ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ବୋମା ଲଗାଇ ଉଡାଇଦେବାକୁ ଧମକ : ସୁରକ୍ଷା ବ୍ୟବସ୍ଥା କଡାକଡି

Published By : Prameya-News7 Bureau | June 12, 2020 IST

ଲଖନଉ ୧୨/୦୬ : ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ବୋମା ଲଗାଇ ଉଡାଇଦେବାକୁ ଏକ ଧମକପୂର୍ଣ ମେସେଜ ଉତ୍ତର ପ୍ରଦେଶ ପୋଲିସର ଜରୁରୀକାଳୀନ ସେବାର ହ୍ୱାଟ୍ସ ଆପ ନମ୍ବରକୁ ଆସିଥିଲା ଏହି ମେସେଜ ଆସିବା ପରେ ହଇଚଇ ସୃଷ୍ଟି ହୋଇଥିଲା | ମୁଖ୍ୟମନ୍ତ୍ରୀଙ୍କ ଆବାସ ସହ ଉତ୍ତର ପ୍ରଦେଶର ୫୦ ଭିନ୍ନ ଭିନ୍ନ ଅଞ୍ଚଳରେ ବୋମା ବିସ୍ଫୋରଣ କରିବାକୁ ଧମକ ଆସିଛି | ଏଥିରେ ଉତ୍ତର ପ୍ରଦେଶର ଜରୁରୀକାଳୀନ ସେବାର ୧୧୨ ବିଲଡିଂ ମଧ୍ୟ ରହିଛି | ମେସେଜ ପାଇବା ପରେ ପୋଲିସ ପ୍ରଶାସନ ହାଇ ଆଲର୍ଟରେ ରହିଛନ୍ତି ଏବଂ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି | 

{"id":285195,"sizeSlug":"large"}

ମେସେଜରେ ଲେଖା ହୋଇଛି ଯେ, ସରକାର ଦେଖୁଥିବେ ଉତ୍ତର ପ୍ରଦେଶରେ ବୋମା ବିସ୍ଫୋରଣ କରାଯିବ | ମେସେଜ ପାଇବା ପରେ ମୁଖ୍ୟମନ୍ତ୍ରୀଙ୍କ ଆବାସରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି | ଆବାସ ନିକଟସ୍ଥ ଭିଆଇପି ଅଞ୍ଚଳରେ ଘନ ଘନ ଚେକିଂ ଆରମ୍ଭ ହୋଇଯାଇଛି | ଏହାସହ ଯାଞ୍ଚ ପାଇଁ ଡଗ ସ୍କ୍ୱାର୍ଡକୁ ମଧ୍ୟରେ କାମରେ ଲଗାଯାଇଛି |

{"id":285197,"sizeSlug":"large"}

ସୂଚନାଯୋଗ୍ୟ ଯେ, ଏହା ପୂର୍ବରୁ ମଧ୍ୟ ଯୋଗୀ ଆଦିତ୍ୟନାଥଙ୍କୁ ଜୀବନରେ ମାରିଦେବାକୁ ଧମକ ମିଳିଥିଲା | ଏହି ଅଭିଯୋଗରେ ଉତ୍ତର ପ୍ରଦେଶ ପୋଲିସ ଜଣେ ଅଭିଯୁକ୍ତକୁ ନାସିକରୁ ଗିରଫ କରିଥିଲା | ଅଭିଯୁକ୍ତର ନାଁ ଫୈଜଲ ଏବଂ ମହାରାଷ୍ଟ୍ର ଏଟିଏସ ଓ ୟୁପି ଏସଟିଏଫ ସଂଯୁକ୍ତ ଅଭିଯାନ ଦ୍ୱାରା ଫୈଜଲକୁ ଗିରଫ କରିଥିଲା | ତେବେ ଆଉ ଜଣେ  କାମରାନ ଅମିନ ନାମକ ଅଭିଯୁକ୍ତ ଯିଏ ପୂର୍ବରୁ ୟୁପି ପୋଲିସ କବ୍ଜାରେ ଅଛି, ତାକୁ ନ ଛାଡିଲେ ପରିଣାମ ଗମ୍ଭୀର ହେବ ବୋଲି ଧମକ ଦେଇଥିଲା |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.