ପାଗ କୋହଲା- ଝିପଝିପ ବର୍ଷା, ୬ରୁ ପୁଣି ଥରାଇବ ଜାଡ଼ :୧୦ ଜିଲ୍ଲାରେ ଦୁଇଦିନ ବର୍ଷା ଲାଗି ସତର୍କ ସୂଚନା

Published By : Prameya-News7 Bureau | January 03, 2020 IST

ଭୁବନେଶ୍ବର ୦୩।୦୧: ଆଗାମୀ ୨ ଦିନ ଯାଏଁ ପାଗ କୋହଲା ରହିବା ସହ ବର୍ଷା ଜାରି ରହିବ । ତେବେ ରାଜ୍ୟର ୧୦ ଜିଲ୍ଲାକୁ ବର୍ଷା ଲାଗି ସତର୍କତା ସୂଚନା ଦିଆଯାଇଛି । ଘଡଘଡି ସହ ବର୍ଷା ନେଇ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ । ସତର୍କ ଜାରି କରାଯାଥିବା ୧୦ଟି ଜିଲ୍ଲା ହେଉଛି ବରଗଡ, ସମ୍ବଲପୁର, ସୋନପୁର, ବଲାଙ୍ଗିର, ବୌଦ୍ଧ, କନ୍ଧମାଳ, ଅନୁଗୋଳ, କଳାହାଣ୍ଡି, ଢେଙ୍କାନାଳ ଓ ଯାଜପୁର ।

ଏହି ପରେ ପାଗରେ ପରିବର୍ତ୍ତନ ଆସିବା ସହ ପୁଣି ଶୀତ ଫେରିବ ବୋଲି ଆଞ୍ଚଳିକ ପାଣି ପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ଦକ୍ଷିଣ ପଶ୍ଚିମ ରାଜସ୍ଥାନରୁ ଝାଡ଼ଖଣ୍ଡ ଯାଏଁ ଟ୍ରପ ଲାଇନ ସୃଷ୍ଟି ହୋଇଥିବା ଜଣାପଡ଼ିଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେଉଛି। ଆସନ୍ତାକାଲି ମଧ୍ୟ କାଁ ଭାଁ ସ୍ଥାନରେ ବର୍ଷା ସମ୍ଭାବନା ରହିଛି । ଟ୍ରପ ଲାଇନ ହଟିବା ପରେ ଆକାଶ ମେଘମୁକ୍ତ ହେବ । ତେଣୁ ୬ ତାରିଖରୁ ପାଗରେ ପରିବର୍ତ୍ତନ ପରେ ପୁଣି ଶୀତ ଫେରିବ । ରାଜ୍ୟରେ ଶୀତ ସାଙ୍ଗକୁ ମେଘୁଆ ପାଗ ଲାଗି ରହଛି । ଭୁବନେଶ୍ବର ସମେତ ଦକ୍ଷିଣ ଓଡ଼ିଶାରେ ସ୍ବଳ୍ପ ଧରଣର ବର୍ଷା ହୋଇଛି । ଅନ୍ୟ ଅଞ୍ଚଳରେ ହାଲୁକା ବର୍ଷା ହେବା ସହ ପାଗ କୋହଲା ରହିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.