‌ଆଜି ହେଉଛି ବୁଧ ଗ୍ରହଙ୍କ ରାଶି ପରିବର୍ତ୍ତନ : ଜାଣନ୍ତୁ ଆପଣଙ୍କ ରାଶି ଉପରେ ପଡ଼ିବ କିଭଳି ପ୍ରଭାବ

Published By : Prameya-News7 Bureau | May 25, 2020 IST

ମେ ୨୫ତାରିଖ,ସୋମବାର ଅର୍ଥାତ୍ ଆଜି ବୁଧ ଗ୍ରହ ବୃଷ ରାଶିରୁ ମିଥୁନ ରାଶି ଯାଉଛନ୍ତି,ଯେଉଁଠାରେ ସେ ଅଗଷ୍ଟ ୨ତାରିଖ ଯାଏଁ ରହିବେ। ବୁଧ ଗ୍ରହର ରାଶି ପରିବର୍ତ୍ତନ ଦ୍ବାରା ସମସ୍ତ ୧୨ଟି ରାଶି ଉପରେ ପ୍ରଭାବ ପଡ଼ିବ।

-          ମେଷ ରାଶିର ବ୍ୟକ୍ତିଙ୍କ ଆତ୍ମବିଶ୍ବାସ ଏବଂ ସାହସ ବୃଦ୍ଧି ହେବ।

-          ବୃଷ ରାଶିର ବ୍ୟକ୍ତିଙ୍କ ଆର୍ଥିକ ପକ୍ଷ ଭଲ ରହିବ ଏବଂ ଆୟର ସ୍ରୋତ ବଢ଼ିବ।

-          ମିଥୁନ ରାଶିର ବ୍ୟକ୍ତିଙ୍କ ପଦ ପ୍ରତିଷ୍ଠା ବୃଦ୍ଧି ପାଇବ କାରଣ ଏହା ବୁଧର ନିଜ ରାଶି।

-          କର୍କଟ ରାଶିର ବ୍ୟକ୍ତିଙ୍କ ଖର୍ଚ୍ଚ ବଢ଼ିବ କିନ୍ତୁ ଶତ୍ରୃ ତାଙ୍କର କିଛି ବିଗାଡ଼ି ପାରିବେ ନାହିଁ।

-          ସିଂହ ରାଶିର ବ୍ୟକ୍ତିଙ୍କ ପାଇଁ ଏହି ରାଶି ପରିବର୍ତ୍ତନ ଶୁଭ ରହିବ ଏବଂ ତାଙ୍କୁ ଶୁଭ ଫଳ ମିଳିବ।

-          କନ୍ୟା ରାଶିର ବ୍ୟକ୍ତିଙ୍କ ଅଟକି ଯାଇଥିବା କାମ ପୂରା ହେବ ଏବଂ ମନ ପ୍ରସନ୍ନ ରହିବ।

-          ତୁଳା ରାଶିର ବ୍ୟକ୍ତିଙ୍କ ସମାଜରେ ପ୍ରତିଷ୍ଠା ବଢ଼ିବ ଏବଂ ପ୍ରମୋସନର ମଧ୍ୟ ଯୋଗ ରହିଛି।

-          ବିଛା ରାଶିର ବ୍ୟକ୍ତିଙ୍କୁ ସ୍ବାସ୍ଥ୍ୟ ପ୍ରତି ଅଳ୍ପ ସଜାଗ ରହିବାକୁ ପଡ଼ିବ କିନ୍ତୁ ଧନ ଆମଦାନୀ ଭଲ ରହିବ।

-          ଧନୁ ରାଶିର ବ୍ୟକ୍ତିଙ୍କ ପାଇଁ ରାଶି ପରିବର୍ତ୍ତନ ସାମାନ୍ୟ ରହିବ।

-          ମକର ରାଶିର ବ୍ୟକ୍ତିଙ୍କୁ ଶତ୍ରୃମାନେ ହଇରାଣ କରି ପାରନ୍ତି କିନ୍ତୁ ଶତ୍ରୃ ପକ୍ଷଙ୍କୁ ଖାସ୍ ସଫଳତା ମିଳିବ ନାହିଁ।

-          କୁମ୍ଭ ରାଶିର ବ୍ୟକ୍ତିଙ୍କୁ ସନ୍ତାନଙ୍କ ସ୍ବାସ୍ଥ୍ୟ ପକ୍ଷରୁ ଚିନ୍ତା ହୋଇପାରେ। ଅଯଥା ବିବାଦରୁ ଦୂରେଇ ରୁହନ୍ତୁ।

-          ମୀନ ରାଶିର ବ୍ୟକ୍ତିଙ୍କୁ ପରିଶ୍ରମର ଫଳ ମିଳିବ ଏବଂ ପରିବାରରେ କୌଣସି ଶୁଭ କାର୍ଯ୍ୟ ସମ୍ପନ୍ନ ହେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.