ଆଜି ହେଉଛି ମହାବିଷୁବ ସଂକ୍ରାନ୍ତି : ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରିବାବେଳେ ଜପ କରନ୍ତୁ ଏହି ମନ୍ତ୍ର, ପୂର୍ଣ୍ଣ ହେବ ସମସ୍ତ ମନୋସ୍କାମନା
13/04/2020 at 10:54 AM

ସୋମବାର ଅପ୍ରେଲ୍ ୧୩ତାରିଖ ଅର୍ଥାତ୍ ଆଜି ରାତି ପାଖାପାଖି ୧୦ଟାବେଳେ ସୂର୍ଯ୍ୟ ମୀନ ରାଶିରୁ ବାହାରି ମେଷ ରାଶିରେ ପ୍ରବେଶ କରିବେ। ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନକୁ ସଂକ୍ରାନ୍ତି କୁହାଯାଏ। ଅପ୍ରେଲ୍ ୧୩ତାରିଖରେ ମେଷ ସଂକ୍ରାନ୍ତିରେ ସୂର୍ଯ୍ୟ ପୂଜା ସହ ଦାନ-ପୁଣ୍ୟ କରିବାର ମଧ୍ୟ ପରମ୍ପରା ରହିଛି। ଏହି ଅବସରରେ ପୂଜା-ପାଠ କରିବା ଉଚିତ୍। ସୋମବାର ସ୍ନାନ ପରେ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରନ୍ତୁ। ଏଥିପାଇଁ ତମ୍ବା ଲୋଟାରେ ଜଳ ଭର୍ତ୍ତି କରନ୍ତୁ। ଜଳରେ ଚାଉଳ,ନାଲି ଫୁଲ ଦେଇ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଚଢ଼ାନ୍ତୁ। ଜଳ ଚଢ଼ାଇବା ପରେ ସୂର୍ଯ୍ୟ ମନ୍ତ୍ର ସ୍ତୁତିର ପାଠ କରନ୍ତୁ। ଏହି ପାଠ ସହ ଶକ୍ତି,ବୁଦ୍ଧି,ସ୍ବାସ୍ଥ୍ୟ ଏବଂ ସମ୍ମାନ କାମନା କରନ୍ତୁ।
ସୂର୍ଯ୍ୟ ମନ୍ତ୍ର ସ୍ତୁତି :
ନମାମି ଦେବଦେବଶଂ ଭୂତଭାବନମବ୍ୟୟମ୍। ଦିବାକରଂ ରବିଂ ଭାନୁଂ ମାର୍ତ୍ତଣ୍ଡ ଭାସ୍କରଂ ଭଗମ୍।।
ଇନ୍ଦ୍ରଂ ବିଷ୍ଣୁଂ ହରିଂ ହଂସମର୍କ ଲୋକଗୁରୁଂ ବିଭୁମ୍। ତ୍ରିନେତ୍ରଂ ତ୍ର୍ୟକ୍ଷରଂ ତ୍ରୟଙ୍ଗଂ ତ୍ରିମୂର୍ତ୍ତି ତ୍ରିଗତିଂ ଶୁଭମ୍।।
ଏହି ପ୍ରକାର ସୂର୍ଯ୍ୟଙ୍କ ଆରାଧନା ପରେ ଧୂପ,ଦୀପରେ ସୂର୍ଯ୍ୟ ଦେବତାଙ୍କୁ ପୂଜା କରନ୍ତୁ। ଆପଣ ଚାହିଁଲେ ଓଁ ସୂର୍ଯ୍ୟାୟ ନମଃ ମନ୍ତ୍ର ଜପ ମଧ୍ୟ କରି ପାରିବେ। ୧୦୮ଥର ଏହି ମନ୍ତ୍ର ଜପ କରନ୍ତୁ।
ସୂର୍ଯ୍ୟଙ୍କ ସହ ସମ୍ବନ୍ଧିତ ଜିନିଷ ତମ୍ବାର ବାସନ,ହଳଦିଆ କିମ୍ବା ଲାଲ ବସ୍ତ୍ର,ଗହମ,ଗୁଡ଼,ମାଣିକ୍ୟ,ଲାଲ ଚନ୍ଦ ଆଦି ଦାନ କରନ୍ତୁ। ସୂର୍ଯ୍ୟଙ୍କ ପାଇଁ ବ୍ରତ କରନ୍ତୁ। ଫଳାହାର କରନ୍ତୁ।