ନିର୍ଭୟା ମାମଲାରେ ଦୋଷୀ ମୁକେଶର ରାଜକ୍ଷମା ଖାରଜ

Published By : Prameya-News7 Bureau | January 17, 2020 IST

ନୂଆଦିଲ୍ଲୀ ୧୭।୦୧ - ନିର୍ଭୟା ମାମଲାରେ ଦୋଷୀ ମୁକେଶର ରାଜକ୍ଷମା ଖାରଜ ।ନିର୍ଭୟା ମାମଲାରେ ଫାଶୀ ପ୍ରସଙ୍ଗରେ ଦୋଷୀ ମୁକେଶର ରାଜକ୍ଷମା ଆବେଦନକୁ ଖାରଜ କରାଯାଇଛି । ଶୁକ୍ରବାରରେ ଏହାକୁ ଗୃହମନ୍ତ୍ରାଳୟ ରାଷ୍ଟ୍ରପତିଙ୍କ ନିକଟକୁ ପଠାଇଥିଲା। ରାଷ୍ଟ୍ରପତି ରାମ ନାଥ କୋବିନ୍ଦଙ୍କୁ ଏହାକୁ ଖାରଜ କରିବା ପାଇଁ ସୁପାରଶ କରାଯାଇଥିଲା ।

{"id":205398,"sizeSlug":"large"}

ଏହି ରାଜକ୍ଷମା ଆବେଦନକୁ ଖାରଜ କରାଯାଇଛି । ୨୦୧୨ ନିର୍ଭୟା ଗଣ ଦୁଷ୍କର୍ମ ଓ ହତ୍ୟାମାମଲାରେ ମୁକେଶ ସିଂ ଅନ୍ୟତମ ଦୋଷୀ । ଚଳନ୍ତା ବସ୍‌ରେ ଗଣ ଦୁଷ୍କର୍ମ ସହ ଅତି ଦୟନୀୟ ଭାବେ ହତ୍ୟା କରାଯାଇଥିଲା ।

{"id":198511,"sizeSlug":"large"}

ଅଦାଲତ ଏହି ଦୋଷୀମାନଙ୍କ ପାଇଁ ଡେଥ୍‌ ଓ୍ୱାରେଣ୍ଟ ଜାରି କରିବା ପରେ ମୁକେଶ ରାଜ କ୍ଷମା ପାଇଁ ଆବେଦନ କରିଥିଲା । ଦିଲ୍ଲୀର ଲେଫନାଣ୍ଟ ଗଭର୍ନର ବି ରାଜକ୍ଷମାକୁ ଖାରଜ କରିବା ପାଇଁ ସୁପାରିଶ କରିଥିଲେ । ମୁକେଶର ରାଜକ୍ଷମା ଆବେଦନକୁ ଗୃହମନ୍ତ୍ରାଳୟକୁ ପଠାଇ ଦେଇଥିଲେ ।

ଚାରି ଦୋଷୀ ମୁକେଶ ସିଂ, ବିନୟ ଶର୍ମା, ଅକ୍ଷୟ ସିଂ ଓ ପଓ୍ୱନ ଗୁପ୍ତାକୁ ଜାନୁଆରୀ ୨୨ ତାରିଖ ସକାଳ ୭ଟାରେ ଫାଶୀ ଦେବାର ଥିଲା । ଦିଲ୍ଲୀର ଏକ କୋର୍ଟ ସେମାନଙ୍କୁ ଫାଶୀ ପାଇଁ ଜାନୁଆରୀ ୭ ତାରିଖରେ ଡେଥ୍‌ ଓ୍ୱାରେଣ୍ଟ ଜାରି କରିଥିଲେ ।
ହେଲେ ଦିଲ୍ଲୀ ସରକାର କେତକ ଆଇନଗତ ପ୍ରାବଧାନ ଯୋଗୁଁ ୨୨ ତାରିଖରେ ଫାଶୀ ଦେବା ସମ୍ଭବ ନୁହେଁ ବୋଲି ଜଣାଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.