Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁଣ୍ଡଳିରୁ ଭାସି ଯାଇଛି ହାତୀ, ଠାବ ହୋଇପାରିନି ଅବସ୍ଥିତି
  • ||
  • ଅରିନ୍ଦମ ଦାସଙ୍କୁ ଶ୍ରଦ୍ଧାଞ୍ଜଳି, ଗୁରୁତରଙ୍କ ଆସୁ ଆରୋଗ୍ୟ କାମନା କରି ଭଦ୍ରକ ଜିଲ୍ଲା ସାମ୍ବାଦିକଙ୍କ କ୍ୟାଣ୍ଡେଲ ଶୋଭାଯାତ୍ରା
  • ||
  • ଉଦଳା : ନିଜେ ବିଷ ପିଇ ଦୁଇ ଶିଶୁ କନ୍ୟାଙ୍କୁ ପିଆଇଦେଲା, ଚିକିତ୍ସାଧିନ ଅବସ୍ଥାରେ ଚାଲିଗଲା ମା’ର ଜୀବନ
  • ||
  • କଟକ : ମୁଣ୍ଡଳୀରେ ବୋଟ୍ ଦୁର୍ଘଟଣାରେ ସମ୍ବାଦଦାତା ଅରିନ୍ଦମ୍ ଦାସଙ୍କ ଅକାଳ ବିୟୋଗ, ଗଜ ଉଦ୍ଧାର ଖବର ଆଣିବାକୁ ଓଡ୍ରାଫ୍ ଟିମ୍ ସହ ଯାଇଥିଲେ
  • ||
  • କଟକ : ମୁଣ୍ଡଳୀ ବ୍ୟାରେଜରେ ଫସିଥିବା ହାତୀକୁ ଉଦ୍ଧାର ବେଳେ ଓଲଟିଲା ଓଡ୍ରାଫ୍ ବୋଟ୍
  • ||
  • ଭୁବନେଶ୍ବର କୋର୍ଟ ପରିସର ୩ଦିନ ସିଲ୍, ଜୁଡିସିଆଲ୍ କର୍ମଚାରୀ ଓ ଆଇନଜୀବୀ କରୋନା ପଜିଟିଭ୍ ପରେ ପଦକ୍ଷେପ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୩୯ କୋଭିଡ୍ ପଜିଟିଭ୍
  • ||
  • ବିଜେପି ନେତା ଫଡନାଭୀସଙ୍କ ଶରଣରେ କଂଗ୍ରେସ ନେତା, କହିଲେ- ‘ଆମ ପ୍ରାର୍ଥୀଙ୍କୁ ଜିତିବାରେ ସାହାଯ୍ୟ କର’
  • ||
  • ଉପରମୁଣ୍ଡରେ ବର୍ଷା, ବଢୁଛି ହୀରାକୁଦର ଜଳସ୍ତର
  • ||

ଭାଙ୍ଗିଲା ୨୧ ବର୍ଷର ସଂପର୍କ, ବାର୍ସିଲୋନା କ୍ଲବରୁ ଅଲଗା ହେଲେ ମହାନ ଫୁଟବଲର୍‌ ଲିଓନେଲ୍‌ ମେସି

6/08/2021 at 5:43 AM

ନୂଆଦିଲ୍ଲୀ ୦୬।୦୮:  ତୁଟିଲା ମହାନ ଫୁଟବଲର ଲିଓନେଲ ମେସି ଓ ବାର୍ସିଲୋନାର ସଂପର୍କ । ୨୧ ଧରି ଚାଲିଥିବା ସଂପର୍କରେ ପୂର୍ଣ୍ଣଚ୍ଛେଦ ପଡିଛି । ସୋସିଆଲ୍‌ ମିଡିଆରେ ବାର୍ସିଲୋନା  କ୍ଲବ ପକ୍ଷରୁ ଏହି ସୂଚନା ପ୍ରକାଶ କରାଯାଇଛି । ମେସି ଏବେ ସଂପୂର୍ଣ୍ଣ ଭାବେ ମୁକ୍ତ, ସେ ଯେକୌଣସି କ୍ଲବ ପକ୍ଷରୁ ଖେଳିପାରିବେ ବୋଲି ବାର୍ସିଲୋନା ପକ୍ଷରୁ କୁହାଯାଇଛି ।

