ଶୀଘ୍ର ଆସୁଛି ହ୍ୱାଟ୍ସଆପର ନୂଆ ଫିଚର : ଚାଟ ବକ୍ସରୁ ଅଟୋମେଟିକ୍ ଡିଲିଟ୍ ହୋଇଯିବ ୭ ଦିନ ପୁରୁଣା ମେସେଜ

Published By : Prameya-News7 Bureau | August 07, 2020 IST

ନୂଆଦିଲ୍ଲୀ ୦୭/୦୮ : ଦୁନିଆରା ସବୁଠାରୁ ଲୋକପ୍ରିୟ ଇନ୍ସଟେଣ୍ଟ ମେସେଜିଂ ଆପ୍ ହ୍ୱାଟ୍ସଆପ ୟୁଜର୍ସଙ୍କ ପାଇଁ ନୂଆ ଫିଚର ଆଣିଛି | ଖୁବ ଶୀଘ୍ର ଏହି ଫିଚରକୁ ରୋଲଆଉଟ କରାଯାଇପାରେ | ଏହି ଫିଚରକୁ ନେଇ ବହୁ ଆଗରୁ ଚର୍ଚ୍ଚା ହେଉଥିଲା | ଏକ ରିପୋର୍ଟ ଅନୁଯାୟୀ, Dissapearing ଫିଚର ସହିତ କମ୍ପାନୀ ଆଡ଼ଭାନ୍ସ ସର୍ଚ୍ଚ ଓ ମୋଡ଼ ଆସିପାରେ |

ହ୍ୱାଟ୍ସଆପରା ନୂଆ ଫିଚର ଉପରେ ନଜର ରଖୁଥିବା WABetaInfo ନିଜର ଏକ ରିପୋର୍ଟରେ ଖୁଲାସା କରିଛନ୍ତି ଯେ, ହ୍ୱାଟ୍ସଆପ ନିଜର ବିଟା ଭର୍ସନ 2.20.197.10 ଯୁଏଆଇରେ ଅନେକ ପରିବର୍ତ୍ତନ କରିଛି | ନୂଆ ଫିଚର ସହିତ ଏହାକୁ ରୋଲଆଉଟ କରାଯିବ | ରିପୋର୍ଟରେ କୁହାଯାଇଛି ଯେ Dissapearing ମେସେଜ ଫିଚର କିମ୍ବା ଏକ୍ସପାଇରିଙ୍ଗ ମେସେଜ ଫିଚର କିଭଳି ଦେଖାଯିବ ଏବଂ କିଭଳି ବ୍ୟବହାର କରାଯିବ | ଏହି ଫିଚର ଶୀଘ୍ର ରୋଲଆଉଟ କରାଯାଇପାରେ |

ରିପୋର୍ଟ ଅନୁସାରେ Dissapearing ମେସେଜକୁ ୟୁଜର୍ସ ଚାଟରେ ଅନ କିମ୍ବା ଅଫ କରିପାରିବେ | କିନ୍ତୁ ଗ୍ରୁପରେ ଏହା ହୋଇପାରିବନାହିଁ | ଗ୍ରୁପରେ କେବଳ ଗ୍ରୁପ ଆଡମିନ ହିଁ କରିପାରିବେ | ଏହି ଫିଚର ଏନାବଲ କରିବା କ୍ଷଣି ଆପଣଙ୍କ ଚାଟ ବକ୍ସରୁ ୭ ଦିନ ପୁରୁଣା ମେସେଜ ମନକୁ ଡିଲିଟ ହୋଇଯିବ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.