ମୁମ୍ବାଇ ୧୭।୫: ମେକ୍ସିକୋର ବିୟୁଟି କ୍ବିନ୍ ଆଣ୍ଡ୍ରିଆ ମେଜା ମିସ୍ ୟୁନିଭର୍ସ ୨୦୨୦ ଜିତିଛନ୍ତି । ପୂର୍ବତନ ମିସ୍ ୟୁନିଭର୍ସ ଜୋଜିବିନି ଟୁଞ୍ଜି, ଆଣ୍ଡ୍ରିଆ ମେଜାଙ୍କୁ ମିସ୍ ୟୁନିଭର୍ସ ୨୦୨୦ ମୁକୁଟ ପିନ୍ଧାଇଛନ୍ତି । ଏହି ପ୍ରତିଯୋଗିତା ଫ୍ଲୋରିଡା ସ୍ଥିତ ସେମିନୋଲ ହାର୍ଡ ରକ୍ ହୋଟେଲରେ ଆୟୋଜିତ ହୋଇଥିଲା । ଯେଉଁଥିରେ ୬୯ତମ ବିଶ୍ବ ସୁନ୍ଦରୀଙ୍କ ନାମ ଘୋଷଣା କରାଯାଇଥିଲା । ଏହି ପ୍ରତିଯୋଗିତାରେ ଭାରତର ଆଡଲାଇନ୍ କାଷ୍ଟେଲିନୋ ଶ୍ରେଷ୍ଠ ୫ମ ମଧ୍ୟରେ ୪ର୍ଥ ସ୍ଥାନ ପାଇଛନ୍ତି । କିନ୍ତୁ ବିଜୟର ନିକଟତର ହେବା ପରେ ମଧ୍ୟ ସେ ଜିତିପାରିନଥିଲେ । ତେବେ ଆସନ୍ତୁ ଜାଣିବା ଏହି ପ୍ରତିଯୋଗିତାରେ ଶ୍ରେଷ୍ଠ ୧୦ ମଧ୍ୟରେ କେଉଁ କେଉଁ ଦେଶର ସୁନ୍ଦରୀମାନେ ରହିଛନ୍ତି ।
ଆଣ୍ଡ୍ରେୟା ମେଜା -
{"id":453560,"width":747,"height":1126,"sizeSlug":"large","linkDestination":"none"}ମେକ୍ସିକୋର ଆଣ୍ଡ୍ରିଆ ମେଜା ମିସ୍ ୟୁନିଭର୍ସ ୨୦୨୦ ପ୍ରତିଯୋଗିତାରେ ବିଜୟୀ ହୋଇଛନ୍ତି । ଏହାସହ ମିସ୍ ୟୁନିଭର୍ସ ମୁକୁଟ ପିନ୍ଧିଛନ୍ତି ।
ଜୁଲିୟା ଗାମା -
{"id":453561,"width":750,"height":1127,"sizeSlug":"large","linkDestination":"none"}ମିସ୍ ୟୁନିଭର୍ସ ୨୦୨୦ର ପ୍ରଥମ ରନର୍ସ ଅପ୍ ହୋଇଛନ୍ତି ମିସ୍ ବ୍ରାଜିଲ୍ ଜୁଲିଆ ଗାମା ।
ଜେନିକ ମାକେଟା-
{"id":453562,"width":747,"height":1122,"sizeSlug":"large","linkDestination":"none"}ମିସ୍ ପେରୁ ଜେନିକ୍ ମାକେଟା ଏହି ପ୍ରତିଯୋଗିତାରେ ତୃତୀୟ ସ୍ଥାନ ଅଧିକାର କରି ଦ୍ବିତୀୟ ରନର୍ସ ଅପ୍ ହୋଇଛନ୍ତି ।
ଆଡେଲିନ୍ କାଷ୍ଟେଲିନୋ-
{"id":453563,"width":751,"height":1132,"sizeSlug":"large","linkDestination":"none"}ମିସ୍ ଇଣ୍ଡିଆ ଆଡେଲିନ୍ କାଷ୍ଟେଲିନୋ ଶ୍ରେଷ୍ଠ ୫ରେ ପ୍ରବେଶ କରିଥିଲେ ମଧ୍ୟ ବିଜୟଠାରୁ ଦୂରରେ ରହିଯାଇଛନ୍ତି । ସେ ପ୍ରତିଯୋଗିତାର ଚତୁର୍ଥ ରନର୍ସ ଅପ୍ ଭାବରେ ମନୋନୀତ ହୋଇଛନ୍ତି ।
କିମ୍ବର୍ଲି ଜିମେନେଜ୍-
{"id":453564,"width":749,"height":1129,"sizeSlug":"large","linkDestination":"none"}ପ୍ରତିଯୋଗିତାରେ ୫ମ ସ୍ଥାନରେ ଥିବା ମିସ୍ ଡୋମିନିକନ ରିପବ୍ଲିକ୍ କିମ୍ବର୍ଲି ଜିମେନେଜ୍ଙ୍କୁ ୩ୟ ରନର୍ସ ଅପ୍ ଘୋଷିତ କରାଯାଇଛି ।
ମିକେଲ୍-ସାଇମନ୍ ୱିଲିୟମ୍ସ-
{"id":453565,"width":750,"height":1109,"sizeSlug":"large","linkDestination":"none"}ଜାମାଇକାର ବିୟୁଟି କ୍ବିନ୍ ମିକେଲ୍-ସାଇମନ୍ ୱିଲିୟମ୍ସ ମଧ୍ୟ ମିସ୍ ୟୁନିଭର୍ସ ୨୦୨୦ରେ ଶ୍ରେଷ୍ଠ ୧୦ରେ ସ୍ଥାନ ପାଇଛନ୍ତି ।
ମାରିଆ ଥାତ୍ତିଲ-
{"id":453566,"width":749,"height":1119,"sizeSlug":"large","linkDestination":"none"}ମିସ୍ ଅଷ୍ଟ୍ରେଲିଆର ମାରିଆ ଥାତ୍ତିଲଙ୍କ ନାଁ ମଧ୍ୟ ମିସ୍ ୟୁନିଭର୍ସ ୨୦୨୦ର ଶ୍ରେଷ୍ଠ ୧୦ ତାଲିକାରେ ସ୍ଥାନ ପାଇଛି ।
ଏଷ୍ଟେଫାନିଆ ସୋତୋ-
{"id":453567,"width":749,"height":1140,"sizeSlug":"large","linkDestination":"none"}ପୁର୍ତ୍ତୋ ରିକୋର ଏଷ୍ଟେଫାନିଆ ସୋତୋ ମଧ୍ୟ ମିସ୍ ୟୁନିଭର୍ସ ୨୦୨୦ରେ ଶ୍ରେଷ୍ଠ ୧୦ରେ ସ୍ଥାନ ପାଇଛନ୍ତି ।
ଅମାଣ୍ଡା ଓବଡାମ-
{"id":453568,"width":750,"height":1120,"sizeSlug":"large","linkDestination":"none"}ଥାଇଲ୍ୟାଣ୍ଡର ବିୟୁଟି କ୍ବିନ୍ ଅମାଣ୍ଡା ଓବଡାମଙ୍କ ନାଁ ମିସ୍ ୟୁନିଭର୍ସ ୨୦୨୦ର ଶ୍ରେଷ୍ଠ ୧୦ ତାଲିକାରେ ରହିଛି ।