ବାଲେଶ୍ବର୨୫/୧୨: ମାନସିକ ଅନଗ୍ରସର କିମ୍ବା ଭିନ୍ନକ୍ଷମଙ୍କୁ ଦେଖିଲେ ସହାନୁଭୂତି ଆସିଥାଏ । କିନ୍ତୁ ସେମାନଙ୍କୁ ଟାହି ଟାପରା କରୁଥିବା ଲୋକମାନଙ୍କୁ କଣ କୁହାଯିବ। ନିର୍ଦ୍ଦୟ କହିପାରିବା। ତେବେ ବାଲେଶ୍ବର ବାହାନଗା ଗୋପାଳପୁଜ ବଜାରରେ ୨ ଜଣ ମାନସିକ ଅନଗ୍ରସଙ୍କୁ ଘେରିଯାଇ ଲୋକେ କେମିତି ମଜା ଉଠାଉଥିଲେ ଦେଖନ୍ତୁ। ଏ ଭିଜୁଆଲ ଦେଖିଲେ ଆପଣବି ଆପତ୍ତି କରିବେ।
{"id":202553,"sizeSlug":"large"}ସମାଜରେ ହଜିଗଲାଣି ମଣିଷ ପଣିଆ।ସଭ୍ୟ ସମାଜରେ ବିବେକ ହୀନ କାର୍ଯ୍ୟ ସୀମା ଟପିଯାଇଛି।ଆଉ ଏଠି ଦିବ୍ୟାଙ୍ଗଙ୍କୁ ମିଳୁଛି ନିର୍ଯାତନା । ୨ଜଣ ଦିବ୍ୟାଙ୍ଗଙ୍କୁ ନେଇ ଚାଲିଛି ଟିକଟକ୍ ଭିଡିଓ ତିଆରି। ସୋସିଆଲ୍ ମିଡିଆରେ ଭାଇରାଲ କରି ମଜାକ୍ ଉଡାଯାଉଛି । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ବାହାନଗା ଗୋପାଳପୁର ବଜାରରେ।ଏଠାରେ ୨ଜଣ ମାନସିକ ଭିନ୍ନକ୍ଷମଙ୍କୁ ସ୍ଥାନୀୟ ଲୋକ ଜୋରଜବରଦସ୍ତ ବିବାହ କରାଇବା ସହ ବଜାରରେ ବୁଲାଇ ଟିକ୍ ଟକ୍ ଭିଡିଓ କରିଛନ୍ତି । ପରେ ଏହି ଭିଡିଓକୁ ସୋସିଆଲ୍ ମିଡିଆରେ ଭାଇରାଲ କରିଛନ୍ତି ।ତେବେ ଆଶ୍ଚର୍ଯ୍ୟର କଥା ଏହି ଅମାନବିୟ ଘଟଣାକୁ କେହି ବାରଣ ମଧ୍ୟ କରିନଥିଲେ। ଯାହା ଏମାନଙ୍କ ମାନବାଧିକାରକୁ ନେଇ ପ୍ରଶ୍ନ ଉଠାଇଛି।
wp:html /wp:htmlଗୋପାଳପୁର ବଜାରରେ ଆଜିକୁ ୪୦ବର୍ଷ ଧରି ଏହି ବୟସ୍କ ମାନସିକ ଓ ଶାରୀରିକ ଭିନ୍ନକ୍ଷମ ବ୍ୟକ୍ତି ରହୁଛନ୍ତି । ସେ ବିଭିନ୍ନ ଦୋକାନରେ କାମକରି ପେଟ ପୋଷନ୍ତି । ସେହିପରି କିଛିଦିନ ତଳେ ବଜାରରେ ଜଣେ ମାନସିକ ଭିନ୍ନକ୍ଷମ ମହିଳାଙ୍କୁ ଦେଖିବାକୁ ମିଳିଥିଲା ।ସେ ବଜାରରେ ମାଗିଯାଚି ଯାହା ମିଳେ ସେଥିରେ ଚଳନ୍ତି । ତେବେ ଆଜି ସକାଳେ କିଛି ଲୋକ ସେମାନଙ୍କୁ ଧରି ସର୍ବସମ୍ମୁଖରେ ବିବାହ କରାଇ ଦେଇଥିଲେ । ପରେ ଉଭୟଙ୍କୁ ଧରି ବଜାର ବୁଲାଇଥିଲେ । ଏହି ଘଟଣାକୁ ବିଭିନ୍ନ ସ୍ତରରେ ନିନ୍ଦା କରାଯାଇଛି। ଯେଉଁ ମାନେ ଏଭଳି କାମ କରିଛନ୍ତି ସେମାନଙ୍କ ବିରୋଧରେ ପ୍ରଶାସନ କଡା କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି।