ବଦଳିଲା ଫେସବୁକର ନାଁ, 'ମେଟା'କୁ ନେଇ ଟ୍ୱିଟରରେ ନେଟିଜେନ୍ସଙ୍କ ମଜାଳିଆ ରିଆକ୍ସନ

Published By : Prameya-News7 Bureau | October 29, 2021 IST

ନୂଆଦିଲ୍ଲୀ ୨୯/୧୦:  ବଦଳିଛି ଫେସବୁକର ନାଁ । ନୂଆ ନାଁ ହୋଇଛି ମେଟା । ଏବେ ବିଶ୍ୱର ସବୁଠାରୁ ଲୋକପ୍ରିୟ ସୋସିଆଲ ନେଟଓ୍ୱର୍କ କମ୍ପାନୀ ମେଟା ନାଁରେ ପରିଚିତ ହେବ ।

ଏହି ସୋସିଆଲ ମିଡିଆ ପ୍ଲାଟଫର୍ମ ମେଟାଭର୍ସ କରିବା ପାଇଁ ଫୋକସ କରୁଛି । ଯାହା ମୂଳତଃ ଏକ ଅନଲାଇନ ଦୁନିଆ, ଯେଉଁଥିରେ ୟୁଜର ଭର୍ଚ୍ୟୁଆଲ ପରିବେଶରେ ଭିନ୍ନ ଭିନ୍ନ ଟୁଲ୍ସର ବ୍ୟବହାର କରିପାରିବେ । ଏହାକୁ ପୂରଣ କରିବା ପାଇଁ କମ୍ପାନୀ ଭର୍ଚ୍ୟୁଆଲ ରିଅଲିଟି ଓ ଆଙ୍ଗମେଟେଡ୍ ରିୟଲିଟିରେ ନିବେଶ କରିଛି । ଫେସବୁକର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ବା ସିଇଓ ମାର୍କ ଜୁକରବର୍ଗ ଘୋଷଣା କରିଥିଲେ ଯେ, ଫେସବୁର କେବଳ ଏକ ସୋସିଆଲ ମିଡିଆ କମ୍ପାନୀରୁ ଆଗକୁ ବଢି ମେଟାଭର୍ସ କମ୍ପାନୀ ହେବ । ତେବେ କମ୍ପାନୀର ନାଁ ପରିବର୍ତ୍ତନକୁ ନେଟିଜେନ୍ସ ମଜାକ ଉଡାଇଛନ୍ତି । ଆଉ କେହିକେହି ଟ୍ରୋଲ ମଧ୍ୟ କରିଛନ୍ତି ।

wp:html /wp:html

ଜଣେ ୟୁଜର ଲେଖିଛନ୍ତି ଯେ, ଫେସବୁକର ନାଁ ବଦଳିଛି । କିନ୍ତୁ ସବୁ ସମସ୍ୟା ସେହିପରି ରହିଛି । ସମସ୍ୟା କିନ୍ତୁ ସୁଧୁରିନାହିଁ । ଆଉ ଜଣେ କମ୍ପାନୀକୁ ସୁଧାରିବା ପାଇଁ କଣ ନାଁ ହିଁ ବଦଳାଇବା ଦରକାର ବୋଲି ଲେକିଛନ୍ତି ।

wp:html /wp:html

ଏପରି ଅନେକ ଟ୍ୱିଟର ୟୁଜର ମିମ୍‌ସ ସେୟାର କରିଛନ୍ତି ।

wp:html /wp:html wp:html /wp:html wp:html /wp:html wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.