ମାସ୍କ ପିନ୍ଧିବାକୁ ମନା କରୁଥିଲେ ମେକ୍ସିକୋ ରାଷ୍ଟ୍ରପତି, ଏବେ ଚିହ୍ନଟ ହେଲେ କୋଭିଡ ପଜିଟିଭ୍

Published By : Prameya-News7 Bureau | January 25, 2021 IST

ନୂଆଦିଲ୍ଲୀ,୨୫୦୧:  ମେକ୍ସିକୋର ରାଷ୍ଟ୍ରପତି ଆନ୍ଦ୍ରେସ୍ ମାନୁଏଲ ଲୋପେଜ୍ ଓବ୍ରାଡର କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ମେକ୍ସିକୋ ରାଷ୍ଟ୍ରପତି କରୋନା ମୁକାବିଲା ପ୍ରସଙ୍ଗରେ ଅନେକ ସମାଲୋଚନାର ଶିକାର ହୋଇଥିଲେ । ଏପରିକି ସେ ମାସ୍କ ପିନ୍ଧିବା ପାଇଁ ମଧ୍ୟ ମନା କରିଥିଲେ ।

ଏବେ ଓବ୍ରାଡର ନିଜେ ଟ୍ୱିଟ୍ କରି କୋଭିଡ୍ ପଜିଟିଭ୍ ହୋଇଥିବା ସୂଚନା ଦେଇଛନ୍ତି । ଏହାସହ ଲକ୍ଷଣ ବାବଦରେ ମଧ୍ୟ ଉଲ୍ଲେଖ କରିଛନ୍ତି ।

ସେ ଟ୍ୱିଟ୍ କରି କହିଛନ୍ତି ଯେ, ତାଙ୍କଠାରେ କରୋନାର ସାମାନ୍ୟ ଲକ୍ଷଣ ଦେଖିବାକୁ ମିଳିଛି । ସେ ଏବେ ଡାକ୍ତରଙ୍କ ତତ୍ତ୍ୱାବଧାନରେ ରହିଛନ୍ତି । ସେ ଅତିଶୀଘ୍ର ସୁସ୍ଥ ହୋଇ ଫେରିବେ ବୋଲି ଆଶା କରିଛନ୍ତି ।

ସୂଚନାଯୋଗ୍ୟ, ମେକ୍ସିକୋରେ ଏବେସୁଦ୍ଧା ୧୭ ଲକ୍ଷ ୭୫ ହଜାର କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାମଧ୍ୟରୁ ପ୍ରାୟ ଏକ ଲକ୍ଷ ୫୦ ହଜାର ସଂକ୍ରମିତଙ୍କ ଜୀବନ ଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.