କେରଳରେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବେ ମେଟ୍ରୋ ମ୍ୟାନ୍ ଶ୍ରୀଧରନ୍: କହିଲେ-'ମୁଁ ନିଶ୍ଚୟ ଜିତିବି'

Published By : Prameya-News7 Bureau | March 04, 2021 IST

ନୂଆଦିଲ୍ଲୀ ୦୪/୦୩ : କେରଳ ବିଧାନସଭା ନିର୍ବାଚନ ୨୦୨୧ରେ ପ୍ରସିଦ୍ଧ ମେଟ୍ରୋ ମ୍ୟାନ ଇ ଶ୍ରୀଧରନ ବିଜେପି ତରଫରୁ ମୁଖ୍ୟମନ୍ତ୍ରୀ ପଦର ପ୍ରାର୍ଥୀ ହେବେ। ବିଜେପି ପ୍ରଦେଶ ଅଧ୍ୟକ୍ଷ ସୁରେନ୍ଦ୍ରନ ଏ ନେଇ ଘୋଷଣା କରିଛନ୍ତି। ଖୁବ ଶୀଘ୍ର ବିଜେପି ଅଫିସିଆଲି ଏହାର ଘୋଷଣା କରିବ। ଶ୍ରୀଧରନ ବିଜେପିରେ ସାମିଲ ହେବା କେରଳରେ ବିଜେପି ପାଇଁ ବଡ ଉପଲବ୍ଧି। ମେଟ୍ରୋ ମ୍ୟାନ ନାମରେ ପରିଚିତ ଶ୍ରୀଧରନଙ୍କ ଛବି ଜଣେ ସଚ୍ଚୋଟ ବ୍ୟକ୍ତିର। ଫେବୃଆରୀ ୨୫ ତାରିଖରେ ବିଜେପିରେ ସାମିଲ ହୋଇଥିଲେ। ଗୁରୁବାର ଦିନ ଦିଲ୍ଲୀ ମେଟ୍ରୋ ରେଳ କର୍ପୋରେସନ DMRC ରୁ ଇସ୍ତଫା ଦେବାପରେ ନିର୍ବାଚନ ପାଇଁ ନାମାଙ୍କନ ଦାଖଲ କରିବେ।

୨୦୧୪ ମସିହାରେ ଲୋକସଭା ନିର୍ବାଚନ ପୂର୍ବରୁ ଇ ଶ୍ରୀଧରନ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଶଂସା କରି କହିଥିଲେ ଯେ ମୋଦି ଦେଶର ସବୁଠାରୁ ଯୋଗ୍ୟ ନେତାମାନଙ୍କ ମଧ୍ୟରୁ ଜଣେ। ତାଙ୍କ ହାତରେ ଦେଶର ଭବିଷ୍ୟତ ସୁରକ୍ଷିତ ବୋଲି ସେ କହିଥିଲେ। ବିଜେପିରେ ସାମିଲ ହେବାପରେ ସେ କହିଥିଲେ ଯେ ସେ ବିଜେପିରେ ଯୋଗଦେବା ନିଷ୍ପତ୍ତି ଗୋଟିଏ ଦିନରେ କରିନଥିଲେ। ସେ ରାଜ୍ୟ ପାଇଁ କାମ କରିବାକୁ ଚାହୁଁଛନ୍ତି ସେଥିପାଇଁ ବିଜେପିରେ ଯୋଗ ଦେଇଛନ୍ତି ବୋଲି କହିଥିଲେ। କେରଳ ସରକାରଙ୍କ ମେଟ୍ରୋ ପ୍ରକଳ୍ପ ପାଇଁ କନ୍ସଲଟାନ୍ସି ବନ୍ଦ କରିଦେବେ ବୋଲି କହିଛନ୍ତି।

{"id":417780,"sizeSlug":"large","linkDestination":"none"}

ଇ ଶ୍ରୀଧରନ ଦିଲ୍ଲୀ ମେଟ୍ରୋ ସମେତ ପ୍ରଥମ ଫ୍ରେଟ କରିଡରକୁ ସମୟ ପୂର୍ବରୁ ଆରମ୍ଭ କରିଥିବାରୁ ଖ୍ୟାତି ଅର୍ଜନ କରିଥିଲେ। ୨୦୦୧ ମସିହାରେ ତାଙ୍କୁ ପଦ୍ମଶ୍ରୀ ଓ ୨୦୦୮ ମସିହାରେ ପଦ୍ମ ବିଭୂଷଣ ଆୱାର୍ଡରେ ସମ୍ମାନିତ କରାଯାଇଥିଲା। ଫ୍ରାନ୍ସ ସରକାର ମଧ୍ୟ ଶ୍ରୀଧରନଙ୍କୁ ୨୦୦୫ ମସିହାରେ ନିଜର ସର୍ବୋଚ୍ଚ ନାଗରିକ ସମ୍ମାନରେ ସମ୍ମାନିତ କରିଥିଲେ। ଆମେରିକାର ବିଶ୍ୱ ପ୍ରସିଦ୍ଧ ପତ୍ରିକା ଟାଇମ୍ସ ମାଗାଜିନ ତାଙ୍କୁ ଏସିଆ ହିରୋର ଟାଇଟଲ ଦେଇଥିଲା।

ଶ୍ରୀଧରନ ୧୯୩୨ ଜୁନ ୧୨ ତାରିଖରେ କେରଳ ପଲକ୍କଡରେ ଜନ୍ମ ହୋଇଥିଲେ। ସେ ଆନ୍ଧ୍ର ପ୍ରଦେଶ କାକାନାଡା ସ୍ଥିତ ସରକାରୀ ଇଞ୍ଜିନିୟରିଂ କଲେଜରୁ ସିଭିଲ ଇଞ୍ଜିନିୟରିଂ ଡିଗ୍ରୀ ପ୍ରାପ୍ତ କରିଥିଲେ। ତାପରେ ଭାରତୀୟ ରେଳବାଇ ସେବାରେ ଯୋଗ ଦେଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.