Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯୁବ ମୋର୍ଚ୍ଚା ନେତାଙ୍କୁ ମାଡ଼ ଘଟଣାରେ ପ୍ରତିବାଦ, ମୁଖ୍ୟମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କଲା ବିଜେପି
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାରରେ ଧବଳେଶ୍ଵର ପୀଠରେ ୧୪୪ ଧାରା ଜାରି
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା : ବଦଳିଲେ ତମାଣ୍ଡୋ ଥାନା IIC, ଚନ୍ଦକା ଥାନାର ସବ୍ ଇନ୍ସପେକ୍ଟର ତୁଲାଇବେ ଦାୟିତ୍ବ
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା, କନେଷ୍ଟବଳ ପ୍ରସନ୍ନ ବେହେରା ନିଲମ୍ବିତ
  • ||
  • ଜଗତସିଂହପୁର : ଦେବୀ ନଦୀରେ ବୁଡି ୫ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ଅନ୍ୟ ୩ଜଣ ଉଦ୍ଧାର
  • ||
  • ବ୍ରହ୍ମପୁର : ବ୍ରହ୍ମପୁରରେ ସ୍ବର୍ଣ୍ଣିମ ବିଜୟ ବର୍ଷ ପାଳିତ, ପୋଲିସ ରିଜର୍ଭ ଗ୍ରାଉଣ୍ଡରେ ପହଞ୍ଚିଲା ମଶାଲ
  • ||
  • ଭୁବନେଶ୍ବର : ତେଲ ଟ୍ୟାଙ୍କରରେ ଗଞ୍ଜେଇ ଚାଲାଣ, ଅଢେଇ କ୍ବିଣ୍ଟାଲ ଗଞ୍ଜେଇ ସହ ୨ ଜଣଙ୍କୁ ଗିରଫ କଲା ଏନ୍‌ସିବି
  • ||
  • ବାଲିପାଟଣା : ବୃଦ୍ଧଙ୍କୁ ଚାପିଦେଲା ହାଇଓ୍ବା, ଘଟଣାସ୍ଥଳରେ ଚାଲିଗଲା ଜୀବନ
  • ||
  • ସୁନ୍ଦରଗଡ : ଗଛରୁ ଉଦ୍ଧାର ହେଲା ଯୁବକଙ୍କ ଝୁଲନ୍ତା ମୃତଦେହ, ଆତ୍ମହତ୍ୟା ସନ୍ଦେହ
  • ||
  • ବାରିପଦା : ମୟୁରଭଞ୍ଜରେ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ
  • ||

ତୁଳା ରାଶିରେ ବୁଧ ଓ ଶୁକ୍ରଙ୍କ ମିଳନ ଯୋଗୁଁ ଲକ୍ଷ୍ମୀ-ନାରାୟଣ ଯୋଗ: ଦେଶରେ ବଡ ଧରଣର ଆର୍ଥିକ ପରିବର୍ତ୍ତନ

23/09/2021 at 5:18 PM

ଭୁବନେଶ୍ୱର ୨୩/୦୯ : ବୁଧବାର ଦିନ ବୁଧ ଗ୍ରହ ରାଶି ପରିବର୍ତ୍ତନ କରି ତୁଳା ରାଶିରେ ପ୍ରବେଶ କରିଛନ୍ତି। ବୁଧ ଅକ୍ଟୋବର ଯାଏଁ ତୁଳା ରାଶିରେ ରହିବେ। ବୁଧଙ୍କୁ ଗଣିତ, ଆଇନ, ସଞ୍ଚାର, ତ୍ୱଚା, ଔଷଧ, ଲେଖନୀ, ତର୍କ ଶାସ୍ତ୍ର, ବାଣୀ ଆଦିର କାରକ ଗ୍ରହ ବୋଲି କୁହାଯାଏ। ସୂର୍ଯ୍ୟ ଓ ଶୁକ୍ରଙ୍କ ସହ ବୁଧ ଗ୍ରହ ମିତ୍ରତା ରହିଛି। ସୂର୍ଯ୍ୟ ସେପ୍ଟେମ୍ବର ୧୭ରେ କନ୍ୟା ରାଶିରେ ପ୍ରବେଶ କରିଛନ୍ତି। ଅକ୍ଟୋବର ୧୭ ଯାଏଁ ସୂର୍ଯ୍ୟ କନ୍ୟା ରାଶିରେ ରହିବେ।

