ଖସୁଛି ପାରଦ, ବଢୁଛି ଶୀତ : ଆହୁରି ୩ରୁ ୪ଦିନ ଜାରି ରହିବ ଶୀତ ଲହରୀ

Published By : Prameya-News7 Bureau | December 20, 2019 IST

ଭୁବନେଶ୍ବର ୨୦।୧: ଖସୁଛି ପାରଦ, ବଢୁଛି ଶୀତ । ଡେରିରେ ହେଲେବି ଫେରିଛି ଶୀତ । ଓଡିଶାର ବିଭିନ୍ନ ସ୍ଥାନରେ ଶୀତର ପ୍ରକୋପ ଦେଖିବାକୁ ମିଳିଲାଣି । ଅନେକ ସ୍ଥାନରେ ଘନ କୁହୁଡ଼ିର ଆସ୍ତରଣ ଦେଖିବାକୁ ମିଳୁଛି । ଉତ୍ତର ଦିଗରୁ ଥଣ୍ଡା ପବନ ବହୁଛି । ଆହୁରି ୩-୪ ଦିନ ଏପରି ଶୀତ ଅନୁଭୂତ ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି ।

{"id":200060,"sizeSlug":"large"}

ଉତ୍ତର ଦିଗରୁ କୋହଲା ପବନ ବହିବାରୁ ସାରା ରାଜ୍ୟରେ ପାରଦ ଅଚାନକ ଖସିଛି । ଦାରିଙ୍ଗିବାଡ଼ି ସର୍ବନିମ୍ନ ତାପମାତ୍ରା ପୁଣି ୧୦ ଡିଗ୍ରୀ ତଳକୁ ଆସି ୯.୫ ଡିଗ୍ରୀ ସେଲସିୟସ୍‌ରେ ପହଞ୍ଚିଛି । କନ୍ଧମାଳ ଏବେ ଜାଡ଼ରେ ଥରୁଛି । କେନ୍ଦୁଝର ୧୦ ଡିଗ୍ରୀକୁ ଖସି ଆସିଛି । ଅନ୍ୟ ସହର ମଧ୍ୟରେ ଝାରସୁଗୁଡ଼ା ତାପମାତ୍ରା ୧୦.୩, ଅନୁଗୁଳ ୧୦.୬, ଫୁଲବାଣୀ ୧୧, ସୁନ୍ଦରଗଡ଼ ୧୧.୫, ସମ୍ବଲପୁର ୧୧.୫, ବାରିପଦା ୧୧.୫ ଡିଗ୍ରୀ ରେକର୍ଡ ହୋଇଛି ।

{"id":200061,"sizeSlug":"large"}

ଗତ ୨୪ ଘଣ୍ଟା ମଧ୍ୟରେ ଦାରିଙ୍ଗିବାଡିରେ ସର୍ବନିମ୍ନ ୮.୫ ରେକର୍ଡ ହୋଇଛି । ସେହିପରି ଫୁଲବାଣୀରେ ୯.୦, ସୋନପୁର ୯.୮, ଝାରସୁଗୁଡା ୯.୬, ଭୁବନେଶ୍ବର-୧୩.୬ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ ହୋଇଛି ।

{"id":200062,"sizeSlug":"large"}

କାଲି ସନ୍ଧ୍ୟାରୁ କୋହଲା ପବନ ବହୁଛି । ସକାଳବେଳା ବେଶି ଜୋରରେ ପବନ ବହୁଛି ଉତ୍ତର ଦିଗରୁ । ଉଭୟ ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାରେ ଶୀତ ଅନୁଭୂତ ହେବ । ଆସନ୍ତା ୨-୩ ଦିନ ଭିତରେ ପାରଦ ଆହୁରି ୨ରୁ ୩ ଡିଗ୍ରୀ କମିପାରେ । ବିଭିନ୍ନ ସ୍ଥାନରେ ଘନ କୁହୁଡି ଦେଖାଦେଇଛି । ତେଣୁ ଗାଡ଼ିଚାଳକମାନେ ସତର୍କତା ଅବଲମ୍ବନ କରିବାକୁ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପରାମର୍ଶ ଦେଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.