Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁଣି ନକଲି ଘିଅ କାରଖାନାରେ ରେଡ୍‌, ମାଲିକ ଫେରାର
  • ||
  • ବିଧାନସଭା ଆଗରେ ମାଆ ଓ ପୁଅଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ସ୍ପଷ୍ଟୀକରଣ ରଖିଲା ଜଗତସିଂହପୁର ପୋଲିସ
  • ||
  • ଲିଭର ପ୍ରତ୍ୟାରୋପଣ ପାଇଁ ସମ୍‌ ହସ୍ପିଟାଲ ଓ ଏସିଆନ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ଗ୍ୟାଷ୍ଟ୍ରୋଏନଟେରୋଲୋଜି (ଏଆଇଜି ) ମଧ୍ୟରେ ବୁଝାମଣା ସ୍ଵାକ୍ଷରିତ
  • ||
  • ଆନ୍ଦୋଳନରତ କୃଷକଙ୍କୁ ଗୃହ ମନ୍ତ୍ରୀ ଶାହାଙ୍କ ସନ୍ଦେଶ, ସରକାର ଆପଣଙ୍କ ଦାବି ଓ ସମସ୍ୟା ଉପରେ ଆଲୋଚନା କରିବାକୁ ପ୍ରସ୍ତୁତ
  • ||
  • ଡିସେମ୍ବର ମାସ ପାଇଁ ଗାଇଡ୍‌ ଲାଇନ୍ ଜାରି କଲେ ରାଜ୍ୟ ସରକାର
  • ||
  • ଭାଇ ହେଲା ଭଗାରୀ: ଜମିବାଡି ଲୋଭରେ ନିଜ ରକ୍ତ ସଂପର୍କର ଭାଇ-ପୁତୁରାକୁ ଦେଲା ହାଣି
  • ||
  • ଅଭୟକାନ୍ତଙ୍କ ଲିଙ୍କ୍‌ର ଖୋଳତାଡ଼: ସମସ୍ତଙ୍କୁ ଯିବ ନୋଟିସ୍, କିଏ ବଫାଦାର- କିଏ ଗଡ଼ ଫାଦର?
  • ||
  • ପରୀ ହତ୍ୟା ମାମଲା: ଅରୁଣ ବୋଥ୍ରାଙ୍କ ନେତୃତ୍ବରେ ୫ ଜଣିଆ ଏସ୍‌ଆଇଟି ଟିମ୍‌ ଗଠିତ, ହାଇକୋର୍ଟଙ୍କୁ ଅବଗତ କଲେ ସରକାର
  • ||
  • ସୋର : ବେଙ୍ଗାଲୁରୁରୁ ଲୁଟ୍ ହୋଇଥିବା ୪ଲକ୍ଷ ଟଙ୍କା ମିଳିଲା ଚାଉଳ ଡବାରୁ
  • ||
  • ତେଲକୋଇ : ମଞ୍ଚାରେ ଶୋଇଥିବା ବେଳେ ଲାଗିଗଲା ନିଆଁ, ପୋଡି ହୋଇ ମହିଳା ଗୁରୁତର
  • ||

ଜୟପୁର ରାଜ ପରିବାର ଶ୍ରୀରାମଙ୍କ ପୁତ୍ର କୁଶଙ୍କ ବଂଶଧର ବୋଲି ଦାବି କରିବା ପରେ ମେୱାର ରାଜ ପରିବାର ଦାବି କଲା ସେମାନେ ଲବଙ୍କ ବଂଶଧର

12/08/2019 at 6:20 PM

ଏବେ ଦେଶର ଆଉ ଏକ ରାଜପରିବାର ନିଜକୁ ପ୍ରଭୁ ଶ୍ରୀରାମଙ୍କ ବଂଶଜ ହେବାର ଦାବି କରିଛି। ମେୱାରର ରାଜ ପରିବାର ନିଜକୁ ଶ୍ରୀରାମଙ୍କ ଅନ୍ୟତମ ପୁତ୍ର ଲବଙ୍କ ବଂଶଜ  ବୋଲି ଦାବି କରୁଛନ୍ତି। ଏହା ପୂର୍ବରୁ ଜୟପୁର ରାଜ ପରିବାରର ସଦସ୍ୟା ତଥା ପୂର୍ବତନ ବିଜେପି ସାଂସଦ ଦିୟା କୁମାରୀ କୁଶଙ୍କ ଦ୍ୱାରା ସ୍ଥାପିତ ରାଜପରିବାରର ୩୦୯ତମ ବଂଶଜ ହୋଇଥିବା ନେଇ ଦାବି କରିଥିଲେ। ପୂର୍ବତନ ରାଜମାତା ପଦ୍ମିନୀ ଦେବୀ ତାଙ୍କର ଏହି ଦାବିକୁ ସମର୍ଥନ କରିଥିବା ବେଳେ ଏ ନେଇ ପୂର୍ବରୁ କୋର୍ଟଙ୍କୁ ତଥ୍ୟ ଦିଆ ସରିଥିବା କହିଥିଲେ। ଅନ୍ୟପକ୍ଷରେ ଏବେ ଲବଙ୍କ ବଂଶଜ ସାମ୍ନାକୁ ଆସିଛନ୍ତି। ମେୱାର ରାଜ ପରିବାରର ଦାବିକୁ ଐତିହାସିକ ମାନେ ମଧ୍ୟ ସମର୍ଥନ କରୁଛନ୍ତି।

