ଆଜି ବୃଷ ରାଶିରେ ପ୍ରବେଶ କରୁଛନ୍ତି ବୁଧ ଗ୍ରହ : ଜାଣନ୍ତୁ ଆପଣଙ୍କ ରାଶି ଉପରେ କିଭଳି ପଡ଼ିବ ଏହାର ପ୍ରଭାବ

Published By : Prameya-News7 Bureau | May 09, 2020 IST

ଆଜି ମେ ୯ତାରିଖ ଶନିବାର ନବଗ୍ରହରେ ସବୁଠୁ ଛୋଟ ଗ୍ରହ ବୁଧ ମେଷ ରାଶି ଛାଡ଼ି ବୃଷ ରାଶିରେ ପ୍ରବେଶ କରିବେ। ମେ ୨୪ଯାଏଁ ଗ୍ରହଙ୍କ ରାଜକୁମାର ବୁଧ ଏଠାରେ ବାସ କରିବେ। ବୃଷ ରାଶି ବୁଧଙ୍କ ଶତ୍ରୃ ବୋଲି କୁହାଯାଉଥିବା ଶୁକ୍ରଙ୍କ ରାଶି। ଆସନ୍ତୁ ଜାଣିବା ରାଶି ଉପରେ କିଭଳି ପ୍ରଭାବ ପଡ଼ିବ।

ମେଷ : ଏହି ରାଶି ପରିବର୍ତ୍ତନ ଆପଣଙ୍କ ପାଇଁ ଶୁଭ ନେଇ ଆସିଛି। ସମସ୍ତ ପ୍ରକାର ସମସ୍ୟାରୁ ମୁକ୍ତି ମିଳିବ। ଆର୍ଥିକ ସ୍ଥିତି ଉନ୍ନତ ହେବ ଏବଂ ଧନ ଲାଭର ଯୋଗ ରହିଛି।

ବୃଷ : ପ୍ରତ୍ୟେକ ରାଶିରେ ଶୁଦ୍ଧତାର ସଞ୍ଚାର କରିବେ। ଚାକିରୀ ଏବଂ ବ୍ୟବସାୟରେ ମନ ମୁତାବକ ଫଳ ପାଇବେ। ପରିବାର ଏବଂ ସମାଜରେ ମାନ-ଯଶ ପାଇବେ।

ମିଥୁନ : ଭଲ ଦିନ ଆସିବାକୁ ସମୟ ଲାଗିବ। ଧନ ସମ୍ବନ୍ଧିତ କାମରେ କୌଣସି ବଡ଼ ଚୁକ୍ତି କରିବା ପୂର୍ବରୁ କୌଣସି ବିଦ୍ବାନ୍ ବ୍ୟକ୍ତିଙ୍କଠୁ ବିଚାର ବିମର୍ଶ କରନ୍ତୁ। ରିସ୍କ ନିଅନ୍ତୁ ନାହିଁ।

କର୍କଟ : ଆପଣଙ୍କୁ ଖୁସି ଅପେକ୍ଷା କରି ରହିଛି। ଦୀର୍ଘ ଦିନରୁ ଅଟକିଥିବା​‌ କାମ ପୂରା ହେବ। ଭଲ ଖବର ମିଳିବ।

ସିଂହ : ସେଲ୍ଫ କନଫିଡେନ୍ସ ବଢ଼ିବ। ଆର୍ଥିକ କ୍ଷେତ୍ରରେ ଉନ୍ନତି କରିବେ। ସବୁ କାମରେ ପରିବାର ଆପଣଙ୍କ ସହଯୋଗ କରିବ। ସମସ୍ତ କଷ୍ଟ ଦୂର ହେବ।

କନ୍ୟା : ସୁଖ ସମୃଦ୍ଧି ବଢ଼ିବ। ଦୀର୍ଘ ଦିନରୁ ଚାଲିଆସୁଥିବା ବାଦ-ବିବାହ ଏବଂ ମାଲି ମୋକଦ୍ଦମାରୁ ବିଜୟ ହାସଲ କରିବେ। ଅଟକିଥିବା କାମ ଆରମ୍ଭ ହେବ।

ତୁଳା : ଚିନ୍ତା ବଢ଼ିପାରେ। କୌଣସି ନିଷ୍ପତ୍ତି ନେବା ପୂର୍ବରୁ ଭଲ ଭାବେ ବିଚାର କରନ୍ତୁ।

ବିଛା : ଯେତେ​‌ ପରିଶ୍ରମ କରିବେ ତାଠୁ ଅଧିକ ଫଳ ପ୍ରାପ୍ତି ହେବ। କର୍ମ କରନ୍ତୁ,ଫଳର ଇଚ୍ଛା କରନ୍ତୁ ନାହିଁ।

ଧନୁ : ସମୟ ଏବଂ ପରିସ୍ଥିତି ଆପଣଙ୍କ ପକ୍ଷରେ ରହିବ। ଶତ୍ରୃ ଚାହିଁଲେ ମଧ୍ୟ ଆପଣଙ୍କ କିଛି ବିଗାଡ଼ି ପାରିବେ ନାହିଁ। ପରିବାରଠୁ ପ୍ରେମ ଏବଂ ସମ୍ମାନ ମିଳିବ।

ମକର : ସମାଜରେ ପ୍ରତିଷ୍ଠା ମିଳିବ। ସବୁ ଆଡ଼ୁ ମାନ-ସମ୍ମାନ ଏବଂ ପ୍ରେମ ମିଳିବ। ଧନ ଆଗମନର ନୂଆ ସ୍ରୋତ ମିଳିବ ଯାହା ଭବିଷ୍ୟତରେ ବହୁତ କାମ ଦେବ।

କୁମ୍ଭ : ସମସ୍ୟା ବଢ଼ିପାରେ। କୌଣସି ବହୁତ ବଡ଼ କ୍ଷତି ହେବାର ସମ୍ଭାବନା ରହିଛି। ଲୋକଙ୍କ କଥାରୁ ଦୂରେଇ ରୁହନ୍ତୁ। ଆପଣଙ୍କ ବିରୁଦ୍ଧରେ ବିଭିନ୍ନ ପ୍ରକାରର ଷଡ଼ଯନ୍ତ୍ର ରଚାଯାଇପାରେ।

ମୀନ : ଯେଉଁ କାମ କରିବାକୁ ବହୁତ ଦିନରୁ ଭାବୁଛନ୍ତି ସେହି କାମ ଆରମ୍ଭ କରିବେ। ସଫଳତା ହାସଲ କରିବେ। ସମାଜରେ ସ୍ବତନ୍ତ୍ର ପରିଚୟ ମିଳିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.