ଏହି ସବୁ ରାଶିର ବ୍ୟକ୍ତିଙ୍କୁ ମିଳିବ ଅଜସ୍ର ଟଙ୍କାର ଲାଭ : ଅପ୍ରେଲ୍ ୨୫ତାରିଖରେ ବୁଧ ଗ୍ରହ କରିଛନ୍ତି ରାଶି ପରିବର୍ତ୍ତନ

Published By : Prameya-News7 Bureau | April 25, 2020 IST

ଆଜି ଅପ୍ରେଲ୍ ୨୫ତାରିଖରେ ସକାଳେ ବୁଧ ରାଶି ପରିବର୍ତ୍ତନ କରି ସାରିଛନ୍ତି। ବୁଧ ମୀନ ରାଶି ମେଷ ରାଶିରେ ପ୍ରବେଶ କରିଛନ୍ତି। ଏବେ ମେ ୯ତାରିଖ ପର୍ଯ୍ୟନ୍ତ ବୁଧ ଏଠାରେ ରହିବେ। ସୂର୍ଯ୍ୟ ପୂର୍ବରୁ ହିଁ ମେଷ ରାଶିରେ ଉଚ୍ଚରେ ଅବସ୍ଥାନ କରିଛନ୍ତି। ବୁଧ ନିଷ୍ପକ୍ଷ ଗ୍ରହ। ବୁଧ ଯେଉଁ ଗ୍ରହ ସହ ଯୁକ୍ତ ହୋଇଥାନ୍ତି,ତାଙ୍କୁ ସେହି ଅନୁରୂପ ଶୁଭ-ଅଶୁଭ ଫଳ ପ୍ରାପ୍ତ ହୋଇଥାଏ। ଏହି ଗୋଚରରେ କେତେକ ରାଶିଙ୍କୁ ଶୁଭ ଫଳ ମିଳିବାବେଳେ କେତେକଙ୍କୁ ଅଶୁଭ ଫଳ ମିଳିବ। ଆସନ୍ତୁ ଜାଣିବା ବୁଧ ନୂଆ ଘରକୁ ଯିବା ଫଳରେ ଆପଣଙ୍କ ରାଶିକୁ କିଭଳି ପରିଣାମ ମିଳିବ :

ମେଷ : ଆପଣଙ୍କ ରାଶି ପାଇଁ ମଙ୍ଗଳମୟ ସମୟର ଆରମ୍ଭ ହୋଇଛି। ସବୁ ଆଡ଼ୁ ସଫଳତା ମିଳିବ। ବହୁତ ଭଲ ଖବର ମିଳିବ।

ବୃଷ : ମାସେ ଯାଏଁ ଉତ୍ଥାନ-ପତନ ରହିବ। ଖର୍ଚ୍ଚ ବଢ଼ିବ,ଶତ୍ରୃ ବଢ଼ିବେ। ଚାକିରୀ ଏବଂ ବ୍ୟବସାୟରେ ପରିବର୍ତ୍ତନ ଆସିବ।

ମିଥୁନ : ସମୟ ବହୁତ ଭଲ ରହିଛି କିନ୍ତୁ ନିଜ କ୍ରୋଧ ଉପରେ କାବୁ ରଖିବାକୁ ପଡ଼ିବ ନଚେତ୍ ନିଜେ ନିଜ ପାଇଁ ବିପଦ ଆଣିବେ।

କର୍କଟ : ମଙ୍ଗଳମୟ ସମୟ ଆରମ୍ଭ ହୋଇଯାଇଛି। ସବୁ ଆଡ଼ୁ ସଫଳତା ମିଳିବ।

ସିଂହ : ଭାଗ୍ୟ ଖୋଲିଯିବ। ସବୁ ଆଡ଼ୁ ମଙ୍ଗଳ ହେବ। ଗୁରୁଙ୍କଠୁ କୃପା ମିଳିବ।

କନ୍ୟା : ଆପଣଙ୍କ ସ୍ବଭାବ ଜିଜ୍ଞାସୁ ପରି ହେବ। ସବୁ ଜିନିଷ ଜାଣିବାକୁ ଉଦ୍ୟମ କରିବେ। ସ୍ବାସ୍ଥ୍ୟ ପ୍ରତି ସଜାଗ ରହିବେ।

ତୁଳା : ଏହି ଗୋଚର ଆପଣଙ୍କ ପାଇଁ ଖରାପ ସମୟ ଆଣିଛି। ଗ୍ରହ-ନକ୍ଷତ୍ର ଆପଣଙ୍କ ପାଇଁ ଅନୁକୂଳ ରହିବ ନାହିଁ। ଭଲ କର୍ମ କରନ୍ତୁ,ପରିଣାମ ମଧ୍ୟ ଭଲ ହେବ।

ବିଛା : ଏହି ଗୋଚର ପ୍ରଭାବରେ ଚାରିଆଡ଼ୁ ଲାଭ ମିଳିବ। ଭାବିଥିବା ସମସ୍ତ କାମ ପୂର୍ଣ୍ଣ ହେବ। ସବୁ ଆଡ଼ୁ ମଙ୍ଗଳ ହେବ।

ଧନୁ : ଯେକୌଣସି ପଦକ୍ଷେପ ନେବା ପୂର୍ବରୁ ଭଲଭାବେ ବିଚାର କରିବେ। ଛୋଟ ଭୁଲ୍ ବଡ଼ ବିପଦକୁ ଡାକି ଆଣିବ।

ମକର : ପରିଶ୍ରମ ଭଲ ଫଳ ଆଣିବ। ଯେତେ ପରିଶ୍ରମ କରିବେ ସେତେ ଭଲ ଫଳ ମିଳିବ। ଆର୍ଥିକ କ୍ଷେତ୍ରରେ ସଫଳତା ପାଇବେ।

କୁମ୍ଭ : ଜୀବନରେ ବହୁତ ଭଲ ପରିବର୍ତ୍ତନ ହେବ। ନୂଆ ସୁଯୋଗର ଲାଭ ମିଳିବ। ଜୀବନରେ କିଛି ନୂଆ ଲୋକ ଆସିବେ ଯେଉଁମାନେ ଭଲ ଦଶା ଆଣିବେ।

ମୀନ : କଥା ଦ୍ବାରା ଅନ୍ୟକୁ ଆକର୍ଷିତ କରିବେ। ଧନର ସାଧନ ବଢ଼ିବା ସହ ସେଭିଂସ ମଧ୍ୟ ବଢ଼ିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.