ପ୍ରକାଶ ଯୋଗ୍ୟଯେ ଅଯୋଧ୍ୟା ରାମ ଜନ୍ମଭୂମି ବିବାଦରେ ରାମଲାଲାଙ୍କ ଓକିଲଙ୍କୁ ଶ୍ରୀରାମଙ୍କ ବଂଶଜ ଭାରତରେ ଏବେବି ଅଛନ୍ତି କି ବୋଲି ସୁପ୍ରିମକୋର୍ଟ ପ୍ରଶ୍ନ କରିଥିଲେ। ଓକିଲ ଏ ସମ୍ପର୍କରେ ନିଜର ଅଜ୍ଞତା ପ୍ରକାଶ କରିଥିବା ବେଳେ ପ୍ରଥମେ ରାମଚନ୍ଦ୍ରଙ୍କ ୨ ଜମଜ ପୁତ୍ରଙ୍କ ମଧ୍ୟରୁ କୁଶଙ୍କ ବଂଶଜ ଭାବେ ଜୟପୁର ରାଜ ପରିବାର ଆଗକୁ ଆସିଥିଲେ। ଏବେ ମେୱାର ରାଜ ପରିବାରର ମହେନ୍ଦ୍ର ସିଂ ମେୱାଡ ନିଜକୁ ଲବଙ୍କ ବଂଶଜ ବୋଲି ଦାବି କରିବା ସହ ପ୍ରମାଣବି ପ୍ରସ୍ତୁତ କରିଛନ୍ତି।  ମେୱାରରେ ଏହା ସେମାନଙ୍କର ୭୬ତମ ପୀଢି ହୋଇଥିବା ବେଳେ ରାଜ ପରିବାରର ଇତିହାସ ଆହୁରି ବି ପ୍ରାଚୀନ ବୋଲି କହିଛନ୍ତି।

ମହେନ୍ଦ୍ର ସିଂ ମେୱାଡଙ୍କ ଦାବିକୁ ଐତିହାସିକ ମାନେ ସମର୍ଥନ କରିଥିବା ବେଳେ ଶ୍ରୀରାମଙ୍କ ରାଜ ପ୍ରତୀକ ସୂର୍ଯ୍ୟ ଓ ଶିବଙ୍କ ଉପାସକ ରହି ଆସିଛନ୍ତି । ଏହି ଦୁଇ ସମାନତା ମେୱାର ରାଜପରିବାରରେ ମଧ୍ୟ ରହିଛି। ଏହା ଛଡା ସେମାନେ ସୂର୍ଯ୍ୟବଂଶୀ ହୋଇଥିବା ନେଇ ବଂଶାବଳୀ ବି ପରିବାର ନିକଟରେ ରହିଛି। ଲବଙ୍କ ବଂଶଜମାନେ ମେୱାରରେ ସିସୌଦିଆ ସାମ୍ରାଜ୍ୟର ସ୍ଥାପନା କରିଥିଲେ ବୋଲି କହିଛନ୍ତି ଐତିହାସିକ। ତେବେ ଅଯୋଧ୍ୟା ମାମଲାର ପ୍ରସଙ୍ଗ ରାମଙ୍କ ବଂଶାବଳୀ ସହିତ କୌଣସି ସମ୍ପର୍କ ରଖେ ନାହିଁ । ହେଲେ କୋର୍ଟ କଣ ପାଇଁ ପ୍ରସଙ୍ଗ ଉତ୍ଥାପନ କରିଛନ୍ତି ସେ ନେଇ ମହେନ୍ଦ୍ର ସିଂହ ପ୍ରଶ୍ନ କରିଛନ୍ତି।

   Related Posts