କେରଳର ପଲକ୍କଡ ସିଟ୍‌ରୁ ହାରିଲେ ମେଟ୍ରୋ ମ୍ୟାନ୍‌ ଶ୍ରୀଧରନ୍‌, ଜିତିଲେ କଂଗ୍ରେସ ପ୍ରାର୍ଥୀ

Published By : Prameya-News7 Bureau | May 02, 2021 IST

ପଲକ୍କଡ ୨/୫:  ପଶ୍ଚିମବଙ୍ଗ, କେରଳ ସମେତ ୪ ରାଜ୍ୟ ଏବଂ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ଭୋଟ ଗଣତି ଚାଲିଛି। ପଶ୍ଚିମବଙ୍ଗରେ ଟିଏମସି ଆଗୁଆ ଚାଲିଥିବା ବେଳେ କେରଳରେ ପିନାରାୟୀ ବିଜୟନ ପୁଣି ଥରେ ସରକାର କରିବାକୁ ଯାଉଛନ୍ତି। କିନ୍ତୁ ବିଜେପି କେବଳ ଗୋଟିଏ ସିଟ୍‌ରେ ଖାତା ଖୋଲୁଥିବା ଦେଖିବାକୁ ମିଳୁଛି। ସବୁଠୁ ଚର୍ଚ୍ଚାରେ ଥିବା ବିଜେପି ପ୍ରାର୍ଥୀ ମେଟ୍ରୋ ମ୍ୟାନ୍‌  ଇ. ଶ୍ରଧରନ ପରାଜୟ ସ୍ବୀକାର କରିଛନ୍ତି।

ମେଟ୍ରୋ ପ୍ରୋଜେକ୍ଟସ୍‌କୁ ଗତି ଦେଉଥିବାରୁ ମେଟ୍ରୋ ମ୍ୟାନ୍‌ ଭାବେ ପରିଚୟ ଲାଭ କରିଥିବା ବେଳେ ଶ୍ରୀଧରନ ରାଜନୀତି ମୈଦାନରେ ଫେଲ୍‌ ମାରିଛନ୍ତି।  ଚଳିତ ଥର ବିଜେପି କେରଳରେ ଜୋରଦାର ନିର୍ବାଚନ ପ୍ରଚାର କରିଥିଲା। କିନ୍ତୁ ରାଜ୍ୟରେ ଅସଲ ଫାଇଟ୍‌ କଂଗ୍ରେସ ନେତୃତ୍ବଧୀନ ୟୁଡିଏଫ ଏବଂ ଲେଫ୍ଟ ଫ୍ରଣ୍ଟର ଏଲଡିଏଫ ସହ ଚାଲିଛି।  ବିଜେପି ଜୋର ଲଗାଇଥିବା ବେଳେ ବହୁ ପଛରେ ରହିଛି। ପିଏମ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ସମେତ ବିଜେପିର ବହୁ ବରିଷ୍ଠ ମନ୍ତ୍ରୀ ରାଜ୍ୟରେ ପ୍ରଚାର କରିଥିଲେ। ୨୦୧୬ ନିର୍ବାଚନରେ କେରଳରେ ବିଜେପିକୁ ଗୋଟିଏ ସିଟ୍‌ ମିଳିଥିଲା।

ଏଥର ଏକଜିଟ୍‌ ପୋଲ୍‌ରେ ବିଜେପି ୧-୫ ସିଟ୍‌ ପାଇବ ବୋଲି ଭବିଷ୍ୟବାଣୀ ମିଳିଥିଲା। ଏଥିରୁ ପଲକ୍କଡ ଉପରେ ସମସ୍ତଙ୍କ ନଜର ଥିଲା। କିନ୍ତୁ ସେଠାରୁ ବିଜେପିର ଚେହେରା ଶ୍ରୀଧର ପରାଜୟ ସ୍ବୀକାର କରିସାରିଛନ୍ତି। କେରଳକୁ ମେଟ୍ରୋ ସ୍ପିଡ୍‌ରେ ବିକାଶ ଦିଗରେ ଆଗେଇ ନେବାକୁ ପ୍ରତିଶ୍ରୁତି ଦେଇ ପ୍ରଥମ ଥର ରାଜନୀତି ମୈଦାନକୁ ଓହ୍ଲାଇଥିବା ଇ. ଶ୍ରୀଧରନ ହାରିଛନ୍ତି। ତାଙ୍କର ଫାଇଟ୍‌ କଂଗ୍ରେସର ଶଫି ପରମାବିଲ୍‌ଙ୍କ ସହିତ ହୋଇଥିଲା। ୨୦୧୬ରେ ସେ ବିଜେପିର ଶୋଭା ସୁରେନ୍ଦ୍ରନକୁ ହରାଇଥିଲେ। ଶଫି ପରମବିଲଙ୍କୁ ୨୦୧୬ର ଏହି ସିଟ୍‌ରୁ ୪୧.୭୭ ପ୍ରତିଶତ ଭୋଟ ଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.