Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲୋକସଭାରେ ପାରିତ ହେଲା କୃଷି ଆଇନ ଉଚ୍ଛେଦ ବିଲ୍‌
  • ||
  • କୃଷକଙ୍କୁ ଦଳି ମାରିଲେ ୭ ଦନ୍ତା, ଖଣ୍ଡ ଖଣ୍ଡ କରିଦେଲେ ଶରୀର
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ, ୨୩୬ ମୃତ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୯କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୭ କରୋନା ସଂକ୍ରମିତ, ୧୦୪୮୮୮୦ରେ ପହଞ୍ଚିଲା ସଂଖ୍ୟା
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଓମିକ୍ରନ୍ ନେଇ AIIMS ମୁଖ୍ୟ ଗୁଲେରିଆ ଦେଲେ ଚେତାବନୀ, କହିଲେ ନୂଆ ଭାରିଆଣ୍ଟ ଭାକସିନକୁ ଦେଇପାରେ ଚକମା
  • ||

ପୃଥିବୀ ଓ ଜୀବନ ମଧ୍ୟରେ କଣ ସମ୍ପର୍କ ? ଆକାଶରୁ ଖସିଥିବା ଉଲକାପିଣ୍ଡରୁ ମିଳିବ ଏହାର ଉତ୍ତର

11/03/2021 at 1:53 PM

ନୂଆଦିଲ୍ଲୀ ୧୧/୦୩ : ଗତ ଫେବୃଆରୀ ୨୮ ତାରିଖ ଘଟଣା। ବ୍ରିଟେନ ଓ ଉତ୍ତର ୟୁରୋପରେ ଆକାଶରୁ ନିଆଁ ଗୋଳା ବା ଉଲକାପିଣ୍ଡ ପଡିଥିଲା। ଉଲକାପିଣ୍ଡ ପଡିବା ବୈଜ୍ଞାନିକଙ୍କ ପାଇଁ ସାମାନ୍ୟ ଘଟଣା। କିନ୍ତୁ ଏଥର ଘଟିଥିବା ଘଟଣା କିଛି ଖାସ ଥିଲା। ଏହି ଉଲକାପିଣ୍ଡ ମହାକାଶରୁ ପୃଥିବୀ ପାଇଁ ଭଲ ଖବର ନେଇ ଆସିଥିଲା। ବୈଜ୍ଞାନିକ ଏହାକୁ ଦୁର୍ଲଭ ବୋଲି କହିଛନ୍ତି। ବୈଜ୍ଞାନିକ ଅନୁମାନ କରୁଛନ୍ତି ଯେ ଏହି ଉଲକାପିଣ୍ଡ ବହୁ ସମୟରୁ ମହାକାଶରେ ଥିଲା ଏବଂ ଏବେ ପୃଥିବୀ ଉପରେ ପଡିଛି। ଏହି ଉଲକାପିଣ୍ଡରୁ ଅନେକ ତଥ୍ୟ ମିଳିପାରେ ଅନୁମାନ କରାଯାଉଛି।

ବ୍ରିଟେନର କାଟ୍ସବୋଲ୍ଡ ଅଞ୍ଚଳରେ ଉଲକାପିଣ୍ଡ ପଡିଥିଲା। ଏହାର ଓଜନ ପାଖାପାଖି ୩୦୦ ଗ୍ରାମ ଥିଲା। ବୈଜ୍ଞାନିକଙ୍କୁ ଏହା ଗ୍ଲୁସ୍ଟରଶାୟରରୁ ମିଳିଛି। ଯାଞ୍ଚରୁ ଅନେକ ତଥ୍ୟ ସାମ୍ନାକୁ ଆସିଛି। ଏହା ସାମାନ୍ୟ ଉଲକାପିଣ୍ଡ ନଥିଲା। ଏହି ଉଲକାପିଣ୍ଡରୁ ପୃଥିବୀର ଆରମ୍ଭ, ଜୀବନର ଉତ୍ପତ୍ତି ଏବଂ ଏହିଭଳି ଅନେକ ପ୍ରଶ୍ନର ସମାଧାନ ହୋଇପାରିବ ବୋଲି ବୈଜ୍ଞାନିକ କହିଛନ୍ତି। ମହାକାଶରୁ ମିଳିଥିବା ଏହି ଉପହାର ପାଇ ବୈଜ୍ଞାନିକ ବହୁତ ଉତ୍ସାହିତ।

ବୈଜ୍ଞାନିକ ଅନୁମାନ କରୁଛନ୍ତି ଯେ ଏହି ଉଲକାପିଣ୍ଡ ପ୍ରାଚୀନ ପଦାର୍ଥରୁ ସୃଷ୍ଟି ହୋଇଛି ଯାହା ପୃଥିବୀରେ ମଧ୍ୟ ରହିଛି। ଏହା କାର୍ବୋନେସିୟମ କଣ୍ଡ୍ରାଇଟ୍ ରୁ ସୃଷ୍ଟି ହୋଇଛି। ବୈଜ୍ଞାନିକଙ୍କ ଯାଞ୍ଚରୁ ଏଥିରେ କାର୍ବୋନିକ ପଦାର୍ଥ ଓ ଅମିନୋ ଏସିଡ ଥିବା ପ୍ରମାଣ ମିଳିଛି। ବିଶେଷ କଥା ହେଲା ଏହି ଦୁଇଟି ଜିନିଷ ମଣିଷ ମଧ୍ୟରେ ରହିଛି। ଏହି କେମିକାଲ ସାହାଯ୍ୟରେ ମଣିଷ ଜୀବନ ସୃଷ୍ଟି ହୋଇଛି ବୋଲି କୁହାଯାଏ।

ଏହି ଉଲକାପିଣ୍ଡର କ୍ୱାଲିଟି ଦେଖି ମଧ୍ୟ ବୈଜ୍ଞାନିକ ଆଶ୍ଚଯ୍ୟ। ଲଣ୍ଡନର ନେଚୁରାଲ ହିଷ୍ଟ୍ରୀ ମ୍ୟୁଜିୟମ କହିବାନୁଯାୟୀ, ଏହି ଉଲକାପିଣ୍ଡକୁ ମହାକାଶରୁ ବୈଜ୍ଞାନିକ ସାଙ୍ଗରେ ନେଇ ଆସିଥିବା ଭଳି ପ୍ରତୀତ ହେଉଛି। ବୈଜ୍ଞାନିକ କହିଛନ୍ତି ଏତେ ଦ୍ରୁତ ଗତିରେ ପୃଥିବୀ ଉପରେ ପଡିବା ସତ୍ତ୍ୱେ ଉଲକାପିଣ୍ଡର ସ୍ଥିତି ଠିକ ଥିଲା। ଏହା ବି ଏକ ଚମତ୍କାର। ଏହି ଉଲକାପିଣ୍ଡ ଲକ୍ଷ ଲକ୍ଷ ବର୍ଷ ପୁରୁଣା ବୋଲି କୁହାଯାଉଛି।

   Related Posts