Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

ମେସି-ତେନ୍ଦୁଲକର ଓ ୨୮ ବର୍ଷର ଅପେକ୍ଷା, ଜାଣନ୍ତୁ ଜର୍ସି ନମ୍ବର ୧୦ର ଏହି ଦୁଇ ଖେଳାଳିଙ୍କ ସମାନ କାହାଣୀ

11/07/2021 at 6:06 PM

ନୂଆଦିଲ୍ଲୀ ୧୧।୦୭: ଦୀର୍ଘ ୨୮ ବର୍ଷ ଅପେକ୍ଷାରେ ପଡିଲା ପୂର୍ଣ୍ଣଛେଦ ଆଉ କୋପା ଆମେରିକା ଚାମ୍ପିଅନ ହେଲା ଆର୍ଜେଣ୍ଟିନା। ଏଥିସହ ତାରକା ଫୁଟବଲ୍ ଖେଳାଳି ଲିଓନେଲ୍ ମେସି ଆର୍ଜେଣ୍ଟିନା ପାଇଁ ଜିତିଲେ ପ୍ରଥମ ଅନ୍ତର୍ଜାତୀୟ ଟାଇଟଲ୍। ଏହି ବିଜୟ ପରେ ଭାରତୀୟ ପ୍ରଶଂସକଙ୍କୁ ସଚିନ ତେନ୍ଦୁଲକର ଏବଂ ମହେନ୍ଦ୍ର ସିଂହ ଧୋନୀଙ୍କ କଥା ମନେ ପଡିଛି। ଆର୍ଜେଣ୍ଟିନା ଚାମ୍ପିଅନ ହେବା ପରେ ପ୍ରଶଂସକଙ୍କ ସ୍ମୁତି ପୁଣି ଥରେ ତାଜା  ହୋଇ ଉଠିଛି। ଏମଏସ ଧୋନୀଙ୍କ ନେତୃତ୍ଵରେ ଭାରତ ୨୦୧୧ରେ ୨୮ ବର୍ଷର ଅପେକ୍ଷାକୁ ଅନ୍ତ ଘଟାଇ ଦିନିକିଆ ବିଶ୍ଵ କପ୍ ଜିତିଥିଲା।

ଭାରତ ଏହା ପୂର୍ବରୁ ୧୯୮୩ରେ କପିଲ ଦେବଙ୍କ ନେତୃତ୍ଵରେ ପ୍ରଥମ ଥର ବିଶ୍ଵ କପ୍ ଜିତିଥିଲା। ଆର୍ଜେଣ୍ଟିନା ଶେଷ ଥର ଅନ୍ତର୍ଜାତୀୟ ଟାଇଟଲ୍ ୧୯୯୩ରେ ଜିତିଥିଲା ଏବଂ ତାହା ଥିଲା କୋପା ଆମେରିକା। ୨୦୧୧ ଦିନିକିଆ ବିଶ୍ଵ କପ୍‌ ମହାନ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ଶେଷ ବିଶ୍ଵ କପ୍ ଥିଲା। ଏହା ମଧ୍ୟ କୁହାଯାଉଛି ଯେ, ୩୪ ବର୍ଷୀୟ ମେସିଙ୍କ ବୋଧହୁଏ ଏହା ଶେଷ କୋପା ଆମେରିକା ଟୁର୍ଣ୍ଣାମେଣ୍ଟ। ଦୀର୍ଘ ୨୮ ବର୍ଷ ଅପେକ୍ଷାର ପରିସମାପ୍ତି ଘଟାଇ ମେସି ଆର୍ଜେଣ୍ଟିନାକୁ କୋପା ଆମେରିକାରେ ଚାମ୍ପିଅନ କରାଇଛନ୍ତି।

ପ୍ରଶଂସକଙ୍କୁ ମେସି ଓ ସଚିନ ତେନ୍ଦୁଲକରଙ୍କ ମଧ୍ୟରେ ସମାନତା ନଜର ଆସିଛି। ଉଭୟ ଖେଳାଳିଙ୍କ ଜର୍ସି ନମ୍ବର ହେଉଛି ୧୦। ଏହା ପ୍ରଶଂସକଙ୍କ ସବୁଠୁ ମନ ପସନ୍ଦର ଜର୍ସି ନମ୍ବର। ମେସିଙ୍କୁ ପ୍ରଥମ ଅନ୍ତରାଷ୍ଟ୍ରୀୟ ଟୁର୍ଣ୍ଣାମେଣ୍ଟ ଜିତାଇବାରେ ୧୬ ବର୍ଷ ଲାଗିଗଲା। ଅନ୍ୟପଟେ ସଚିନ ତେନ୍ଦୁଲକରଙ୍କୁ ପ୍ରଥମ ବିଶ୍ଵ କପ୍ ଜିତିବାରେ ୨୩ ବର୍ଷ ସମୟ ଲାଗିଗଲା।

ଆର୍ଜେଣ୍ଟିନା ଟାଇଟଲ୍‌ ମୁକାବିଲାରେ ବ୍ରାଜିଲକୁ ୧-୦ରେ ପରାସ୍ତ କରିଛି। ଫାଇନାଲ୍‌ରେ ଏକ ମାତ୍ର ଗୋଲ୍ ଏଞ୍ଜେଲ ଡି ମାରିଆ ଦେଇଥିଲେ, ଯାହା ମେସିଙ୍କ ସ୍ଵପ୍ନକୁ ସାକାର କରିଥିଲା। ମେସି ଟୁର୍ଣ୍ଣାମେଣ୍ଟରେ ୪ ଗୋଲ୍ ଦେବା ସହ ଦଳର ଖେଳାଳିଙ୍କୁ ୫ ଗୋଲ୍‌ ଦେବାରେ ସାହାଯ୍ୟ କରିଥିଲେ। ମେସିଙ୍କ ଅଧିନାୟକତ୍ଵରେ ଆର୍ଜେଣ୍ଟିନା କ୍ରମାଗତ ତିନି ଫାଇନାଲ୍ ୨୦୧୪ ଫିଫା ବିଶ୍ଵ କପ୍, ୨୦୧୫ ଓ ୨୦୧୬ କୋପା ଆମେରିକାରେ ପରାଜୟ ସାମ୍ନା କରିବାକୁ ପଡିଥିଲା। ଏଥିରେ ନିରାଶ ହୋଇ ମେସି ୨୦୧୬ରେ ଫୁଟବଲ୍‌ରୁ ଅବସର ନେଇ ଯାଇଥିଲେ। ହେଲେ ରାଷ୍ଟ୍ରପତିଙ୍କ ଅନୁରୋଧକ୍ରମେ ପୁଣି ଥରେ ପଡିଆକୁ ଫେରିଥିଲେ। ଏବେ ଆର୍ଜେଣ୍ଟିନାକୁ ୨୮ ବର୍ଷର ଅପେକ୍ଷା  ପରେ ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟରେ ଚାମ୍ପିଅନ କରାଇଛନ୍ତି। 

   Related Posts