୧୧ଯାଏଁ ବର୍ଷା , ୫ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣି : ୧୨ରୁ ଥରାଇବ ଜାଡ

Published By : Prameya-News7 Bureau | January 08, 2020 IST

ଭୁବନେଶ୍ବର ୦୮।୦୧: ସାରା ରାଜ୍ୟରେ ଶୀତ ଲହରି ଲାଗିଥିବା ବେଳେ ୧୧ ତାରିଖ ପର୍ଯ୍ୟନ୍ତ କେତେକ ସ୍ଥାନରେ ଘଡଘଡି ସହ ବର୍ଷା ଚେତାବନୀ ଦେଇଛି ପାଣିପାଗ ବିଭାଗ । ବିଶେଷକରି ପଶ୍ଚିମ ଓଡ଼ିଶାର କେତେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ସୁନ୍ଦରଗଡ, ଝାରସୁଗୁଡା, ନୂଆପଡା, ବରଗଡ ଓ ସମମ୍ବଲପୁର ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

{"id":208712,"sizeSlug":"large"}

ଗୁରୁବାର ଦିନ ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାର କେତେକ ସ୍ଥାନରେ ବର୍ଷା ହେବ । ଏଥିସହ ଅନେକ ସ୍ଥାନରେ ତାପମାତ୍ରା କିଛିଟା ବୃଦ୍ଧି ପାଇବ । ୧୧ ତାରିଖ ମଧ୍ୟରେ ଏପରି ୧୧ଟି ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି । ୧୨ ତାରିଖରୁ ପାଗ ଶୁଖିଲା ରହିଲେ ମଧ୍ୟ ଗୋଟିଏ ବା ଦୁଇଟି ସ୍ଥାନରେ ଘନ କୁହୁଡ଼ି ଲାଗି ରହିବା ସହିତ ପ୍ରବଳ ଶୀତ ଅନୁଭୂତ ହେବ । ଆସନ୍ତା ୨ ଦିନ ରାତିର ତାପମାତ୍ରା ୨ ରୁ ୩ ଡିଗ୍ରୀ ବଢିପାରେ । ତେବେ ୧୨ ତାରିଖରୁ ପୁଣି ଶୀତ ବଢିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ବର୍ଷା ସମ୍ଭାବନା ଥିବାରୁ ଅମଳ ଧାନକୁ ସୁରକ୍ଷିତ ସ୍ଥାନକୁ ଉଠାଇ ନେବାକୁ ସରକାରଙ୍କ ପକ୍ଷରୁ ଚାଷୀଙ୍କୁ ପରାମର୍ଶ ଦିଆଯାଇଛି ।  ଏନେଇ ସମସ୍ତ ଜିଲ୍ଲା ପାଳଙ୍କୁ ମଧ୍ୟ ସରକାର ସତର୍କ କରାଇଛନ୍ତି ।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.