Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦିଲ୍ଲୀ: କରୋନା ଟିକା ନେବା ପରେ ୫୧ ଜଣଙ୍କ ଠାରେ ଦେଖାଗଲା ପାର୍ଶ୍ବ ପ୍ରତିକ୍ରିୟା
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୮୯୯ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଆରମ୍ଭ ହେଲା କୋଭିଡ୍ ଟିକାକରଣ, ୧୬୧ କେନ୍ଦ୍ରରେ ଚାଲିଛି ଟିକାଦାନ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୭୮ କୋଭିଡ୍ ସଂକ୍ରମିତ, ୩୩୩୧୨୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ ଖସୁଛି କରୋନା ଗ୍ରାଫ୍, ଗତ ୨୪ଘଣ୍ଟାରେ ୧୫୧୫୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଘାଟିରେ ଦୁର୍ଘଟଣା : ଟ୍ରକକୁ ସାମ୍ନା ପଟୁ ପିଟିଲା ବାଇକ୍‌, ଚାଲିଗଲା ଶଳା-ଭିଣୋଇଙ୍କ ଜୀବନ
  • ||
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||

ଆଜି ପବିତ୍ର ବଡ଼ଦିନ : କରୋନା କଟକଣା ଯୋଗୁଁ ନାହିଁ ଭିଡ଼, ସୀମିତ ସଂଖ୍ୟକ ଲୋକଙ୍କୁ ନେଇ ପ୍ରାର୍ଥନା

25/12/2020 at 8:11 AM

ଭୁବନେଶ୍ୱର ୨୫।୧୨:  ଆଜି ପବିତ୍ର ବଡ଼ଦିନ । ମଧ୍ୟ ରାତ୍ରୀରେ ଧରାପୃଷ୍ଠରେ ଅବତରଣ କଲେ ପ୍ରଭୁ ଯୀଶୁ । ହେଲେ କରୋନା କଟକଣା ଯୋଗୁଁ ଚର୍ଚ୍ଚରେ ଭିଡ଼ ନାହିଁ । କେବଳ ସୀମିତ ସଂଖ୍ୟକ ଲୋକଙ୍କୁ ନେଇ ପ୍ରାର୍ଥନା ହୋଇଛି ।

ମଧ୍ୟ ରାତ୍ରୀରେ ପ୍ରଭୁ ଯୀଶୁ ଧରାପୃଷ୍ଠରେ ଅବତରଣ କରିବା ସହ ସମଗ୍ର ବିଶ୍ୱ ସମେତ ଓଡ଼ିଶାରେ ମଧ୍ୟ ଆଜି ବଡ଼ଦିନ ପାଳନ ହେଉଛି । ପ୍ରଭୁଙ୍କ ଜନ୍ମଦିନ ପାଳନ କରିବା ପାଇଁ ଚର୍ଚ୍ଚ ଗୁଡ଼ିକ ଉତ୍ସବ ମୁଖର ହୋଇ ଉଠିଛି । ଆଲୋକମାଳାରେ ଝଲସି ଉଠୁଛି ଚର୍ଚ୍ଚ। ଖ୍ରୀଷ୍ଟଧର୍ମାବଳମ୍ବୀଙ୍କର ସବୁଠାରୁ ବଡ଼ ପର୍ବ ‘ବଡ଼ଦିନ’ କରୋନା କଟକଣା ମଧ୍ୟରେ ପାଳନ କରାଯାଉଛି । ତେବେ କରୋନା କଟକଣା ପାଇଁ ଚର୍ଚ୍ଚଗୁଡ଼ିକରେ ପୂର୍ବ ବର୍ଷଗୁଡ଼ିକ ଭଳି ଲୋକଙ୍କର ଭିଡ଼ ନାହିଁ । କେଉଁ ଚର୍ଚ୍ଚରେ କେତେ ପରିମାଣରେ ଲୋକ ଅଂଶଗ୍ରହଣ କରିପାରିବେ, ସେ ନେଇ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଏସଓପି ଜାରି ହୋଇଛି ।

ରାଜ୍ୟରେ କନ୍ଧମାଳ, ଭୁବନେଶ୍ୱର, ସୁନ୍ଦରଗଡ଼, କଟକ, ବାଲେଶ୍ୱରରେ ବହୁସଂଖ୍ୟାରେ ଖ୍ରୀଷ୍ଟ ଧର୍ମାବଳମ୍ବୀ ଥିବାରୁ ଏଠାରେ ଥିବା ଚର୍ଚ୍ଚଗୁଡ଼ିକ ଆଲୋକମାଳାରେ ସଜେଇ ହୋଇଛି । କରୋନା କଟକଣା ଯୋଗୁଁ ଏହି ଚର୍ଚ୍ଚ ଗୁଡ଼ିକରେ ବହୁସଂଖ୍ୟାରେ ଖ୍ରୀଷ୍ଟିଆନ ଭାଇଭଉଣୀମାନେ ସାମୂହିକ ପ୍ରାର୍ଥନାରେ ଅଂଶଗ୍ରହଣ କରିପାରିବେ ନାହିଁ । ଛୋଟ ଛୋଟ ଚର୍ଚ୍ଚ ଗୁଡ଼ିକରେ ୨୦ ଜଣ ଓ ବଡ଼ ସ୍ଥାନରେ ଅଧିକାଂଶ ଭାବେ ୫୦ ଜଣ ସାମୂହିକ ପ୍ରାର୍ଥନା କରିପାରିବେ ବୋଲି କୁହାଯାଉଛି। ପୂର୍ବରୁ ଏହି ସ୍ଥାନରେ ଶତାଧିକ ଲୋକ ଅଂଶଗ୍ରହଣ ରହୁଥିଲା ।

   Related Posts