Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • LICର ଏମ୍‌ଡି ହେଲେ ଓଡ଼ିଆ ପୁଅ ସିଦ୍ଧାର୍ଥ ମହାନ୍ତି, ଫେବୃଆରୀ ୧ରୁ ସମ୍ଭାଳିବେ ଦାୟିତ୍ବ
  • ||
  • ଜାନୁଆରୀ ୨୭, ସକାଳେ ଜେଲ୍‌ରୁ ମୁକୁଳିପାରନ୍ତି ଭି.କେ. ଶଶିକଳା
  • ||
  • ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟ ଖୋଲିଵାକୁ ସରକାରଙ୍କ ନିଷ୍ପତ୍ତି
  • ||
  • କଟକ:କାଲିଠାରୁ ଖୋଲିଵ ନେତାଜୀ ସଂଗ୍ରହାଳୟ
  • ||
  • ରାଇରଙ୍ଗପୁର: ଗୋରୁମହିଷାଣି ପୋଲିସର ସଡକ ସୁରକ୍ଷା ସଚେତନ କାର୍ଯ୍ୟକ୍ରମ, ସାମିଲ ଥିଲେ ସ୍ଥାନୀୟ ଲୋକେ
  • ||
  • ବଲାଙ୍ଗୀର: ପୁଣି ରକ୍ତ ରଞ୍ଜିତ ହେଲା ଶୁଲିଆ ପୀଠ, ଗଡିଲା ଶହ ଶହ ପଶୁ-ପକ୍ଷୀଙ୍କ ମୁଣ୍ଡ
  • ||
  • ଭୁବନେଶ୍ବରରେ ପହଞ୍ଚିଲା ୨ୟ ପର୍ଯ୍ୟାୟ କୋଭିଡ ଟିକା: ସ୍ପାଇସ୍ ଜେଟ୍‌ରେ ଆସିଲା ଟିକା
  • ||
  • ଭାଙ୍ଗିଲା ୩୩ ବର୍ଷର ରେକର୍ଡ୍‌ : ବ୍ରିସବେନ ଟେଷ୍ଟରେ ଭାରତର ଐତିହାସିକ ବିଜୟ, ଅଷ୍ଟ୍ରେଲିଆକୁ ୩ ଓ୍ବିକେଟ୍‌ରେ ହରାଇ ସିରିଜ କବଜା କଲା ଟିମ୍ ଇଣ୍ଡିଆ
  • ||
  • ମାଲକାନଗିରି : ସୀମାନ୍ତରେ ଏନ୍‌କାଉଣ୍ଟର, ୧୦ରୁ ଅଧିକ ମାଓ କ୍ୟାମ୍ପ ଧ୍ୱଂସ
  • ||
  • ସମ୍ବଲପୁର : ଫୋକସ୍‌ରେ ପଶ୍ଚିମ ଓଡିଶା, ମା’ ସମଲେଶ୍ବରୀଙ୍କ ମନ୍ଦିର ବୁଲି ସମୀକ୍ଷା କଲେ 5-T ସଚିବ
  • ||

କଟକ-ଭୁବନେଶ୍ବର ମଧ୍ୟରେ ଚାଲିବ ମେଟ୍ରୋ ଟ୍ରେନ୍

25/06/2019 at 1:22 PM

ଭୁବନେଶ୍ବର ୨୫|୬: ଭୁବନେଶ୍ବରରେ ମେଟ୍ରୋ ରେଳ ଚଳାଚଳ ଉଦ୍ୟମ ଜାରି ରହିଛି । ଭୁବନେଶ୍ବର-କଟକ ଦୈତ୍ୟ ନଗରୀକୁ ଯୋଡିବ ରେଳ ଲାଇନ । କଟକକୁ ଐତିହ୍ୟ ସହରରେ ପରିଣତ କରିବାକୁ ଉଦ୍ୟମ ଚାଲିଛି । ବିଧାନସଭାରେ ରାଜ୍ୟପାଳ ତାଙ୍କ ଅଭିଭାଷଣରେ ଏଭଳି କହିଛନ୍ତି ।

