Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟିକା ବଣ୍ଟନ ପାଇଁ ୨୧ ଜଣିଆ ପରିଚାଳନା କମିଟି ଗଠନ, ସ୍ଵାସ୍ଥ୍ୟ ବିଭାଗର ନିର୍ଦ୍ଦେଶକ ହେଲେ ଅଧ୍ୟକ୍ଷ
  • ||
  • ୯୦ ପ୍ରତିଶତ ନଷ୍ଟ ହୋଇ ସାରିଥିଲା କରୋନା ସଂକ୍ରମିତ ବ୍ୟକ୍ତିଙ୍କ ଫୁସ୍‌ଫୁସ୍, ଇକମୋ ପଦ୍ଧତିରେ ସୁସ୍ଥ କଲେ ସମ୍ ଡାକ୍ତର
  • ||
  • ଦ୍ଵିତୀୟ ଲହର ସଂକ୍ରମଣର ଆଶଙ୍କା ନାହିଁ, ସୁସ୍ଥ ହୋଇ ଘରକୁ ଫେରିଲେ ୬୦୫ ଆକ୍ରାନ୍ତ
  • ||
  • ଡିସେମ୍ବର ୮ରେ କୃଷକଙ୍କ ଭାରତ ବନ୍ଦ ଡାକରା, ରାଜ୍ୟ କଂଗ୍ରେସର ସମର୍ଥନ ଘୋଷଣା
  • ||
  • ପଞ୍ଚମ ପର୍ଯ୍ୟାୟ କୃଷକ-ସରକାରଙ୍କ ଆଲୋଚନା ବିଫଳ, ଡିସେମ୍ବର ୯’ରେ ପୁଣି ବୈଠକ
  • ||
  • ସାଲେପୁର : ଷଣ୍ଢକୁ ଧକ୍କା ଦେବା ପରେ ହୁତୁ ହୁତୁ ହୋଇ ଜଳିଲା କାର୍, ଅଳ୍ପକେ ବର୍ତ୍ତିଲେ ୪ ଜଣ
  • ||
  • ଭୁବନେଶ୍ବର : ‘ପରୀ’ ହତ୍ୟାକାରୀକୁ ଧରାଇଦେଲେ ମିଳିବ ଲକ୍ଷେ ଟଙ୍କା
  • ||
  • ନୟାଗଡ : ଘର ବାଡିପଟୁ ମିଳିଲା ବୃଦ୍ଧଙ୍କ ମୃତଦେହ, ମୁଣ୍ଡ ଏବଂ ମୁହଁରେ ରହିଛି କ୍ଷତଚିହ୍ନ, ହତ୍ୟା ସନ୍ଦେହ
  • ||
  • ଯାଜପୁର : ଭୟାବହ ଅଗ୍ନିକାଣ୍ଡ, ୧୨ ବଖରା ଘର ସହ ଜଳିଗଲା ଲକ୍ଷାଧିକ ଟଙ୍କାର ସୁନା ଗହଣା
  • ||
  • ଢେଙ୍କାନାଳ : ବାଇକ୍‌କୁ ଧକ୍କା ଦେଲା କାର୍, ଆରୋହୀ ପିଟିହେଲେ ଟ୍ରକ୍‌ରେ, ଚାଲିଗଲା ଜୀବନ
  • ||

ସିଂହ ରାଶିରେ ଗୋଚର ହେଲେ ବୁଧ, ଏବେ ବଦଳିବ ଏହି ସବୁ ରାଶି ଜାତକଙ୍କ ଭାଗ୍ୟ

4/09/2019 at 9:00 PM

ଦୀର୍ଘ ଦିନ ପରେ ବୁଧ ମହାଗ୍ରହ ସିଂହରାଶିରେ ଗୋଚର ହେଉଛନ୍ତି। ଫଳରେ କିଛି ରାଶି ଜାତକଙ୍କ ଭାଗ୍ୟରେ ପରିବର୍ତ୍ତନର ଆଶା କରାଯାଉଛି। ତେବେ ଏଠାରେ କେବଳ ସେହି ରାଶିମାନଙ୍କର ଆମେ ଆଲୋଚନା କରିବା ଯେଉଁ ରାଶିର ଲୋକେ ବୁଧଙ୍କ ସିଂହ ରାଶିରେ ପ୍ରବେଶ ହେତୁ ପରିବର୍ତ୍ତନର ଆଶା କରାଯାଉଛ। ତେବେ ଆସନ୍ତୁ ଜାଣିବା ସେହି ସବୁ ରାଶିଙ୍କ ସମ୍ପର୍କରେ।

