କାଲିଠୁ ପୁଣି ଥରିବ ଓଡିଶା, ୟେଲୋ ୱାର୍ଣ୍ଣିଂ ଜାରି
5/01/2020 at 11:45 AM

ଭୁବନେଶ୍ବର ୫।୧: ଆଜିଠାରୁ ପାଗରେ ଆସିବ ପରିବର୍ତ୍ତନ । କିଛି ସ୍ଥାନରେ ଘନ କୁହୁଡି ଅନୁଭୂତ ହେବ । କନ୍ଧମାଳ, ସମ୍ବଲପୁର, ମାଲକାନଗିରି, ଝାରସୁଗୁଡା ଓ କଳାହାଣ୍ଡି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଘନ କୁହୁଡିର ସମ୍ଭାବନା ରହିଛି । କାଲିଠୁ ଆହୁରି ବଢିବ ଶୀତ । ଏନେଇ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।
କିଛି ଦିନ ହେଲା ରାଜ୍ୟରେ ପାଣିପାଗରେ ଅସ୍ବାଭାବିକ ପରିବର୍ତ୍ତନ ଦେଖା ଦେଇଥିଲା । ସପ୍ତାହେ ଧରି ଶୀତ ପରେ ଶୁକ୍ରବାରଠାରୁ ରାଜ୍ୟର ଅଧିକାଂଶ ସ୍ଥାନରେ ଝିପିଝିପି ବର୍ଷା ଲାଗି ରହିବା ସହିତ ପାଗ କୋହଲା ରହିଥିଲା । ଫଳରେ ବିଭିନ୍ନ ସ୍ଥାନରେ ଶୀତର ପ୍ରକୋପ ବୃଦ୍ଧି ପାଇଛି ।
Related Posts
ଝାରସୁଗୁଡା: ଜିଲ୍ଲା ସ୍ତରୀୟ ଜାତୀୟ କନ୍ୟା ସନ୍ତାନ ଦିବସ ପାଳିତ
24 January 2021