ଷୋଡ଼ଶ ବିଧାନସଭାର ପ୍ରଥମ ଅଧିବେଶନ ଆରମ୍ଭରୁ ରାଜ୍ୟପାଳ ଅଭିଭାଷଣ ରଖିଥିଲେ । ଦିବଙ୍ଗତ ପୂର୍ବତନ ସାଂସଦ ଓ ବିଧାୟକ ଓ ସହିଦ ଯବାନଙ୍କ ପାଇଁ ଶୋକ ପ୍ରକାଶ କରଯାଇଥିଲା । ଫୋନିର ଭୟାବହତା ଓ କ୍ଷୟକ୍ଷତି ବାବଦରେ ଜଣାଇବା ସହ ବାତ୍ୟାର ସଫଳତାର ସହ ମୁକାବିଲା ନେଇ ସରକାରଙ୍କୁ ସାବାସୀ ଜଣାଇଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ।

ରାଜ୍ୟପାଳ କହିଛନ୍ତି ମୋ ସରକାରଙ୍କୁ ପଞ୍ଚମ ଥର ପାଇଁ ବହୁମତ ମିଳିଛି  ।  କାଳିଆ ଯୋଜନା ଚାଲୁ ରହିବ, ଏବଂ କେହି ଚାଷୀ ଏଥିରୁ ବାଦ ପଡିବେନି । କାଳିଆ ଯୋଜନାରେ ଭୂମିହୀନ ଓ ଭାଗଚାଷୀଙ୍କୁ ସାମିଲ କରାଯାଇଛି ବୋଲି ରାଜ୍ୟପାଳ ଅଭିଭାଷଣରେ କହିଛନ୍ତି । କୃଷିର ବିକାଶ ଓ କୃଷକ ସଶକ୍ତକରଣ ଆମର ମୂଳ ଲକ୍ଷ୍ୟ । ଶିଳ୍ପରେ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ପାଇଁ ସଂରକ୍ଷଣ ବ୍ୟବସ୍ଥା ହୋଇଛି । ଏମଏସଏମଇର ବିକାଶ ପାଇଁ ସ୍ବତନ୍ତ୍ର କରିଡର ସ୍ଥାପନ କରାଯାଇଛି  ।  ୫ଟି ମ୍ୟୁନିସିପାଲ କର୍ପୋରେସନକୁ ସ୍ମାର୍ଟ ସିଟି ପାଇଁ ଉଦ୍ୟମ ଚାଲିଛି  । 3T  ଏବେ 5T କୁ ସଂପ୍ରସାରଣ କରାଯାଇଛି ।  ହାଇସ୍କୁଲରେ ଆଇଟି ଲ୍ୟାବ ହେବ, ସବୁ ବୈଷୟିକ ଶିକ୍ଷାନୁଷ୍ଠାନ ୱାଇଫାଇ ବ୍ୟବସ୍ଥା ହେବ । ମିଶନ ଶକ୍ତି ମହିଳା ଗୋଷ୍ଠୀଙ୍କୁ ୫ ହଜାର କୋଟିର କାମ ମିଳିବ  । ପ୍ରତି ପଞ୍ଚାୟତ ଓ ଜିଲ୍ଲା ସ୍ତରରେ ମିଶନ ଶକ୍ତି ଗୃହ ପ୍ରତିଷ୍ଠା ହେବ  । ବୃଦ୍ଧବୃଦ୍ଧା, ବିଧବା ଓ ଦିବ୍ୟାଙ୍ଗଙ୍କ ପାଇଁ ଭତ୍ତା  ରାଶି ବୃଦ୍ଧି, ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ସହାୟତା ରାଶି ବୃଦ୍ଧି  , ମହିଳାଙ୍କ ସ୍ବାସ୍ଥ୍ୟ ସହାୟତା ୭ ଲକ୍ଷରୁ ୧୦ ଲକ୍ଷକୁ ବୃଦ୍ଧି ନେଇ ରାଜ୍ୟପାଳ ଅଭିଭାଷଣରେ କହିଛନ୍ତି । ଭୁବନେଶ୍ବରରେ ବିଶ୍ବ ସ୍ତରୀୟ କ୍ରୀଡା ଭିତ୍ତିଭୂମୀ ବିକଶିତ ହୋଇଛି । ସୁନ୍ଦରଗଡରେ ବିଶ୍ବସ୍ତରୀୟ ହକି ଖେଳାଳିଙ୍କ ପାଇଁ ଆଷ୍ଟ୍ରୋଟର୍ଫ ବ୍ୟବସ୍ଥା ହୋଇଥିବା କହିଛନ୍ତି ରାଜ୍ୟପାଳ ।

   Related Posts