ସଂକଟରେ କୌଳିକ ବୃତ୍ତି, ଶବ୍ଦ ପ୍ରଦୂଷଣ ଅଭିଯୋଗ ଯୋଗୁଁ କଂସାଶାଳ ଆଗରେ ଅଙ୍କୁଶ

Published By : Prameya-News7 Bureau | July 07, 2019 IST

ବ୍ରହ୍ମପୁର ୭|୭:  ପେଟ ପାଇଁ କୌଳିକ ବୃତ୍ତିକୁ ଆପଣେଇଥିବା କିଛି ପରିବାର ଏବେ ସମସ୍ୟାରେ । ଶବ୍ଦ ପ୍ରଦୂଷଣ ନେଇ ପାଖ ପଡୋଶୀଙ୍କ ଅଭିଯୋଗ ଯୋଗୁଁ, କଂସାଶାଳ ଆଗରେ ଅଙ୍କୁଶ । ଗୋଟିଏ ପଟେ ଜୀବନ ଜୀବିକା ଅନ୍ୟପଟେ ପ୍ରଦୂଷଣର ଡର । କୌଳିକ ବୃତ୍ତିକୁ ବଞ୍ଚାଇବା ଲାଗି ଜିଲ୍ଲା ପ୍ରଶାସନ ନିକଟରେ ଫେରାଦ ହୋଇଛନ୍ତି ବ୍ରହ୍ମପୁର କଂସାରୀ ସମାଜ ।

{"id":131331}

ସିଲକ୍ ସିଟି ବ୍ରହ୍ମପୁରରେ ସଂକଟରେ କଂସାରୀ, ସଂକଟରେ ସେମାନଙ୍କ କୌଳିକ ବୃତ୍ତି । ପାଟ ବସ୍ତ୍ର ଭଳି କଂସା ବାସନ ପାଇଁ ବି ବ୍ରହ୍ମପୁର ସହରର ରହିଛି ପ୍ରସିଦ୍ଧି । ପୁରୁଣା ବ୍ରହ୍ମପୁର ଅଞ୍ଚଳରେ ବାସ କରନ୍ତି ଶତାଧିକ କଂସାରୀ ପରିବାର  ।  ୫୦ ବର୍ଷରୁ  ଅଧିକ ସମୟ ହେବ ସେମାନେ ସେମାନଙ୍କ କୌଳିକ ବୃତ୍ତି ଭିତ୍ତିରେ କଂସା, ପିତ୍ତଳର ବିଭିନ୍ନ ପାତ୍ର ଏମାନେ ପ୍ରସ୍ତୁତି କରିଥାନ୍ତି।

{"id":131329}

କଂସା ଶାଳର ନିଆଁ  ଓ ହାତୁଡି ପିଟାର ଠକ୍ ଠକ୍ ଶବ୍ଦ ଏକ ସାଧାରଣ କଥା । କିନ୍ତୁ  ଏବେ ସେଥିରେ ପଡିଛି ପରିବେଶ ପ୍ରଦୂଷଣର ଛାଇ । ସାହି, ବସ୍ତିର ଅନ୍ୟ ଲୋକେ କଂସା ଶାଳର ଶବ୍ଦ ଓ ଧୂଆଁକୁ ବିରୋଧ କରୁଛନ୍ତି । ଏପଟେ କଂସାରୀଙ୍କ ଅଭିଯୋଗ କଂସାଶାଳ ବନ୍ଦ ହେଲେ, ସେମାନଙ୍କ ଜୀବିକା ବିପନ୍ନ ହେବ । ସେମାନେ ଚଳିବେ କେମିତି ? ଏନେଇ ସେମାନେ ଜିଲ୍ଲା ପ୍ରଶାସନ ନିକଟରେ ଗୁହାରୀ ମଧ୍ୟ କରିଛନ୍ତି।

{"id":131328}

ବ୍ରହ୍ମପୁରରେ କଂସାରୀ ସମାଜ ଦ୍ବାରା ପ୍ରସ୍ତୁତ କଂସା ପିତ୍ତଳ ସାମଗ୍ରୀ ଜିଲ୍ଲାର ବିଭିନ୍ନ ସ୍ଥାନକୁ ରତ୍ପାନୀ ହୋଇଥାଏ। ଏଥିରୁ ଭଲ ଦୁଇ ପଇସା ରୋଜଗାର କରି ଘର ଚଳାଇଥାନ୍ତି କଂସାରୀ ପରିବାର ।  ତେବେ କଂସା ଶାଳ ବନ୍ଦ ନେଇ ଆଶଙ୍କିତ କଂସାରୀଙ୍କ ସମାସ୍ୟାର ସମାଧାନ କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି ବ୍ରହ୍ମପୁର ଉପଜିଲ୍ଲାପାଳ ଦିଗନ୍ତ ରାଉତ ରାୟ। ଉଭୟ ପକ୍ଷଙ୍କ ସହ ବୈଠକ କରି ସମାସ୍ୟାର ସମାଧାନ କରିବାକୁ ସେ ପ୍ରତିଶ୍ରୁତି ଦେଇଛନ୍ତି।

{"id":131332}

ଗୋଟିଏ ପଟେ ଜୀବନ ଜୀବିକା ଅନ୍ୟପଟେ ଶବ୍ଦ ପ୍ରଦୂଷଣ। ଏଭଳି ପରିସ୍ଥିତିରେ  କଂସାରୀଙ୍କ ସ୍ବାର୍ଥ ରକ୍ଷା ଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ କି ପ୍ରକାର ପଦକ୍ଷେପ ଗ୍ରହଣ କରୁଛନ୍ତି ତାହାକୁ ଅପେକ୍ଷା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.