Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଘଟଗାଁରେ ହାତୀ ଆତଙ୍କ, ଘଉଡାଇବାକୁ ବନ ବିଭାଗର କସରତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୩ ହଜାରରୁ ଅଧିକ କରୋନା ପଜିଟିଭ୍, ୧୬୪ ମୃତ
  • ||
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

ଆସିଥିଲେ ଏକାଠି, ଗଲେ ବି ଏକାଠି : ନିକଟରେ ପାଳିଥିଲେ ଜନ୍ମଦିନ, କରୋନା ନେଇଗଲା ଯାଆଁଳା ଭାଇଙ୍କ ଜୀବନ

18/05/2021 at 11:27 AM

ମେରଠ ୧୮/୫ : କରୋନା ମହାମାରୀ ପାଇଁ ସମ୍ପୂର୍ଣ୍ଣ ଅସହାୟ ହୋଇପଡିଛନ୍ତି ମିଷ । କିଏ ନିଜର ବାପା ମାଆଙ୍କୁ ହରାଇ ଅନାଥ ହୋଇଯାଉଛି ତ ଆଉ କିଏ ନିଜର ପରିଜନକୁ ହରାଉଛି । ତେବେ ଅଧିକ ଦୁଃଖ ଲାଗେ ସେତେବେଳ ଯେତେବେଳେ ବାପା ମାଆଙ୍କ ଆଖିଆଗରେ ଦୁନିଆରୁ ବିଦା ହୋଇଯାଏ ସନ୍ତାନ । ଉତ୍ତରପ୍ରଦେଶର ମେରଠରେ ଗୋଟିଏ ଘଟଣା ଶୁଣିଲେ ଯେ କେହି ବି କାନ୍ଦି ପକାଇବ । ଏକାଠି ଜନ୍ମହୋଇଥିବା ଦୁଇ ଭାଇ ଅର୍ଥାତ୍ ଯାଆଁଳା ଭାଇଙ୍କ ଜୀବନ ନେଇଛି ମହାମାରୀ ।

ମେରଠରେ ରହୁଥିବା ଗ୍ରେଗରୀ ରେମଣ୍ଡ ରାଫେଲଙ୍କ ୨ ଯାଆଁଳା ପୁଅ ଜୋଫ୍ରେଡ ବର୍ଗିଜ ଗ୍ରେଗରୀ ଏବଂ ରାଲଫ୍ରେଡ ଜର୍ଜ ଗ୍ରେଗରୀ ଇଞ୍ଜିନିୟର ଥିଲେ । ଏପ୍ରିଲ୍ ୨୩ରେ, ଦୁହେଁ ସେମାନଙ୍କର ୨୪ ତମ ଜନ୍ମଦିନ ପାଳନ କରିଥିଲେ । କିନ୍ତୁ କିଏ ଜାଣିଥିଲେ ଏହା ତାଙ୍କ ଶେଷ ଜନ୍ମ ଦିନ ହେବ । ଜନ୍ମଦିନର ପରଦିନ ଉଭୟ କରୋନାର ଶିକାର ହୋଇଥିଲେ । କିଛିଦିନ ଚିକିତ୍ସାରେ ରହିବା ପରେ ମେ ୧୦ ତାରିଖରେ ଉଭୟଙ୍କର ରିପୋର୍ଟ ନେଗେଟିଭ ଆସିଥିଲା ।

ପରେ ସେମାନଙ୍କ ଅବସ୍ଥା ପୁଣି ବିଗିଡିବାରୁ ସେମାନଙ୍କୁ ହସ୍ପିଟାଲ ନିଆଯାଇଥିଲା । ହେଲେ ୧୩ , ୧୪ ତାରିଖରେ ଡକା ଡକି ହୋଇ ଆଗ ପଛ ହୋଇ ଜୀବନ ହାରିଥିଲେ ଯାଆଁଳା ଭାଇ । ସେପଟେ ଯାଆଁଳା ପିଲାଙ୍କୁ ହରାଇ ପିତା ଗ୍ରେଗୋରୀ ରେମଣ୍ଡ ରାଫେଲ ଓ ତାଙ୍କ ପରିବାର ଦୁଃଖରେ ଭାଙ୍ଗିପଡିଛନ୍ତି । ପିତା କହିଛନ୍ତି ବର୍ତ୍ତମାନ ପରିବାରରେ କେବଳ ତିନି ଜଣଙ୍କ ସହ ରହିଛୁ ।

   Related Posts