Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦିଲ୍ଲୀ: କରୋନା ଟିକା ନେବା ପରେ ୫୧ ଜଣଙ୍କ ଠାରେ ଦେଖାଗଲା ପାର୍ଶ୍ବ ପ୍ରତିକ୍ରିୟା
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୮୯୯ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଆରମ୍ଭ ହେଲା କୋଭିଡ୍ ଟିକାକରଣ, ୧୬୧ କେନ୍ଦ୍ରରେ ଚାଲିଛି ଟିକାଦାନ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୭୮ କୋଭିଡ୍ ସଂକ୍ରମିତ, ୩୩୩୧୨୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ ଖସୁଛି କରୋନା ଗ୍ରାଫ୍, ଗତ ୨୪ଘଣ୍ଟାରେ ୧୫୧୫୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଘାଟିରେ ଦୁର୍ଘଟଣା : ଟ୍ରକକୁ ସାମ୍ନା ପଟୁ ପିଟିଲା ବାଇକ୍‌, ଚାଲିଗଲା ଶଳା-ଭିଣୋଇଙ୍କ ଜୀବନ
  • ||
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||

ବଢିଲା କଙ୍ଗନା ରଣାଓ୍ବତଙ୍କ ଅଡୁଆ : ଗୀତିକାର ଜାଭେଦ୍ ଅଖତାରଙ୍କ ମାନହାନି ମୋକଦ୍ଦମାର ଯାଞ୍ଚ ପାଇଁ ନିର୍ଦେଶ ଦେଲେ ଅଦାଲତ

19/12/2020 at 7:56 PM

ମୁମ୍ବାଇ ୧୯/୧୨ : ମହାରାଷ୍ଟ୍ରର ଏକ ଅଦାଲତ ଅଭୀନେତ୍ରୀ କଙ୍ଗନା ରଣାଓ୍ବତଙ୍କ ବିରୁଦ୍ଧରେ ହୋଇଥିବା ମାମଲାର ଯାଞ୍ଚ କରିବା ପାଇଁ ନିର୍ଦେଶ ଦେଇଛନ୍ତି । ବଲିଉଡର ମହାନ ଗୀତିକାର ଜାଭେଦ୍ ଅଖତାରଙ୍କ ଏକ ମାନହାନୀ ମକଦ୍ଦମାର ଶୁଣାଣି କରି ଏହାର ଯାଞ୍ଚ କରିବା ପାଇଁ ନିର୍ଦେଶ ଦେଇଛନ୍ତି ଅଦାଲତ । ମିଛ ବୟାନବାଜିକୁ ନେଇ ଜତ ମାସରେ କଙ୍ଗନାଙ୍କ ବିରୁଦ୍ଧରେ ମାନହାନି ମକଦ୍ଦମା ରୁଜୁ କରିଥିଲେ ଜାଭେଦ୍ ଅଖତାର ।

ଶନିବାର ଜାଭେଦ୍ ଅଖତାରଙ୍କ ଓକିଲ ଅଦାଲତରେ ନିଜର ପକ୍ଷ ରଖିବା ସହ ଘଟଣାର ଯାଞ୍ଚ କରିବା ପାଇଁ କୋର୍ଟଙ୍କୁ ଅପିଲ କରିଥିଲେ । ଏହା ପରେ କୋର୍ଟ ଜୁହୁ ପୋଲିସକୁ ମାମଲାର ଯାଞ୍ଚ କରିବା ପାଇଁ ନିର୍ଦେଶ ଦେବା ସହ ଜାନୁୟାରୀ ୧୬ ତାରିଖ ସୁଦ୍ଧା ତଦନ୍ତ ରିପୋର୍ଟ ଦାଖଲ କରିବାକୁ କହିଛନ୍ତି ।

ପୂର୍ବରୁ କଙ୍ଗନା କହିଥିଲେ ଯେ, ଜାଭେଦ ଅଖତାର ତାଙ୍କୁ ଘରକୁ ଡାକି ଧମକାଇବା ସହିତ ହ୍ରିତିକ୍ ରୋଶନଙ୍କୁ କ୍ଷମା ମାଗିବାକୁ କହିଥିଲେ । ଏହାକୁ ନେଇ କଙ୍ଗନା ଆଇନର ଆଶ୍ରୟ ନେବା ପରେ ଜାଭେଦ୍ ଅଖତାର ଓକିଲଙ୍କ ମାଧ୍ୟମରେ ମେଟ୍ରୋପୋଲିଟନ୍ ଅଦାଲତରେ ନିଜର ବୟାନ ଦେଇଥିଲେ ।

ଏହା ପୂର୍ବରୁ ମଧ୍ୟ କଙ୍ଗନା ରଣାଓ୍ବତ ଅନେକ ଇଣ୍ଟରଭ୍ୟୁରେ ଜାଭେଦ୍ ଅଖତାରଙ୍କୁ ଟାର୍ଗେଟ କରିଛନ୍ତି । ତେବେ ବର୍ତ୍ତମାନ ସୁଦ୍ଧା କଙ୍ଗନାଙ୍କ ବିରୁଦ୍ଧରେ ୪ଟି ମାମଲାରେ କେସ୍ ରୁଜୁ ହୋଇଛି । ଦିଲ୍ଲୀରେ ଜାରି ରହିଥିବା କୃଷକ ଆନ୍ଦୋଳନକୁ ନେଇ ଗାୟକ ଦିଲଜିତ୍ ଦୋସାଞ୍ଜଙ୍କ ସହିତ କଙ୍ଗନାଙ୍କର ସୋସିଆଲ ମିଡିଆରେ ଟକରା ଟକରି ଜାରି ରହିଥିଲା ।  

   Related Posts