Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଞ୍ଚାୟତ ନିର୍ବାଚନ ପୂର୍ବରୁ ହିଂସା ! ସମିତି ସଭ୍ୟାଙ୍କ ଗାଡି ଜାଳିଦେଲେ ଦୁର୍ବୃତ୍ତ
  • ||
  • ମହିଳାଙ୍କ ଦେହରେ ନିଆଁ ଲଗାଇ ଦେଲେ ଧରମ ଭାଇ ! ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି
  • ||
  • ବିଲଡର୍ ସଂସ୍ଥାର ଘର ଉପରେ ବୋମାମାଡ, ୩ ଶ୍ରମିକ ଆହତ
  • ||
  • ରାଜ୍ୟରେ ଆଉ ୩ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୪କୁ ବୃଦ୍ଧି
  • ||
  • ରାଜ୍ୟରେ ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୪୮୯ କୋଭିଡ୍ ପଜିଟିଭ୍, ୧୧୪୪୪୦୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୫୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୮୫ ମୃତ
  • ||
  • ଖୋଲିଲା ଶିମିଳିପାଳ, ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର
  • ||
  • ଆଉ ନାହାଁନ୍ତି ପଦ୍ମଶ୍ରୀ ଶାନ୍ତିଦେବୀ, ୮୮ ବର୍ଷ ବୟସରେ ପରଲୋକ
  • ||
  • କଥକ ସମ୍ରାଟ ବିରଜୁ ମହାରାଜଙ୍କ ପରଲୋକ, ୮୩ ବର୍ଷ ବୟସରେ ଦେହାନ୍ତ
  • ||
  • ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ : ସୋମବାରଠୁ ଦାଖଲ ହେବ ପ୍ରାର୍ଥୀପତ୍ର, କରୋନା କଟକଣାରେ ସରିବ ପୁରା ପ୍ରକ୍ରିୟା
  • ||

ପାଣିପାଗ ବିଭାଗ ଜାରି କଲା ହାଇଆଲର୍ଟ, ଏହି ୨ଟି ସ୍ଥାନକୁ ମାଡ଼ି ଆସୁଛି ଶକ୍ତିଶାଳୀ ଝଡ଼

1/10/2019 at 6:57 PM

ନୂଆଦିଲ୍ଲୀ୧|୧୦: ମେକ୍ସିକୋରେ ପୁଣି ଥରେ ଝଡ଼ ନାର୍ଡା ମାଡ଼ି ଆସୁଛି। ନାର୍ଡା ଧୀରେ ଧୀରେ ସକ୍ରି୍ୟ ହେବାକୁ ଲାଗିଛି। ନାର୍ଡା ସକ୍ରିୟ ହୋଇ ଜିଆହୁତାନେଜା ଓ ଦକ୍ଷିଣ ସାଗର ଦେଇ ଅତିକ୍ରମ କରିବା ସମୟରେ ପ୍ରବଳ ବର୍ଷା ସହ ପବନ ହେବାର ସମ୍ଭାବନା ରହିଛି। ୟୁଏସ ନ୍ୟାସନାଲ ହୁରିକେନ ସେଣ୍ଟରର ସୂଚନା ଅନୁସାରେ ରବିବାର ବିଳମ୍ବିତ ରାତିରେ ନାର୍ଡା ପ୍ୟୁର୍ଟୋ ବାଲାର୍ଟ ନିକଟରେ ଥିଲା। କିନ୍ତୁ ଏବେ ନାର୍ଡାର ପ୍ରଭାବ ଧୀରେ ଧୀରେ ବୃଦ୍ଧି ପାଉଛି ।  

ଘଣ୍ଟାପ୍ରତି ୫୫ କିଲୋମିଟର ବେଗରେ ପବନ ବହିବା ଆରମ୍ଭ କରି ଦେଇଛି। ନାର୍ଡାର ପ୍ରଭାବ ଅଧିକ ମାତ୍ରାରେ ମେକ୍ସିକୋ ଉପରେ ପଡ଼ିପାରେ ବୋଲି ଅନୁମାନ କରାଯାଉଛି। ଏଥିଯୋଗୁଁ ଜୋର୍‌ରେ ପବନ ବହିବା ସହ ପ୍ରବଳ ବର୍ଷା ହେବ , ଏହି କାରଣରୁ କେତକସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇପାରେ ।

ଅନ୍ୟପଟେ ମିତାଗ ନାମକ ଝଡ଼ ସୋମବାର ସୁଦ୍ଧା ତାଇଓ୍ୱାନରେ ପହଞ୍ଚିପାରେ। ଏନେଇ ସ୍କୁଲ,କଲେଜ ସମେତ ସରକାର ଓ ବେସରକାରୀ ସଂସ୍ଥା ବନ୍ଦ ରଖିବା ପାଇଁ ତାଇବାନ ସରକାର ନିର୍ଦେଶ ଦେଇଛନ୍ତି। ପାଣିପାଗ ବିଜ୍ଞାନଙ୍କ କହିବା ଅନୁସାରେ ଦ୍ରୁତଗତିରେ ମାଡ଼ି ଆସୁଥିବା ଝଡ଼ ମିତାଗ ଉତ୍ତର ପଶ୍ଚିମ ଅଞ୍ଚଳରେ ସୃଷ୍ଟି ହୋଇଥିଲା।

ପାଣିପାଗ ବିଭାଗରେ ସୂଚନା ଅନୁସାରେ ଏହି ମିତାଗ ଝଡ଼ର ପ୍ରଭାବ ଅଧିକ ମାତ୍ରାରେ ରହିବ। ଏହା ଦକ୍ଷିଣ-ପୂର୍ବରୁ ପ୍ରାୟ ୩୭୦ କିଲୋମିଟର ଦୂରରେ ମିତାଗ ରହିଛି।ଏହି ଝଡ଼ କାରଣରୁ ଘଣ୍ଟାପ୍ରତି ୧୨୬ କିଲୋମିଟର ଅଧିକ ପବନ ବହିବ।  ଏନେଇ ତାଇଓ୍ୱାନ ସରକାର ସମସ୍ତଙ୍କୁ ସତର୍କ ସୂଚନା ଜାରି କରିଛନ୍ତି।

   Related Posts