ଚୀନ କମ୍ୟୁନିଷ୍ଟ ପାର୍ଟିକୁ ଦୋହଲାଇଲା #MeToo ଅଭିଯୋଗ, ପୂର୍ବତନ ଉପ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ ଆଣିଲେ ଟେନିସ୍‌ ତାରକା

Published By : Prameya-News7 Bureau | November 03, 2021 IST

ବେଜିଂ/ନୂଆଦିଲ୍ଲୀ ୦୩/୧୧: ଚୀନର କମ୍ୟୁନିଷ୍ଟ ସରକାରକୁ ଜୋରଦାର ଝଟକା ଲାଗିଛି।  ବଡ଼ ନେତାଙ୍କ ବିରୋଧରେ ଆସିଛି #MeToo ଅଭିଯୋଗ। ଭାରତରେ ମିଠୁ ଏକ ଆନ୍ଦୋଳନରେ ପରିଣତ ହୋଇଥିବା ବେଳେ ଏହାର ଝଲକ ଏବେ ଜିନପିଙ୍ଗଙ୍କ ଦେଶରେ ଦେଖାଦେଇଛି। ଚୀନରେ ପ୍ରଥମ ଥର ଜଣେ ଶୀର୍ଷ ନେତାଙ୍କ ନାଁରେ ​‌ଯୌନ ଶୋଷଣ ନେଇ ମାମଲା ସାମ୍ନାକୁ ଆସିଛି। ଏହି ଅଭିଯୋଗ ଆଣିଛନ୍ତି ଚୀନର ବିଶିଷ୍ଟ ଟେନିସ୍‌ ଖେଳାଳି ପେଙ୍ଗ ଶୁଆଇ । ଆଉ ଏହି ଅଭିଯୋଗ ଚାଇନିଜ୍‌ କମ୍ୟୁନିଷ୍ଟ ପାର୍ଟି (ସିପିସି) ନେତା ତଥା ପୂର୍ବତନ ଉପ ପ୍ରଧାନମନ୍ତ୍ରୀ ଝାଙ୍ଗ ଗାଓଲିଙ୍କ ବିରୋଧରେ ଆସିଛି ।

ପେଙ୍ଗ ଏନେଇ ଚୀନର ସୋସିଆଲ ମିଡିଆ ଓ୍ବେବୋରେ ପୋଷ୍ଟ କରିଥିଲେ। କିନ୍ତୁ ଏହାକୁ କେଇ ମିନିଟ୍‌ରେ ଡିଲିଟ୍‌ କରିଦିଆଯାଇଛି। ପରବର୍ତ୍ତୀ ସମୟରେ ଏହାର ଏକ ସ୍କ୍ରିନ୍‌ସଟ୍‌ ସେୟାର କରି ଚୀନର ଜଣେ ସାମ୍ବାଦିକା ଏମିଲି ଫେଙ୍ଗ ଟ୍ବିଟ୍‌ କରିଛନ୍ତି ଯେ ପ୍ରଥମ ଥର ପାଇଁ ସିପିସିର ଜଣେ ବଡ଼ ନେତାଙ୍କ ବିରୋଧରେ #MeToo ଅଭିଯୋଗ ଆସିଛି । ତେବେ ୩୫ ବର୍ଷୀୟା ଟେନିସ୍‌ ତାରକା ପେଙ୍ଗ ଫେବୃଆରୀ ୧୪ରେ ବିଶ୍ବର ଏକ ନମ୍ବର ଖେଳାଳି ହୋଇଥିଲେ। ଏପରିକି ସେ ଭାରତର ସାନିଆ ମିର୍ଜାଙ୍କ ସହ ଚୀନ ଓପନ ୨୦୧୭ରେ ଖେଳିଥିଲେ। ସେହିଭଳି ଝାଙ୍ଗ ସିପିସିର ପୋଲିଟବୁରୋ ଷ୍ଟାଣ୍ଡିଂ କମିଟିରେ ୨୦୧୩-୧୮ ମଧ୍ୟରେ କାର୍ଯ୍ୟ କରିଥିଲେ। ଝାଙ୍ଗଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ ଆଣିବା ପରେ ପେଙ୍ଗ ତାଙ୍କୁ ପରବର୍ତ୍ତୀ ସମୟରେ ସ୍ବଇଚ୍ଛାରେ ବିବାହ କରିଥିବା ମଧ୍ୟ ଲେଖିଥିଲେ।

wp:html /wp:html

ଯଦିଓ ଏହି ପୋଷ୍ଟଟି ସେୟାର ହୋବର କିଛି ସମୟ ମଧ୍ୟରେ ଡିଲିଟ୍‌ ହୋଇଛି କିନ୍ତୁ ଏହାକୁ ନେଇ ଏବେ ଚୀନ ସମେତ ପୂରା ବିଶ୍ବରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଏମିତିକି ଓ୍ବେବୋରେ ଏ ସମ୍ପର୍କରେ ଲୋକେ ଆଲୋଚନା କରିବା ପାଇଁ କୋଡ୍‌ ଓ୍ବାର୍ଡର ବ୍ୟବହାର କରୁଥିବା କହିଛନ୍ତି ଚୀନର ଜଣେ ବିଶେଷଜ୍ଞ ମେଙ୍ଗିୟୁ ଡଙ୍ଗ।

wp:embed {"url":"https://twitter.com/dong_mengyu/status/1455568884925452292","type":"rich","providerNameSlug":"twitter","responsive":true}
https://twitter.com/dong_mengyu/status/1455568884925452292
/wp:embed

ପେଙ୍ଗଙ୍କ ପୋଷ୍ଟଟି ସମ୍ପୂର୍ଣ୍ଣ ଭାବେ ଚାଇନା ଭାଷାରେ ଲେଖାଯାଇଥିବାରୁ ଗୁଗଲ ଟ୍ରାନ୍ସଲେସନ ସାହାଯ୍ୟରେ କିଛି ପ୍ରମୁଖ ଗଣମାଧ୍ୟମ ଏହାର ଅର୍ଥ ମଧ୍ୟ ବାହାର କରିଛନ୍ତି। ପେଙ୍ଗଙ୍କ ଅନୁସାରେ ସେ ଦୁଇ ଥର ଯୌନ ଶୋଷଣରେ ଶିକାର ହୋଇଛନ୍ତି। ୧୦ ବର୍ଷ ପୂର୍ବେ ସହମତି କ୍ରମେ ସମ୍ପର୍କ ସ୍ଥାପନ କରିଥିବା ବେଳେ ୩ ବର୍ଷ ପୂର୍ବେ ମଧ୍ୟ ପୁଣି ଥରେ ସେ ଯୌନ ଶୋଷଣରେ ଶିକାର ହୋଇଥିବା ଲେଖିଥିଲେ । ଏହା ବ୍ୟତୀତ ସେତେବେଳର ସମ୍ପର୍କକୁ ସେ ଜଟିଳ ବୋଲି ଉଲ୍ଲେଖ କରିବା ସହ  କୌଣସି ପ୍ରମାଣ ନଥିବା ମଧ୍ୟ ଲେଖିଥିଲେ ଟେନିସ ତାରକା ପେଙ୍ଗ ଶୁଆଇ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.