ସ୍ମୃତି ଇରାନୀଙ୍କ ନିକଟ ସହଯୋଗୀ ସୁରେନ୍ଦ୍ର ସିଂହଙ୍କୁ ଗୁଳି କରି ହତ୍ୟା

Published By : Prameya-News7 Bureau | May 26, 2019 IST

ନୂଆଦିଲ୍ଲୀ ୨୬/୫: ନବ ନିର୍ବାଚିତ ଆମେଠି ସାଂସଦ ସ୍ମୃତି ଇରାନୀଙ୍କ ନିକଟ ସହଯୋଗୀ ସୁରେନ୍ଦ୍ର ସିଂହଙ୍କୁ ଗୁଳି କରି ହତ୍ୟା । ଆଜି ଭୋରରୁ ସୁରେନ୍ଦ୍ରଙ୍କ ବରୋଲିଆ ସ୍ଥିତ ବାସଭବନରେ କେତେକ ଅଜ୍ଞାତ ବ୍ୟକ୍ତି ଧସେଇ ପଶିବା ସହ ତାଙ୍କ ଉପରକୁ ଗୁଳି ଚଳାଇ ଥିଲେ । ପରେ ତାଙ୍କୁ KGMU ଟ୍ରମା ସେଣ୍ଟରରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା ।

{"id":116095,"width":595,"height":411}

ପୋଲିସ ଘଟଣାରେ ୭ଜଣଙ୍କୁ ଅଟକ ରଖି ପଚରାଉଚୁରା କରୁଥିବା ନେଇ ଆମେଠି ଏସପି ରାଜେଶ କୁମାର ସୂଚନା ଦେଇଛନ୍ତି । ସେହିପରି ରାଜନୈତିକ ଶତ୍ରୁତା କାରଣରୁ ଏହି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରୁଛି । ତେବେ ସୁରେନ୍ଦ୍ରଙ୍କ ପୁଅ କିନ୍ତୁ ଏଥିପାଇଁ ସିଧାସିଧା କଂଗ୍ରେସ କର୍ମକର୍ତ୍ତାଙ୍କୁ କାଠଗଡ଼ାକୁ ଟାଣିଛନ୍ତି । ଏପଟେ ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ବିଜେପି ନେତ୍ରୀ ରୀତା ବହୁଗୁଣା ଜୋଶୀ । ସ୍ମୃତି ଇରାନୀ ମଧ୍ୟ ଦିଲ୍ଲୀରୁ ଆମେଠି ଅଭିମୁଖେ ଯାଉଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.