Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଷ୍ଟେଟ୍ ବ୍ୟାଙ୍କ ଉପରେ କୋଟିଏ ଟଙ୍କାର ଫାଇନ ଲଗାଇଲେ ରିଜର୍ଭ ବ୍ୟାଙ୍କ, ସବୁଠୁ ବଡ ବ୍ୟାଙ୍କ ବିରୋଧରେ ଋଣ ନିୟମ ଉଲ୍ଲଙ୍ଘନ ଅଭିଯୋଗ
  • ||
  • ଶ୍ରେୟସ ଆୟରଙ୍କ ଉପରେ ମୁମ୍ବାଇ ଇଣ୍ଡିଆନ୍ସର ନଜର, ରାହୁଲ ଓ ଧାଓ୍ୱନ ବି ବଦଳାଇବେ ଟିମ୍ !
  • ||
  • ରାଜ୍ୟରେ ଆଉ ୩ ଜଣ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୬କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୬୪ କରୋନା ସଂକ୍ରମିତ, ୧୦୪୮୪୯୨ରେ ପହଞ୍ଚିଲା ସଂଖ୍ୟା
  • ||
  • ଜରୁରୀକାଳିନ ପରିସ୍ଥିତି ଘୋଷଣା କଲେ ଗଭର୍ଣ୍ଣର : କରୋନା ସଂକ୍ରମଣ ବଢିବା ପରେ କଟକଣା କଡାକଡି
  • ||
  • ୧୮ କେଜିର ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ଧରିଲା ବନ ବିଭାଗ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୪୬୫ ମୃତ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||

ବହୁ ପ୍ରତିକ୍ଷାର ଅନ୍ତ: ନଭେମ୍ବରରେ ଲଞ୍ଚ୍‌‌ ହେବ ରୟାଲ୍‌ ଏନ୍‌ଫିଲ୍ଡ Meteor 350, ରହିଛି ଏମିତି ଫିଚର

22/10/2020 at 10:08 PM

ଚେନ୍ନାଇ ୨୨/୧୦: ରୟାଲ୍‌ ଏନଫିଲ୍ଠ ଲଭରଙ୍କ ପାଇଁ ଖୁସିଖବର। ବହୁ ଅପେକ୍ଷାର ଅନ୍ତ ଘଟିବାକୁ ଯାଉଛି। ଖୁବଶୀଘ୍ର ବଜାରକୁ ଆସିବାକୁ ଯାଉଛି ବହୁ ପ୍ରତିକ୍ଷିତ ରୟାଲ୍‌ ଏନ୍‌ଫିଲ୍ଡର ନୂଆ ମଡେଲ୍‌ । ବାରମ୍ବାର ଲଞ୍ଚ ଡେଟ୍‌ ଘୁଞ୍ଚୁଥିବା ବେଳେ ଏଥର କିନ୍ତୁ ଡିସେମ୍ବର ୬ରେ ବଜାରକୁ ପ୍ରବେଶ କରିବ।

ରୟାଲ୍‌ ଏନ୍‌ଫିଲ୍ଡ ମେଟେଓର ୩୫୦ (Meteor 350) ନଭେମ୍ବର ୬ରେ ଲଞ୍ଚ ହେବାକୁ ଯାଉଛି। ଲଞ୍ଚ ହେବାକୁ ଯାଉଥିବା ପ୍ରତିକ୍ଷିତ ବାଇକ୍‌ ରୟାଲ୍‌ ଏନ୍‌ଫିଲ୍ଡ ମେଟେଓର ୩୫୦ ପୂର୍ବରୁ ଟେଷ୍ଟିଂ ସମୟରେ ଦେଖାଯାଇଥିଲା।

ରେଟ୍ରୋ କ୍ଳାସିକ୍‌ କ୍ରୁଜ୍‌ର ମେଟେଓର ୩୫୦ର ଫିଚ୍‌ର ମଧ୍ୟ ଅନ୍‌ଲାଇନ୍‌ରେ ଭାଇରାଲ୍‌ ହେଉଥିଲା। ଲିକ୍ ହୋଇଥିବା ତଥ୍ୟ ଗ୍ରାହକଙ୍କ ମନରେ ଆଗ୍ରହ ସୃଷ୍ଟି କରିଥିଲା। ରୟାଲ୍‌ ଏନ୍‌ଫିଲ୍ଡ ମେଟେଓର ୩୫୦ ଲୁକ୍‌ ଓ ଫିଚ୍‌ର ବୁଲେଟ୍‌ ପ୍ରେମୀଙ୍କୁ ବେଶ ଆକୃଷ୍ଟ କରିଥିଲା।

ତେବେ ବହୁ ପ୍ରତିକ୍ଷାର ଅବସାନ ଘଟାଇ ନଭେମ୍ବର ୬ରେ ବଜାରକୁ ଆସିବାକୁ ଯାଉଛି ରୟାଲ୍‌ ଏନ୍‌ଫିଲ୍ଡ ମେଟେଓର ୩୫୦। ମେଟେଓର ୩୫୦ ୩ଟି ଭାରିଏଣ୍ଟରେ ଆସିବ ବୋଲି ଚର୍ଚ୍ଚା ହେଉଛି। ଫାୟାରବଲ୍‌, ଷ୍ଟେଲାର ଓ ସୁପରନୋଭା। ପୂର୍ବରୁ ଲିକ୍‌ ହୋଇଥିବା ତଥ୍ୟ ଅନୁସାରେ ଟ୍ରପ୍‌ର ନାଭିଗେସ୍‌ନ ଫିଚର ସହ ଆସିବ ମେଟେଓର ୩୫୦।

୩୫୦ ସିସି ଇଞ୍ଜିନ୍‌ ସହ ସିଙ୍ଗଲ୍‌ ସିଲିଣ୍ଡର, ଏୟାର କୁଲ୍‌ଡ, ଲଙ୍ଗ ଷ୍ଟେ୍ରାକ୍‌ ଇଞ୍ଜିନ୍‌ ଭଳି ଦମଦାର ଫିଚର ରହିଛି। ୨୦.୨ ବିଏଚପି ପାଓ୍ବାର ସହ ରହିଛି ୨୭ ଏନଏମ ପିକ୍‌ ଟର୍କ। ତେବେ ମେଟେଓର ୩୫୦ ଥଣ୍ଡରବାର୍ଡ ୩୫୦ ଏକ୍ସ ସ୍ଥାନ ନେବ ବୋଲି କୁହାଯାଉଛି। ମେଟେଓର ୩୫୦ର ଏକ୍ସ ସୋ ରୁମ୍‌ ମୁଲ୍ୟ ରହିବ ୧.୬୦ ଲକ୍ଷରୁ ୧.୭୫ ଲକ୍ଷ ।

   Related Posts