ମାନସିକ ବିକୃତ ଯୁବକର ଉନ୍ମତ କାଣ୍ଡ : ଘରେ ଲଗାଇଦେଲା ନିଆଁ, ବାସହରା ହୋଇଗଲେ ପରିବାର
19/01/2020 at 5:04 PM

କେନ୍ଦୁଝର ୧୯/୧: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଗୋଡିପୋଖରୀ ଗ୍ରାମରେ ରବିବାର ଦ୍ଵିପହରରେ ଅଗ୍ନିକାଣ୍ଡ ଯୋଗୁଁ ଗ୍ରାମର ଭାବଗ୍ରାହୀ ମହାନ୍ତଙ୍କ ୪ ବଖରା ମାଟି ଟାଇଲ ଛପର ଘର ଜଳିପୋଡି ନଷ୍ଟ ହୋଇଯାଇଛି। ଏଥିରେ ପରିବାର ଲୋକେ ଅଳ୍ପକେ ବର୍ତ୍ତି ଯାଇଥିବାବେଳେ ଧାନ,ଚାଉଳ ଆସବାବପତ୍ର ଜଳିପୋଡି ନଷ୍ଟ ହୋଇଯାଇଛି।

ଖବର ପାଇ ଘଟଣାସ୍ଥଳରେ ପାଟଣା ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ କରିଛି। ମିଳିଥିବା ସୂଚନା ମୁତାବକ ଆଜି ଅପରାହ୍ନରେ ଭାବଗ୍ରାହୀ ମହାନ୍ତଙ୍କ ବିକୃତ ମସ୍ତିଷ୍କ ପୁଅ ଘରେ ନିଆଁ ଲଗାଇ ଦେଇଥିଲା। ଫଳରେ ଭାବଗ୍ରାହୀଙ୍କର ୪ ବଖରା ଘର ପୋଡି ଯାଇ ନଷ୍ଟ ହୋଇଯିବା ସହିତ ସେ ବାସହୀନ ହୋଇଯାଇଛନ୍ତି। ଭାବଗ୍ରାହୀଙ୍କୁ ଖୁବ ଶୀଘ୍ର ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।
