ବଜାରକୁ ଆସିବ ଆୟୁର୍ବେଦିକ ଅଣ୍ଡା : ସାକାହାରୀ ବି ଏବେ ଖାଇପାରିବେ ଏହି ଅଣ୍ଡା

Published By : Prameya-News7 Bureau | February 04, 2019 IST

ମିରଠ ୪/୨ : କୁକୁଡ଼ା ଏବେ କେବଳ ନିରାମିଷ ଲୋକଙ୍କ ଭୋକ ମେଂଟାଇବ ନାହିଁ ବରଂ ସାକାହାରୀଙ୍କ ଭୋକ ମଧ୍ୟ ମେଣ୍ଟାଇବ | କାରଣ ଖୁବ ଶୀଘ୍ର ବଜାରକୁ ଆସିବ ସାକାହାରୀ ଆୟୁର୍ବେଦିକ ଅଣ୍ଡା | ସାକାହାରୀଙ୍କ ପାଇଁ ଏହା ଏକ ବର ସଦୃଶ | ମିରଠର ସର୍ଦାର ବଲ୍ଲଭ ଭାଇ ପଟେଲ କୃଷି ବିଶ୍ୱ ବିଦ୍ୟାଳୟରେ ଆୟୁର୍ବେଦିକ ଅଣ୍ଡା ଉପରେ ରିସର୍ଚ୍ଚ କରାଯାଉଛି |

{"id":81703}

ଏହା ଅଣ୍ଡା ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଲାଭଦାୟକ ହେବ | ଆୟୁର୍ବେଦିକ ଅଣ୍ଡାର ଉତ୍ପାଦନକୁ ନେଇ ମିରଠର କୃଷି ବିଶ୍ୱ ବିଦ୍ୟାଳୟରେ ଅନେକ ସମ୍ଭାବନା ଦେଖା ଦେଇଛି | ସାଧାରଣତଃ ଅଣ୍ଡାର ରଙ୍ଗ ଧଳା ଥାଏ କିନ୍ତୁ ଏହି ଆୟୁର୍ବେଦିକ ଅଣ୍ଡାର ରଙ୍ଗ ଗୋଲାପୀ |

{"id":81701,"width":586,"height":352}


ଏହାକୁ ଆୟୁର୍ବେଦିକ ଅଣ୍ଡା କାହିଁକି କୁହାଯାଇଛି ଆସନ୍ତୁ ଜାଣିବା :
ବିଶ୍ୱ ବିଦ୍ୟାଳୟର କୁକୁଟ ଅନୁସନ୍ଧାନ ଓ ପ୍ରଶିକ୍ଷଣ ବିଭାଗର ପ୍ରଭାରୀ ଡାକ୍ତର ଡି.କେ.ସିଂ କହିଛନ୍ତି ଯେ, ଅଣ୍ଡା ଦାନ ପ୍ରକ୍ରିୟା ପୂର୍ବରୁ କୁକୁଡ଼ାଙ୍କୁ ଯେଉଁ ଆହାର ଦିଆଯାଉଛି ତାହା ସମ୍ପୂର୍ଣ ରୂପେ ଆୟୁର୍ବେଦିକ ଜଡିବୁଟିରେ ପ୍ରସ୍ତୁତ | କୁକୁଡ଼ାଙ୍କ ପାଇଁ ଏକ ଆହାର ଚାର୍ଟ ପ୍ରସ୍ତୁତ କରାଯାଇଛି | ଏହି ଚାର୍ଟ ଅନୁସାରେ କୁକୁଡ଼ାଙ୍କୁ ଖାଇବାକୁ ଦିଆଯାଇଥାଏ ବୋଲି କହିଛନ୍ତି ଡାକ୍ତର ଡି.କେ.ସିଂ |

{"id":81702}


ଆସନ୍ତୁ ଜାଣିବା ଏହି ଅଣ୍ଡାର ମୂଲ୍ୟ :
ସାଧାରଣତଃ ବଜାରରେ ଯେଉଁ ନିରାମିଷ ଅଣ୍ଡା ମିଳେ ତାର ମୂଲ୍ୟ ଗୋଟିଏକୁ ୪ରୁ ୫ ଟଙ୍କା ହୋଇଥାଏ | କିନ୍ତୁ ଆୟୁର୍ବେଦିକ ଅଣ୍ଡାର ମୂଲ୍ୟ ୨୩ ରୁ ୨୪ ଟଙ୍କା | କିନ୍ତୁ ବିଶ୍ୱ ବିଦ୍ୟାଳୟ ଫାର୍ମରେ ଏହି ଅଣ୍ଡାର ମୂଲ୍ୟ ୧୫ ଟଙ୍କା | ବିଶ୍ୱ ବିଦ୍ୟାଳୟର କୁକୁଟ ଅନୁସନ୍ଧାନ ଓ ପ୍ରଶିକ୍ଷଣ କେନ୍ଦ୍ର ପ୍ରଭାରୀ କହିଛନ୍ତି ଯେ, ଆୟୁର୍ବେଦିକ ଅଣ୍ଡାରେ ଓ଼ମେଗା ୩ ଫେଟି ଏସିଡ ରହିଛି |

{"id":81704}

ମାଛମାନଙ୍କ ମଧ୍ୟରେ ଏହି ଓ଼ମେଗା ୩ ଫେଟି ଏସିଡ ରହିଥାଏ | ଏହି ଅଣ୍ଡା ଏନିମିଆ ଏବଂ ଅପପୃଷ୍ଟିରୁ ରକ୍ଷା କରିବ | ଏହି ଅଣ୍ଡା ପୃଷ୍ଟିକର ଏବଂ ହୃଦୟ ପାଇଁ ଅତ୍ୟନ୍ତ ଲାଭଦାୟକ ହେବ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.