କରୋନାକୁ ନେଇ ସଚେତନ କରୁଛନ୍ତି କୁନି ଯୋଦ୍ଧା, କଅଁଳ ସ୍ୱରରେ ଦେଉଛନ୍ତି ପରାମର୍ଶ, ଦେଖନ୍ତୁ ଭିଡିଓ

Published By : Prameya-News7 Bureau | April 14, 2020 IST

ଭୁବନେଶ୍ୱର, ୧୪|୦୪:  କରୋନା ଭାଇରସ ସାରା ବିଶ୍ୱକୁ କବଳିତ କରିଛି । ୨୦୦ରୁ ଅଧିକ ଦେଶରେ ଏହା କାୟା ବିସ୍ତାର କରିଛି । ଏହି ମହମାରୀ ୧ ଲକ୍ଷ ୨୦ ହଜାରରୁ ଅଧିକ ଜୀବନ ନେଇଥିବା ବେଳେ ୧୯ ଲକ୍ଷ ଲୋକ ସଂକ୍ରମିତ ହୋଇଛନ୍ତି । ଏହି ଭାଇରସକ କୌଣସି ଭାକସିନ୍ କିମ୍ବା ଔଷଧ ନଥିବାରୁ ମୃତ୍ୟୁସଂଖ୍ୟାରେ ରୋକ୍ ଲାଗୁ ନାହିଁ । କେବଳ ସାମାଜିକ ଦୂରତା ହିଁ ଏହାର ସଂକ୍ରମଣକୁ ରୋକିପାରିବ ।

wp:core-embed/youtube {"url":"https://youtu.be/sROvIZX8vYk","type":"video","providerNameSlug":"youtube","className":"wp-embed-aspect-4-3 wp-has-aspect-ratio"}
https://youtu.be/sROvIZX8vYk
/wp:core-embed/youtube

ଏହି ଭାଇରସର ମୁକାବିଲା ପାଇଁ ଅନେକ ସେଲିବ୍ରିଟୀ, ରାଜନେତା ଦେଶବାସୀଙ୍କୁ ସଚେତନ କରୁଛନ୍ତି । କଣ କରିବା ଉଚିତ କଣ ଅନୁଚିତ ସେମାନେ ପରାମର୍ଶ ଦେଉଛନ୍ତି । ତେବେ କିଛି ଶିଶୁ ମଧ୍ୟ ଜନତାଙ୍କୁ ସଚେତନ କରୁଛନ୍ତି । ଏହି କୁନି ଯୋଦ୍ଧାମାନେ ଭଲରେ ହାତ ଧୋଇବା, ବାହରକୁ ଗଲେ ମାସ୍କ ପିନ୍ଧିବା, ଲକଡାଉନକୁ ପାଳନ କରିବା ଆଦି ପରାମର୍ଶ ଦେଉଛନ୍ତି । କୁନି କୁନି ପିଲାଙ୍କ ଏହି ବାର୍ତ୍ତା ସମସ୍ତଙ୍କ ମନକୁ ପାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.