# Me Too : କେନ୍ଦ୍ରମନ୍ତ୍ରୀ ଏମ.ଜେ. ଆକବରଙ୍କ ପାଇଁ ବାହାରିଲେ ବିଜେପି ନେତ୍ରୀ, ସୁବାଷ ଘାଇ କହିଲେ ଅଭିଯୋଗ କରିବା ଫେଶନ ହୋଇଗଲାଣି

Published By : Prameya-News7 Bureau | October 12, 2018 IST

ନୂଆଦିଲ୍ଲୀ ୧୨|୧୦:    # Me Too ଅଭିଯାନ ଚାଲିଥିବା ବେଳେ କେନ୍ଦ୍ରମନ୍ତ୍ରୀ ତଥା ସମ୍ପାଦକ ଏମ.ଜେ. ଆକବରଙ୍କ ବିରୋଧରେ ଅଦ୍ୟାବଧି ୯ଜଣ ମହିଳା ସାମ୍ବାଦିକ ଯୌନ ଉତ୍ପୀଡନ ଅଭିଯୋଗ ଆଣିସାରିଛନ୍ତି । ଠିକ୍ ଏ ସମୟରେ ଏମ.ଜେ. ଆକବର ବିଦେଶ ଗସ୍ତରେ ନାଇଜେରିଆରେ ଅଛନ୍ତି । ଆସନ୍ତା ରବିବାର ସୁଦ୍ଧା ସେ ଭାରତ ପ୍ରତ୍ୟାବର୍ତ୍ତନ କରିପାରନ୍ତି । ଅପରପକ୍ଷରେ କେନ୍ଦ୍ର ମନ୍ତ୍ରୀ ଏମ.ଜେ. ଆକବରଙ୍କୁ ସୁରକ୍ଷା ଦେବାପାଇଁ ଆଗକୁ ଆସିଛନ୍ତି ଭାରତୀୟ ଜନତା ପାର୍ଟି ମଧ୍ୟପ୍ରଦେଶ ମହିଳା ମୋର୍ଚ୍ଚାର ଅଧ୍ୟକ୍ଷା ଲତା କେଲକର । ସେ କହିଛନ୍ତି ଯେ, ଜଣେ ମହିଳା ସାମ୍ବାଦିକ ଏତେ ଦୁର୍ବଳ, ସରଳ ଓ ନିର୍ବୋଧ ହୋଇନଥାଏ ଯେ, କାହା ଯୌନ ଉତ୍ପୀଡନର ଶିକାର ହେବ । ଅପରପକ୍ଷରେ ବର୍ଷିୟାନ ଅଭିନେତା ସୁବାଷ ଘାଇ ତାଙ୍କ ବିରୋଧରେ ଆସିଥିବା ଦୁଷ୍କର୍ମ ସଂପର୍କରେ ଟ୍ବିଟ୍ କରି ଉତ୍ତର ଦେଇଛନ୍ତି । ସେ କହିଛନ୍ତି ସମୟ ସବୁଠୁ ବଳବାନ, ସମୟ ହିଁ ମଣିଷକୁ ଭଲ ଓ ଖରାପ ସମୟ ଆଣି ଦେଇଥାଏ । ତେବେ # Me Too ଅଭିଯାନ ମାଧ୍ୟମରେ ଫେରୁଥିବା ବିଭିନ୍ନ ଅଭିଯୋଗକୁ ସେ ଫେଶନ ବୋଲି କହିଛନ୍ତି । ସେ କହିଛନ୍ତି ଯେ, ସମଗ୍ର ବଲିଉଡ ଜଣେ ମହିଳାଙ୍କୁ ସେ କେତେ ସମ୍ମାନ କରନ୍ତି । ସୂଚନାଯୋଗ୍ୟ ଯେ, ସୁବାଷ ଘାଇଙ୍କ ସହ ଅତୀତରେ କାମ କରୁଥିବା ଜଣେ ମହିଳା ସୁବାଷ ଘାଇଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ କରିଥିଲେ । ମହିଳା ତାଙ୍କ ପରିଚୟ ଗୋପନ ରଖିଛନ୍ତି । ସେ କହିଛନ୍ତି ଯେ, ମଦରେ ଡ୍ରଗ୍ସ ମିଶାଇ ପିଆଇବା ପରେ ସୁବାଷ ଘାଇ ତାଙ୍କ ସହ ଦୁଷ୍କର୍ମ କରିଥିଲେ । ମହିମା କୁକରେଜା ନାମକ ଆଉ ଜଣେ ମହିଳା ଅଭିଯୋଗକାରିଣୀଙ୍କ ମେସେଜକୁ ସୋସିଆଲ ମିଡିଆରେ ସେୟାର କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.