୁଭି ଭାରତରେ ଲଞ୍ଚ କରିଛି। ଭାରତରେ ଏମ୍ଜି ହେକ୍ଟରର କେବଳ ୫ ସିଟର୍ ମଡେଲ ଲଞ୍ଚ କରାଯାଇଛି। ୨୦୨୦ ମସିହା ଏପ୍ରିଲ ମାସରୁ BS6 ଏମିସନ ନର୍ମସ ଆସ୍ବା ଯାଏଁ କମ୍ପାନୀ ଏହାର ୭ ସିଟର୍ ମଡେଲ ଲଞ୍ଚ କରିବ। ରମ୍ପାନୀ ଏହି ଗାଡିର ଦାମ ୧୨.୧୮ ଲକ୍ଷ ଟଙ୍କାରୁ ଆରମ୍ଭ କରିଛି। ରିପୋର୍ଟ ଅନୁସାରେ ୫ ବର୍ଷ ଯାଏଁ କମ୍ପାନୀ ଅନଲିମିଟେଡ୍ କିଲୋମିଟରରେ ୱାରେଣ୍ଟି ଦେବ।

ଏହି ଗାଡିର ବିଷେଶତ୍ବ ଏହା ଯେ, ଏହା ଏଆଇ AI ଇନେବିଲ୍ଡ କାର। ଏଥିରେ ଭଏସ୍ କମାଣ୍ଡ ଦ୍ବାରା ବହୁ ପଂଙ୍କସନ ହୋଇଥାଏ। ଏହା ସହ ଗାଡିରେ ଆଡଭାନ୍ସଡ୍ କନେକ୍ଟିଭିଟି ସିଷ୍ଟମ ‘i-Smart ନେକ୍ଷ୍ଟ ଜେନେରେଶନ’ ସିଷ୍ଟମ ଦିଆଯାଇଛି। ଏହି ଗାଡିରେ ସଫ୍ଟୱାୟର, ହାର୍ଡୱେର , କନେକ୍ଟିଭିଟି, ସର୍ଭିସ ଓ ଆପ୍ ସାମିଲ ଅଛି। ଏହି ସିଷ୍ଟମକୁ Cisco, Unlimit ଓ Microsoft ଭଳି ଟେକ୍ନୋଲୋଜିରୁ ପାର୍ଟନରସିପ୍ ମିଳିଛି।

ଏମ୍ଜି ହେକ୍ଟର୪ଟି ଭ୍ୟାରିଏଣ୍ଟରେ ଆସିବ। ତାହା ହେଉଛି ଷ୍ଟାଇଲ, ସୁପର, ସ୍ମାର୍ଟ ଓ ସାର୍ପ। ସେଫଟି ଫିଚର୍ସରେ ଏଥିରେ ଫ୍ରଣ୍ଟ ଓ ରିଅର ଡିସ୍କ ବ୍ରେକ ସହ ଟ୍ୟାକସନ କଣ୍ଟ୍ରୋଲ, ହିଲ ହୋଲ୍ଡ କଣ୍ଟ୍ରୋଲ ଓ ହୁଇଲ୍ ଷ୍ଟାବିଲିଟି ମ୍ୟାନେଜମେଣ୍ଟ ଦିଆଯାଇଛି।

ଏହି ଫିଚର ସବୁ ଭ୍ୟାରିଏଣ୍ଟରେ ଦିଆଯାଇଛି। ଏମ୍ଜି ହେକ୍ଟରରେ ୧୦.୪ ଇଂଚର ବଡ ଟଚ୍ ସ୍କ୍ରୀନ ଦିଆଯାଇଛି। ଏଥିରେ ସନରୁଫ ଥିବା ସହ ମୁଡ ଲାଇଟିଂ ବଳି ଫିଚର୍ସ ଅଛି। ଏହାର କ୍ୟାବିନ୍ ପ୍ରିମିୟମ୍ ଭଳି ଦେଖିବାକୁ, ଏଡ୍ଜଷ୍ଟେବଲ ସିଟ୍ ସହ ୩୬୦ ଡିଗ୍ରିର କ୍ୟାମେରା ମଧ୍ୟ ଅଛି। ଏମ୍ଜି ହେକ୍ଟରର ଇଂଜିନ୍ ଅପେରଶନରେ ୧୪୩ ଏଚ୍ପି, ୧.୫ ଲିଟର୍ ଟର୍ବୋ ପେଟ୍ରୋଲ, ୧୭୦ ଏଚ୍ପି, ୨.୦ ଲିଟର୍ ଡ୍ଜେଲ ଓ ୧.୫ ଟର୍ବୋ ପେଟ୍ରୋଲର ୪୮ଭି ମାଇଲ୍ଡ ହାଇବ୍ରିଡ ଭର୍ସନ ଦିଆଯାଇଛି।