ଖବର ଅନୁଯାୟୀ, ୧୬ ବର୍ଷ ବୟସରୁ ମେସି ବାର୍ସିଲୋନା ଫୁଟବଲ କ୍ଲବ ସହିତ ଜଡିତ ରହିଥିଲେ । ଏବେ ବାର୍ସିଲୋନା ସହିତ ତାଙ୍କ ଅନୁବନ୍ଧନ ୩୦ ଜୁନ୍‌ରେ ଶେଷ ହୋଇଯାଇଛି । ଏହାପରେ ସେ ଅନ୍ୟ କୌଣସି କ୍ଲବ ପକ୍ଷରୁ ଖେଳିପାରିବେ । ବିଗତ କିଛି ଦିନ ହେଲା ବାର୍ସିଲୋନା କ୍ଲବ ଓ ମେସିଙ୍କ ମଧ୍ୟରେ ଆର୍ଥିକ ସ୍ଥିତି ନେଇ କଥାବାର୍ତ୍ତା ଜାରି ରହିଥିଲା ବୋଲି ଚର୍ଚ୍ଚା ହେଉଥିଲା । କିନ୍ତୁ ଏବେ ସମସ୍ତ ଚର୍ଚ୍ଚାରେ ବ୍ରେକ୍‌ ଲାଗିଛି । ଭାଙ୍ଗିଛି ବାର୍ସିଲୋନା ଓ ମେସିଙ୍କ ସଂପର୍କ ।

କ୍ଲବ ପକ୍ଷରୁ ଜାରି କରାଯାଇଥିବା ବୟାନ ଅନୁଯାୟୀ, ଦୁଇ ପକ୍ଷଙ୍କ ବହୁ ଚେଷ୍ଟା ପରେ ବି କୌଣସି ଉନ୍ନତି ହୋଇନଥିଲା । ଉଭୟ ପକ୍ଷଙ୍କ ସହମତିରେ ଦୀର୍ଘ ବର୍ଷ ଧରି ଚାଲୁ ରହିଥିବା ସଂପର୍କର ଅନ୍ତ ଘଟିଛି । ଆର୍ଥିକ ସ୍ଥିତି ଲାଗି ଏହି ଡିଲ୍‌କୁ ୨ ପକ୍ଷ ଆଗକୁ ବଢାଇପାରିନାହାନ୍ତି । ତେଣୁ ବାଧ୍ୟ ହୋଇ ଏହିଠାରେ ସଂପର୍କକୁ ଶେଷ କରିବାକୁ ପଡିଛି । ଏବେ ମେସି କୌଣସି ବି କ୍ଲବରେ ଯୋଗ ଦେଇପାରିବେ । ୨୧ ବର୍ଷ ଧରି ଫୁଟବଲ ଖେଳରେ ବାର୍ସିଲୋନା ସହିତ ମେସି ଯୋଗଦାନକୁ କ୍ଲବ ଧନ୍ୟବାଦ ଜଣାଇଛି । ଏହାସହିତ ତାଙ୍କର ଉଜ୍ଜଳ ଭବିଷ୍ୟତ କାମନା ମଧ୍ୟ କରିଛି ।

ସେପଟେ ସେନ୍‌ ଫୁଟବଲ ଲିଗ୍‌ର ଅଧ୍ୟକ୍ଷ କହିଛନ୍ତି ଯେ, ବାର୍ସିଲୋନା ଫୁଟବଲ କ୍ଲବ ଏବେ ଆର୍ଥିକ ବୋଝରେ ବୁଡିରହିଛି । ପ୍ରାୟ ୧.୧୮ ବିଲିୟନ୍‌ ଡଲାରର ଆର୍ଥିକ ବୋଝ କ୍ଲବ ଉପରେ ରହିଛି । ଭାରତୀୟ ମୁଦ୍ରା ମୁକାବିକ ପ୍ରାୟ ୮ ହଜାର କୋଟିରୁ ଅଧିକ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି ।  

   Related Posts