ରାଜ୍ୟରେ ବଢ଼ୁଛି ତାତି : ତାପମାତ୍ରା ଆହୁରି ୧-୨ ଡିଗ୍ରୀ ବଢିବ, ବିଭିନ୍ନ ସ୍ଥାନରେ ଘଡ଼ଘଡି ସହ ବର୍ଷା ସମ୍ଭାବନା

Published By : Prameya-News7 Bureau | April 15, 2020 IST

ଭୁବନେଶ୍ୱର ୧୫।୦୪: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଉପକୂଳ ଓଡ଼ିଶାରେ ତାପମାତ୍ରା ୧ ରୁ ୨ ଡିଗ୍ରୀ ଅଧିକ ରହିଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି । ଯେଉଁ ଜିଲ୍ଲା ଗୁଡ଼ିକରେ ବର୍ଷା ହେବାର ସମ୍ଭାବନା ରହିଛି ସେଗୁଡ଼ିକ ହେଲା କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ନୂଆପଡ଼ା, କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା, ଗଜପତି, ଗଞ୍ଜାମ, ସୁନ୍ଦରଗଡ଼, ଦେଓଗଡ଼, କେନ୍ଦୁଝର ।

ଗତ ୨୪ ଘଣ୍ଟା ଭିତରେ ବଲାଙ୍ଗିର ଓ କଲାହାଣ୍ଡିରେ ଗୋଟିଏ ଦୁଇଟି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇଛି । ଗତ ୨୪ ଘଣ୍ଟାରେ ବଲାଙ୍ଗୀରରେ ସର୍ବାଧିକ ୪୧.୫ ଡିଗ୍ରୀ  ତାପମାତ୍ରା ରେକର୍ଡ କରାଯାଇଛି । ଭୁବନେଶ୍ବରର ତାପମାତ୍ରା ୪୧.୨ ଡିଗ୍ରୀ ରେକର୍ଡ କରାଯାଇଛି । ୭ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି ।  ଭୁବନେଶ୍ବର, ଅନୁଗୁଳ, ସୋନପୁର , ତାଳଚେର, ବଲାଙ୍ଗିର, ଟିଟିଲାଗଡ଼ ଓ ମାଲକାନଗିରିରେ ୪୦ ଡିଗ୍ରୀ ଉପରେ ତାମପାତ୍ରା ରେକର୍ଡ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.