ମେଷ ଓ ସିଂହ ରାଶି ଜାତକ ଲୋକଙ୍କ ଲାଗି ଏହି ପରିବର୍ତ୍ତନ ଅତ୍ୟନ୍ତ ଶୁଫଳ ଦାୟୀ ହେବ। ସେମାନଙ୍କ ଜୀବନରେ ଖୁସି ପୁଣି ପଦପାତ କରିବ। ସେମାନଙ୍କ ସ୍ୱପ୍ନ ସାକାର ହେବ। ଏବେ ଏହି ୨ ରାଶି ଜାତକ ସଫଳ ଜୀବନର ମଜା ନେଇ ପାରିବେ। ସେମାନଙ୍କର ସମସ୍ତ ପାରିବାରିକ ସମସ୍ୟା ଦୂର ହେବା ସହ ପ୍ରେମ ଓ ଅର୍ଥରେ ସଫଳତା ପାଇବେ। ସେମାନଙ୍କ ଲାଗି ସମୟ ବେଶ ଅନୁକୂଳ ଗଣେଶଙ୍କ ଆରାଧନା କରନ୍ତୁ ଅଧିକ ଶୁଭ ଫଳ ମିଳିବ ନିଶ୍ଚିତ।

ଧନୁ ଓ କର୍କଟ ରାଶିଙ୍କ ଲାଗି ବୁଧଙ୍କ ଏହି ଗୋଚରକୁ ଅତ୍ୟନ୍ତ ଉତ୍ତମ ମନେ କରାଯାଉଛି। ଏହି ରାଶି ଜାତକଙ୍କ ଆୟ ସାଙ୍ଗକୁ ସାମାଜିକ ମାନ ସମ୍ମାନରେ ବି ବୃଦ୍ଧି ହେବ। ଏହି ରାଶି ଜାତକଙ୍କ ଲାଗି ସଫଳ ଜୀବନ ପାଇଁ ଦ୍ୱାର ଉନ୍ମୁକ୍ତ ହୋଇପାରେ। ଧନ ସମ୍ପତ୍ତି ବୃଦ୍ଧି ସହ ଋଣ ମୁକ୍ତ ହେବାର ଯୋଗ ମଧ୍ୟ ସୃଷ୍ଟି ହୋଇଛି। ଯଦି କୌଣସି ନୂଆ ବ୍ୟବସାୟ ବାଣିଜ୍ୟ କରିବାକୁ ଚାହୁଁଛନ୍ତି ତେବେ ସମୟ ଆପଣଙ୍କ ଲାଗି ନିଶ୍ଚିତ ଅନୁକୂଳ ବୋଲି ବୁଝିନିଅନ୍ତୁ।

ବିଛା ଓ ମିନ ରାଶି  ଜାତକଙ୍କ ଲାଗି ମଧ୍ୟ ବୁଧଙ୍କ ଏହି ପରିବର୍ତ୍ତନ ଅନେକ ଶୁଭଫଳ ନେଇ ଆସିଛି। ଏବେ ଏହି ରାଶି ଜାତକ ଯେଉଁ କାର୍ଯ୍ୟରେ ବି ହାତ ଦେବେ ସେଥିରେ ନିଶ୍ଟିତ ସଫଳ ହେବେ। ଭାଗ୍ୟରେ ପରିବର୍ତ୍ତନ ଆସିଥିବାରୁ ଜୀବନସାଥୀ ସନ୍ଧାନ ମଧ୍ୟ ଶେଷ ହେବ। ଚାକିରୀ ବୃତ୍ତିରେ ବି ସଫଳତା ମିଳିବ। ଏମାନେ ଆର୍ଥିକ ଭାବେ ମଜଭୁତ ମଧ୍ୟ ହେବେ। ପ୍ରଭୁ ଗଣେଶଙ୍କ କୃପା ସେମାନଙ୍କ ଉପରେ ନିଶ୍ଚିତ ରହିବ।

   Related Posts