ବିଚ୍ଛା ରାଶିରେ ବୁଧ ଚଳନ, ଏହି ୫ଟି ରାଶିର ଲୋକଙ୍କୁ ମିଳିବ ଖୁସି ଖବର

Published By : Prameya-News7 Bureau | December 05, 2019 IST

ଜ୍ୟୋତିଷଶାସ୍ତ୍ର ଅନୁସାରେ ଏହି ସପ୍ତାହରେ ବୁଧ ରାଶି ସ୍ଥାନ ପରିବର୍ତ୍ତନ କରିବାକୁ ଯାଉଛନ୍ତି ।  ବିଚ୍ଛା ରାଶିରେ ବୁଧ ପ୍ରବେଶ କରିବେ। ଏହା ପୂର୍ବରୁ ବୁଧ ତୁଳା ରାଶିରେ ବିରାଜମାନ ଥିଲେ। ତେବେ ବୁଧଙ୍କ ଗୋଚର ଯୋଗୁଁ କେଉଁ ରାଶିର ଲୋକଙ୍କ ଉପରେ ଭଲ ପ୍ରଭାବ ପଡିବ ଜାଣନ୍ତୁ।

ମେଷ ରାଶି- ମେଷ ରାଶିରେ ବୁଧ ଅଷ୍ଟମ ଭାବରେ ପ୍ରବେଶ କରିବେ। ଏଥିପାଇଁ ମେଷ ରାଶିର ଲୋକଙ୍କ ଭାଗ୍ୟରେ ଅନେକ ପରିବର୍ତ୍ତନ ହେବ। ଏମାନଙ୍କର ଆର୍ଥିକ ସ୍ଥିତି ମଜବୁତ ହେବ। ହେଲେ କର୍ମକ୍ଷେତ୍ର ରେ କିଛି ସମସ୍ୟାର ସାମ୍ନା କରିବାକୁ ପଡିବ। ପରିବାରରେ ସୁଖ, ଶାନ୍ତି ଓ ସମୃଦ୍ଧି ବୃଦ୍ଧି ହେବ। ଦାମ୍ପତ୍ୟ ଜୀବନରେ ଖୁସି ଖବର ମିଳିବ। ହଠାତ୍ ଯାତ୍ରା କରିବାର ଯୋଗ ହେବ। ସାଙ୍ଗ ସାଥୀ କିମ୍ବା ପରିବାର ଲୋକଙ୍କ ସହ ବାହାରକୁ ଯିବାର ସମ୍ଭାବନା ରହିବ। 

ବୃଷ ରାଶି- ବୃଷ ରାଶିରେ ବୁଧ ସପ୍ତମ ଭାବରେ ପ୍ରବେଶ କରିବେ। ସପ୍ତମ ଭାବର ସମ୍ପର୍କ ବୈବାହିକ ଜୀବନ ସହ ରହିଛି। ଏହି ଗୋଚର ଯୋଗୁଁ ଦାମ୍ପତ୍ୟ ଜୀବନ ପ୍ରଭାବିତ ହେବ। ଏଥିପାଇଁ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ସମ୍ପର୍କ ବେଶ୍‌ ଭଲ  ରହିବ। ଚାକିରି ଖୋଜୁଥିବା ଲୋକେ ନିଜ କାର୍ଯ୍ୟରେ ସଫଳ ହେବେ। ବ୍ୟବସାୟରେ ମଧ୍ୟ ଲାଭ ହେବ।

ସିଂହ ରାଶି- ସିଂହ ରାଶିରେ ବୁଧ ଚତୁର୍ଥ  ଗୃହରେ ପ୍ରବେଶ କରିବେ । ଏଥିପାଇଁ ସିଂହ ରାଶିର ଲୋକଙ୍କ ଭାଗ୍ୟରେ ଭଲ ପରିବର୍ତ୍ତନ ହେବ। ଗୁରୁଜନଙ୍କ ସହ ସମ୍ପର୍କ ଭଲ ହେବ। ସମାଜରେ ମଧ୍ୟ ଏହି ରାଶିର ଲୋକଙ୍କ ମାନ ସମ୍ମାନ ବୃଦ୍ଧି ହେବ।କର୍ମସ୍ଥାନରେ  ପ୍ରଶଂସା ପାଇବେ  । ଘରେ ଥିବା ସବୁ ସମସ୍ୟା ଦୂର ହେବ। ପରିବାର ସଦସ୍ୟଙ୍କ ମଧ୍ୟରେ ଥିବା ଭୁଲ ବୁଝାମଣା ଠିକ୍‌ ହେବ।

କନ୍ୟା ରାଶି- କନ୍ୟା ରାଶିରେ ବୁଧ ତୃତୀୟ ଭାବରେ ପ୍ରବେଶ କରିବେ। କନ୍ୟା ରାଶିର ଲୋକଙ୍କର ଆତ୍ମ ବିଶ୍ବାସ ବଢିବ। ଅସଫଳ କାର୍ଯ୍ୟରେ ସଫଳତା ହାସଲ ହେବ। ଅଧିକ କ୍ରୋଧ ଯୋଗୁଁ କ୍ଷତି ହେବାର ସମ୍ଭାବନା ରହିଛି। ଏଥିପାଇଁ କ୍ରୋଧ ନିୟନ୍ତ୍ରଣ କରିବା ଜରୁରୀ। ପରିବାରରେ ସୁଖମୟ  ପରିବେଶ  ରହିବ।

ମକର ରାଶି- ମକର ରାଶିରେ ବୁଧ ଏକାଦଶ ଭାବରେ ପ୍ରବେଶ କରିବେ। ବୁଧଙ୍କର ଏହି ଗୋଚର ଯୋଗୁଁ ମକର ରାଶିର ଲୋକଙ୍କ ଭାଗ୍ୟରେ ଅନେକ ପରିବର୍ତ୍ତନ ହେବ। ବ୍ୟବସାୟରେ ଲାଭ ହେବା ସହ ଆର୍ଥିକ ସ୍ଥିତି ମଜବୁତ ହେବ। କାହାକୁ ଧାର ଦେଇଥିବା ଅର୍ଥ ମିଳିବାର ସମ୍ଭାବନା ରହିଛି। 

wp:heading {"level":1}

 

/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.