ବର୍ତ୍ତମାନ ଶୁକ୍ର ଗ୍ରହ ମଧ୍ୟ ତୁଳା ରାଶିରେ ବିରାଜମାନ। ବୁଧ ଓ ଶୁକ୍ରଙ୍କ ମିଳନ ସେୟାର ମାର୍କେଟ ଓ ଅନ୍ୟ ବ୍ୟବସାୟ ସହ ଜଡିତ ଲୋକଙ୍କ ପାଇଁ ଭଲ ପରିଣାମ ଆଣିପାରେ। ଶୁକ୍ର ଗ୍ରହକୁ ଜ୍ୟୋତିଷଶାସ୍ତ୍ରରେ ଲଗଜରୀ ଜୀବନଶୈଳୀ ଓ ମନୋରଞ୍ଜନର କାରକ ବୋଲି କୁହାଯାଏ। ବୁଧ ଯେତେବେଳେ ରାଶି ପରିବର୍ତନ କରନ୍ତି ସେତେବେଳେ ଦେଶରେ ବଡ ଧରଣର ଆର୍ଥିକ ପରିବର୍ତ୍ତନ ହୋଇଥାଏ। ବର୍ତ୍ତମାନ ବୁଧର ରାଶି ପରିବର୍ତ୍ତନ ଯୋଗୁଁ ବ୍ୟବସାୟ, ସାମାଜିକ ଦୃଷ୍ଟିକୋଣ ଆଦି ବୃଦ୍ଧି ହେବ।

ବୁଧ ଓ ଶୁକ୍ର ଏକାସାଙ୍ଗେ ଗୋଟିଏ ରାଶିରେ ରହିଲେ ଲକ୍ଷ୍ମୀ ନାରାୟଣ ଯୋଗ ସୃଷ୍ଟି ହୋଇଥାଏ। ଏହି ଯୋଗକୁ ବହୁତ ଶୁଭ ବୋଲି କୁହାଯାଏ। ଯେଉଁ କୁଣ୍ଡଳୀରେ ଲକ୍ଷ୍ମୀ ନାରାୟଣ ଯୋଗ ସୃଷ୍ଟି ହୋଇଥାଏ ସେହି ବ୍ୟକ୍ତି ହଠାତ ଧନଵାନ ହୋଇଯାଇଥାଏ। ଏହି ବ୍ୟକ୍ତି ନିଜ ପ୍ରତିଭା, କଳା ଓ ଜ୍ଞାନ ବଳରେ ଧନ ଓ ମାନ ସମ୍ମାନ ପ୍ରାପ୍ତ କରେ। ଲକ୍ଷ୍ମୀ ନାରାୟଣ ଯୋଗ ଯୋଗୁଁ ବ୍ୟକ୍ତିଙ୍କ ବୈଭବ ବୃଦ୍ଧି ହୋଇଥାଏ।

ବୁଧ ରାଶି ପରିବର୍ତ୍ତନ ପ୍ରଭାବ ସବୁ ରାଶି ଉପରେ ପଡିବ। ଅନେକ ଲୋକଙ୍କ ରୋଜଗାର ବଢିପାରେ। ବ୍ୟବସାୟରେ ସୁଧାର ଆସିବ। କାର୍ଯ୍ୟ ଦ୍ରୁତ ଗତିରେ ହେବ। ବୁଦ୍ଧି ଯୋଗୁଁ ଲାଭ ମିଳିବ। ରାଜନୀତିରେ ବୁଦ୍ଧିମାନ ଲୋକଙ୍କ ଦବଦବା ବଢିବ। ସରକାରୀ ଚାକିରିଆଙ୍କୁ ଫାଇଦା ହୋଇପାରେ। ଧୈର୍ଯ୍ୟ ଓ ସଂଯମ ବୁଦ୍ଧି ହେବ। ବିଦ୍ୟାର୍ଥୀଙ୍କ ମନ ପାଠ ପଢାରେ ଲାଗିବ। ବ୍ୟବସାୟ ଉପରେ ସବୁଠାରୁ ଅଧିକ ପ୍ରଭାବ ପଡିବ। ଶୁକ୍ର ସହ ବୁଧଙ୍କ ମିଳନ ଯୋଗୁଁ ବ୍ୟବସାୟରେ ମାନ୍ଦାବସ୍ଥା ଦୂର ହେବା ସହ ଉନ୍ନତି ମଧ୍ୟ ହେବ।

   Related Posts